• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବେଆଇନ୍‌ ବାଲି ଖନନକୁ ନେଇ ରେଡ୍‌ ପାଇଁ ଯାଇଥିବା ଟିମ୍‌ ଉପରେ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ। ଏଥିରେ ଖଣି ବିଭାଗର ଅଫିସର ଓ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ବିହାରର ରାଜଧାନୀ ପାଟନାର ବିହଟାରେ ଏହି ଘଟଣା ଘଟିଛି। ନ୍ୟୁଜ୍‌ ଏଜେନ୍ସି ANI ଅନୁସାରେ, ଅଭିଯୁକ୍ତମାନେ ରେଡ୍‌ ପାଇଁ ଟିମ୍‌ ସହ ଯାଇଥିବା ମହିଳା ଅଫିସରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଥିଲେ। ଏହି ସମୟରେ ଅନ୍ୟ ଅଫିସରମାନେ ତାଙ୍କୁ ବଞ୍ଚାଇବା ଲାଗି ପ୍ରଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଭିଡିଓରେ ଦେଖିବାକୁ ମିଳିଛି, ଅଭିଯୁକ୍ତମାନେ ରେଡ୍‌ ପାଇଁ ଯାଇଥିବା ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ ଲାଠିରେ ମାଡ଼ ମାରୁଛନ୍ତି। ଏହାଛଡ଼ା ଆଉ କିଛି ଲୋକ ଅଧିକାରୀଙ୍କ ଉପରକୁ ଟେକାପଥର ମାଡ଼ କରୁଛନ୍ତି। ଫଳରେ ଅଫିସରମାନେ ଜୀବନ ବଞ୍ଚାଇବାକୁ ଯାଇ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ନଜର ଆସିଛି। ହେଲେ ଲୋକମାନେ ପୁରା ଟିମ୍‌କୁ ଚାରିପଟୁ ଘେରି ଆକ୍ରମଣ କରିଥିଲେ। 

ଅଧିକ ପଢ଼ନ୍ତୁ: ଗଞ୍ଜେଇ ନିଶାରେ ପୁରା ଟଳମଳ କାର୍‌ ଡ୍ରାଇଭର: ଟ୍ରାଫିକ ପୋଲିସ୍‌ଙ୍କୁ ୨୦ କି.ମି. ଘୋଷାଡ଼ି ନେଲେ...

(Video Source- NBT)

ମିଳିଥିବା ସୂଚନା ଅନୁସାରେ, MVI, ESI ସମେତ ପରିବହନ ଏବଂ ମାଇନିଂ ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲେ। ହେଲେ ଏହି ସମୟରେ ଦୁର୍ବୃତ୍ତମାନେ ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟେକାପଥର ମାଡ଼ କରୁଥିବା ଦୁର୍ବୃତ୍ତଙ୍କୁ ଅଟକାଇ ସେମାନଙ୍କୁ ଗିରଫ କରିଥିଲା। ପ୍ରାଥମିକ ଭାବେ ଏହି ଘଟଣାରେ ୪୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହାସହ ୫୦ଟି ଗାଡ଼ି ମଧ୍ୟ ଜବତ ହୋଇଛି। ଖୁବ୍‌ଶୀଘ୍ର ଏହି ଘଟଣାର ମାଷ୍ଟରମାଇଣ୍ଡ ଧରାପଡ଼ିବ ବୋଲି ପୋଲିସ୍‌ ସୂଚନା ଦେଇଛି।