Advertisment

IPL 2023: ଚେନ୍ନାଇ ବିପକ୍ଷ ମ୍ୟାଚ୍‌ ବେଳେ ନିୟମ ଭାଙ୍ଗିଲେ ବିରାଟ, ଗଣିଲେ ଫାଇନ୍‌...

ଆଇପିଏଲ୍‌ ୨୦୨୩ର ୨୪ତମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗସ୍‌ ବିପକ୍ଷ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ଷ୍ଟାର ବିରାଟ କୋହଲିଙ୍କ ବ୍ୟାଟିଂ ଯାଦୁଗରୀ କୌଣସି କାମ କରିନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
IPL 2023: Virat Kohli Fined 10 Percent Of Match Fee

IPL 2023: Virat Kohli Fined 10 Per Cent Of Match Fee

କାମ କଲାନି ବିରାଟ କୋହଲିଙ୍କ ବ୍ୟାଟିଂ ଯାଦୁଗରୀ। ଆଇପିଏଲ୍‌ ୨୦୨୩ର ୨୪ତମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗସ୍‌ ବିପକ୍ଷ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ଷ୍ଟାର ବିରାଟ କୋହଲିଙ୍କ ବ୍ୟାଟିଂ ଯାଦୁଗରୀ କୌଣସି କାମ କରିନାହିଁ। ଗତକାଲି ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ୮ ରନ୍‌ରେ ଚେନ୍ନାଇ, ବାଙ୍ଗାଲୋରକୁ ପରାସ୍ତ କରିଛି। ଟିମ୍‌ ହାରିବାଠୁ ଅଧିକ ଦୁଃଖର କାରଣ ହେଉଛି ବିରାଟ କୋହଲିଙ୍କ ଉପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଫାଇନ୍‌ ପକାଇଛି। ଚେନ୍ନାଇ ବିପକ୍ଷ ମ୍ୟାଚ୍‌ ବେଳେ ଆଇପିଏଲ୍‌ ନିୟମ ଉଲ୍ଲଂଘନ କରିଥିବାରୁ ବିରାଟଙ୍କ ଉପରେ ଏହି ଫାଇନ୍‌ ପଡ଼ିଛି। 

Advertisment

ଅଧିକ ପଢ଼ନ୍ତୁ: କୋହଲି କାହିଁକି ପିନ୍ଧନ୍ତି ୧୮ ନଂ ଜର୍ସି ? ଜାଣନ୍ତୁ ଏହା ପଛର ସତ...

ଆଇପିଏଲ୍‌ ପକ୍ଷରୁ ଜାରି ହୋଇଥିବା ମିଡିଆ ରିଲିଜ୍‌ରେ କୁହାଯାଇଛି, ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ଚେନ୍ନାଇ ବିପକ୍ଷ ଆଇପିଏଲ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଆଚାର ସଂହିତା ଉଲ୍ଲଂଘନ କରିଛନ୍ତି। ଏଥିପାଇଁ ମ୍ୟାଚ୍‌ ଫି’ର ୧୦% ଜରିମାନା ବିରାଟଙ୍କ ଉପରେ ପଡ଼ିଛି। ସେ ଆଇପିଏଲ୍‌ ଆଚାର ସଂହିତା(IPL Code of Conduct) ଅନୁଚ୍ଛେଦ ୨.୨ର ଅଧୀନରେ ଲେଭଲ୍‌ ୧ର ଦୋଷ ସ୍ୱୀକାର କରିଛନ୍ତି। 

Advertisment

ଆଇପିଏଲ୍‌ ଆଚାର ସଂହିତାର ଲେଭଲ୍‌ ୧ର ଉଲ୍ଲଂଘନ ଉପରେ ଆଗାମୀ ଦିନରେ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯିବ ନାହିଁ। ହେଲେ ନିୟମ ଉଲ୍ଲଂଘନ କରିଥିବା ବିରାଟଙ୍କୁ ମ୍ୟାଚ୍‌ ଫି’ର ୧୦% ଜରିମାନା ଦେବାକୁ ପଡ଼ିବ। ତେବେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ବିରାଟ କେଉଁ ନିୟମର ଉଲ୍ଲଂଘନ କରିଛନ୍ତି, ଯେଉଁଥିପାଇଁ ତାଙ୍କ ଉପରେ ଏହି ଫାଇନ୍‌ ପଡ଼ିଛି।

ଗତକାଲି ଖେଳା ଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ବିଜୟ ପାଇଁ ବାଙ୍ଗାଲୋର ସମ୍ମୁଖରେ ୨୨୭ ରନ୍‌ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଚେନ୍ନାଇ। ଏହି ମ୍ୟାଚ୍‌ରେ ବିରାଟ କୋହଲି ମାତ୍ର ୪ ବଲ୍‌ରେ ୬ ରନ୍‌ କରିଥିଲେ। ୨୨୭ ରନ୍‌ର ବିଜୟକୁ ଆର୍‌ସିବି ପିଛା କରିବାକୁ ଯାଇ ୧୫ ରନ୍‌ରେ ୨ଟି ୱିକେଟ୍‌ ହରାଇ ଥିଲା। ଶେଷରେ ଦଳ ୨୧୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା ଓ ୮ ରନ୍‌ରେ ବାଙ୍ଗାଲୋରକୁ ପରାସ୍ତ କରିଥିଲା ଚେନ୍ନାଇ।

Virat Kohli IPL 2023
Advertisment
Advertisment