Advertisment

‘ମୁମ୍ବାଇରେ ତୋ ଭାଇ ସଲମାନଙ୍କୁ ଆମେ ମାରିଦେବୁ’...ରାକ୍ଷୀ ସାୱନ୍ତଙ୍କ ପାଖକୁ ଆସିଲା ଧମକପୂର୍ଣ୍ଣ ଇ-ମେଲ୍‌

ପୁଣି ବଲିଉଡ୍‌ ଭାଇଜାନ ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ। ଏବେ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ପାଖକୁ ଏକ ଇ-ମେଲ୍‌ ଆସିଛି। ଏଥିରେ ସଲମାନଙ୍କୁ ହତ୍ୟା ନେଇ ଧମକ ଦିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Salman Khan Gets Threat Mail

Salman Khan gets fresh death threat

ପୁଣି ବଲିଉଡ୍‌ ଭାଇଜାନ ସଲମାନ ଖାନ ଙ୍କୁ ହତ୍ୟା ଧମକ। କଡ଼ା ସୁରକ୍ଷା ଓ ପୋଲିସ୍‌ରେ ଅଭିଯୋଗ ପରେ ମଧ୍ୟ ବାରମ୍ବାର ସଲମାନଙ୍କୁ ହତ୍ୟା ଧମକ ମିଳୁଛି। କିଛିଦିନ ପୂର୍ବେ ସଲମାନଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୋଲିସ୍‌ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏବେ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ପାଖକୁ ଏକ ଇ-ମେଲ୍‌ ଆସିଛି। ଏଥିରେ ସଲମାନଙ୍କୁ ହତ୍ୟା ନେଇ ଧମକ ଦିଆଯାଇଛି। ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ଅଭିନେତା ସଲମାନ ଖାନ୍‌ଙ୍କୁ ମୁମ୍ବାଇରେ ହତ୍ୟା କରିବେ ବୋଲି ଦାବି କରାଯାଇଛି। ଏହାସହ ଏହି ମାମଲାରୁ ରାକ୍ଷୀଙ୍କୁ ଦୂରେଇ ରହିବାକୁ ଚେତାବନୀ ମଧ୍ୟ ଦିଆଯାଇଛି। 

Advertisment

India TVର ରିପୋର୍ଟ ଅନୁସାରେ, ଗୁର୍‌ଜର ପ୍ରିନ୍ସ ନାମକ ଜଣେ ବ୍ୟକ୍ତି ଏହି ଧମକପୂର୍ଣ୍ଣ ଇ-ମେଲ୍‌ ପଠାଇଛନ୍ତି। ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସଦସ୍ୟ ବୋଲି ସେ ନିଜକୁ ଦାବି କରିଛନ୍ତି। ଏପ୍ରିଲ ୧୯ ତାରିଖରେ ରାକ୍ଷୀ ସାୱନ୍ତଙ୍କ ପାଖକୁ ୨ଥର ଏଭଳି ଧମକପୂର୍ଣ୍ଣ ଇ-ମେଲ୍‌ ଆସିଥିଲା। ସଲମାନଙ୍କୁ ସମର୍ଥନ କରିବା ପୂର୍ବରୁ ରାକ୍ଷୀଙ୍କ ପାଖକୁ ଏଭଳି ଧମକ ଆସିଛି। ଇ-ମେଲ୍‌ରେ ସ୍ପଷ୍ଟ ଭାବେ ପ୍ରିନ୍ସ ଉଲ୍ଲେଖ କରିଛନ୍ତି, ବଲିଉଡ୍‌ ସୁପରଷ୍ଟାର ସଲମାନଙ୍କୁ ମୁମ୍ବାଇରେ ହତ୍ୟା କରାଯିବ।

ଅଧିକ ପଢ଼ନ୍ତୁ: ଭାଇଜାନ୍‌ଙ୍କ ଜୀବନ ପ୍ରତି ବିପଦ !! ଘନ ଘନ ହତ୍ୟା ଧମକ ଭିତରେ ବୁଲେଟପ୍ରୁଫ୍‌ ଗାଡ଼ି କିଣିଲେ ସଲମାନ୍‌

Advertisment

ଏହା ପୂର୍ବରୁ, ରାକ୍ଷୀ ସଲମାନଙ୍କ ତରଫରୁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗକୁ କ୍ଷମା ମାଗିଥିଲେ। ଏହାର ଏକ ଭିଡିଓ ମଧ୍ୟ ସେ ସୋସିଆଲ୍‌ ମିଡିଆ ରେ ଶେୟାର କରିଥିଲେ। ରାକ୍ଷୀ କହିଥିଲେ, ‘ସଲମାନ ଭାଇଙ୍କ ତରଫରୁ ବିଷ୍ଣୋୟୀ ସମାଜକୁ ମୁଁ କ୍ଷମା ମାଗୁଛି। ମୋ ସଲମାନ ଭାଇଙ୍କ ଉପରେ ଖରାପ ନଜର ପକାନ୍ତୁ ନାହିଁ।’ କିଛିଦିନ ପୂର୍ବେ ସଲମାନ ବୁଲେଟ୍‌ପ୍ରୂଫ୍‌ ଏସ୍‌ୟୁଭି ଗାଡ଼ି କିଣିଥିଲେ ବୋଲି ସୂଚନା ମିଳିଛି। ବାରମ୍ବାର ଧମକ ମିଳିବା ପରେ ନିଜ ସୁରକ୍ଷା ପାଇଁ ସେ ଏହି ଗାଡ଼ି କିଣିଥିବା ଚର୍ଚ୍ଚା ହେଉଛି। 

ଅଧିକ ପଢ଼ନ୍ତୁ: ପୁଣି ସଲମାନଙ୍କ ଡେଟିଂକୁ ନେଇ ଚର୍ଚ୍ଚା; କିଏ ଏହି ନୂଆ ନାୟିକା

ସୂଚନାଥାଉ କି, ଏହା ପୂର୍ବରୁ ସଲମାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳିସାରିଛି। ନିକଟରେ ଜଣେ ବ୍ୟକ୍ତି ଫୋନ୍‌ କରି ଏପ୍ରିଲ ୩୦ରେ ସଲମାନଙ୍କୁ ଜୀବନରୁ ମାରି ଦେବାର ହତ୍ୟା ଧମକ ଦେଇଥିଲେ। ମୁମ୍ବାଇ ପୋଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ସଲମାନଙ୍କୁ ନେଇ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିଲା। 

ଯଦି ଆମେ ୱର୍କ ଫ୍ରଣ୍ଟ୍‌ କଥା କହିବା ତା’ହେଲେ ସଲମାନ ଏବେ ଅଫ୍‌କମିଂ ଫିଲ୍ମ ‘କିସି କି ଭାଇ କିସି କି ଜାନ୍‌’ର ରିଲିଜ୍‌ରେ ବ୍ୟସ୍ତ ଅଛନ୍ତି। ଇଦ୍‌ ଅବସରରେ ଆସନ୍ତାକାଲି ଏହି ଫିଲ୍ମ ରିଲିଜ୍ ହେବ। 

Salman Khan Bollywood Death Threat
Advertisment
Advertisment