ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଠି ଯୌତୁକକୁ ନେଇ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ମାର୍ପିଟ୍ ହୋଇଛି। ପଞ୍ଜାବର ଫଜିଲ୍କା ଜିଲ୍ଲାରେ ଏହି ଘଟଣା ଘଟିଛି।
ନିୟମିତ ଭାବେ ନାସା ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍ରେ ଆକର୍ଷଣୀୟ ଭିଡିଓ ଓ ଫଟୋ ଶେୟାର କରିଥାଏ। ଏହି ଅଦ୍ଭୁତ ଦୃଶ୍ୟ ସବୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ।
ଆଜି ପବିତ୍ର ଅକ୍ଷୟ ତୃତୀୟା। ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ ଘୋଷଯାତ୍ରା ପାଇଁ ହେବ ରଥ ନିର୍ମାଣର ଶୁଭ ଅନୁକୂଳ ପର୍ବ। ଜାଣନ୍ତୁ, ଆଜି ଦିନର ମହତ୍ତ୍ୱ ଓ ପୌରାଣିକ କଥା...
ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସ୍ ଟ୍ରେନ୍ ଟଏଲେଟ୍ରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସମ୍ପୃକ୍ତ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ମ୍ୟାଚ୍ ବେଳେ ପଡ଼ିଆରେ ଏମିତି କିଛି ଘଟିଥିଲା, ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ହାଇଦ୍ରାବାଦ ଟିମ୍ର ବ୍ୟାଟ୍ସମ୍ୟାନ୍ ହେନରିକ୍ କ୍ଲାସନ୍ଙ୍କ ଉପରେ ଜାଡେଜା ରାଗି ଯାଇଥିଲେ।
କ୍ରିକେଟ ଖେଳକୁ ନେଇ ବିଜେବି କଲେଜ ଛାତ୍ରଙ୍କୁ ଛୁରାମାଡ଼। ଅଣଛାତ୍ରଙ୍କ ଛୁରାମାଡ଼ରେ ୩ ଛାତ୍ର ଆହତ ହୋଇଛନ୍ତି।
ଆଇଆଇଟି ଚେନ୍ନାଇରେ ପଢ଼ୁଥିବା ୨୦ ବର୍ଷୀୟ ଛାତ୍ରଙ୍କ ମୃତଦେହ ଗତକାଲି ଘର ଭିତରୁ ଉଦ୍ଧାର କରାଯାଇଛି। ମହାରାଷ୍ଟ୍ରର ଏହି ଦ୍ୱିତୀୟ ବର୍ଷ ଛାତ୍ର କେମିକାଲ୍ ଇଞ୍ଜିନିୟରିଂ ପଢ଼ୁଥିଲେ।
ମୋବାଇଲ୍ ବ୍ୟବହାରକୁ ନେଇ ପୁରୁଷ ଓ ମହିଳାଙ୍କ ପସନ୍ଦର ଖୁଲାସା ହୋଇଛି। ଏହି ରିସର୍ଚ୍ଚରେ ପାଖାପାଖି ୮.୫ କୋଟି ପୁରୁଷ ଓ ମହିଳାଙ୍କ ଦ୍ୱାରା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର ନେଇ ଖୁଲାସା କରାଯାଇଛି।
ଲିଭ୍-ଇନ୍ ପାର୍ଟନରଙ୍କ ତଣ୍ଟି ଚିପି ହତ୍ୟା ପରେ ଘରଠୁ ୧୨ କି.ମି. ଦୂରରେ ମୃତଦେହ ଫିଙ୍ଗିଲେ। ମୃତ ମହିଳାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନାହିଁ।
ଆରେ କଲୋନୀ ଅଞ୍ଚଳରେ ରୟାଲ ପାମ୍ ହୋଟେଲରେ ସେକ୍ସ ରାକେଟ୍ ଚାଲିଥିବା ନେଇ ମୁମ୍ବାଇ ପୋଲିସ୍କୁ ଖବର ମିଳିଥିଲା। ଏହି ରାକେଟ୍ର ପର୍ଦ୍ଦାଫାଶ କରିବା ପାଇଁ ପୋଲିସ୍ ଜଣେ ନକଲି ଗ୍ରାହକଙ୍କୁ ଅଭିନେତ୍ରୀଙ୍କ ପାଖକୁ ପଠାଇଥିଲେ।
ଦୁର୍ଦ୍ଦାନ୍ତ ଅପରାଧୀ ତଥା ମାଫିଆ ଡନ୍ ଅତିକ୍ ଅହମ୍ମଦର ଡାହାଣ ହାତ ଗୁଡ୍ଡୁ ମୁସଲିମ୍ ଲିଙ୍କ୍ରେ ଓଡ଼ିଶାରେ ୟୁପି ଏସ୍ଟିଏଫ୍ ଟିମ୍ ତନାଘନା କରିଥିଲେ। ୟୁପି STF ଟିମ୍ ବରଗଡ଼ ଆସିଥିବା ନେଇ ବରଗଡ଼ ଏସ୍ପି ପ୍ରହ୍ଲାଦ ସାହାଇ ମୀନା ସ୍ପଷ୍ଟ କରିଛନ୍ତି।
ତାତିରେ ସଡନ୍ ବ୍ରେକ୍। ହାଲୁକା ବର୍ଷା, ଥଣ୍ଡା ପବନ ପାଇଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି।
କିଛି ଖ୍ୟାତନାମା ବ୍ୟକ୍ତିଙ୍କ ଭେରିଫାଏଡ୍ ଟ୍ୱିଟରରୁ ବ୍ଲୁ ଟିକ୍ ହଟି ଯାଇଛି। କ୍ରିକେଟ ଦୁନିଆର କିଛି ମହାନାୟକଙ୍କଠୁ ଆରମ୍ଭ କରି ବଲିଉଡ୍ର ସୁପରଷ୍ଟାର ଓ ରାଜନେତାଙ୍କୁ ଅଧ ରାତିରେ ଏହି ବଡ଼ ଝଟ୍କା ଲାଗିଛି।
ଫେରାର ଥିବା ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍ର ଲାଷ୍ଟ୍ ଲୋକେସନ୍ ଓଡ଼ିଶାରେ ଟ୍ରେସ୍ ହୋଇଥିବା ବେଳେ ଏବେ ବରଗଡ଼ ଲିଙ୍କ୍ ନେଇ ଚର୍ଚ୍ଚା ହେଉଛି।
ସ୍ପେସ୍ ଏକ୍ସ ପକ୍ଷରୁ ମହାକାଶକୁ ଉତ୍କ୍ଷେପଣ ହୋଇଥିବା ବିଶ୍ୱର ସବୁଠୁ ବଡ଼ ରକେଟ ଷ୍ଟାରଶିପ୍ ସୁପର ହେଭିର ପରୀକ୍ଷଣ ବେଳେ ବିସ୍ପୋରଣ ହୋଇଛି। ଯଦିଓ ଏହି ସମ୍ପୂର୍ଣ୍ଣ ପରୀକ୍ଷଣ ବିଫଳ ହୋଇଛି, କିନ୍ତୁ ସ୍ପେସ୍ ଏକ୍ସ ଏହାକୁ ସଫଳ ବୋଲି ଦାବି କରିଛି।
ସମ୍ବଲପୁର ଜିଲ୍ଲା ପ୍ରଶାସନ କର୍ଫ୍ୟୁ କୋହଳ ସମୟକୁ ବଢ଼ାଇଛି। ଆଜିଠୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯିବ।
ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନ୍ଗୋଙ୍କ ପରଲୋକ ହୋଇଛି। ମାର୍ଚ୍ଚ ୩୦ରୁ ସେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ।
ଗତକାଲି ଆତଙ୍କବାଦୀମାନେ ସେନା ବାହିନୀର ଗାଡ଼ିକୁ ଗ୍ରେନେଡ୍ ମାଡ଼ କରିଥିଲେ। ସହିଦ ୫ ଯବାନଙ୍କ ମଧ୍ୟରେ ଓଡ଼ିଆ ଯବାନ ଲାନ୍ସ ନାଏକ ଦେବାଶିଷ ବିଶ୍ୱାଳ ଅଛନ୍ତି। ଦେବାଶିଷଙ୍କ ବିୟୋଗ ଖବର ପାଇବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଜଗତସିଂହପୁରରୁ ନିଖୋଜ, ଯାଜପୁରରୁ ମୃତଦେହ ଉଦ୍ଧାର। ନିଖୋଜ CRPF ଯବାନ ସୂର୍ଯ୍ୟକାନ୍ତ କୁଆଁରଙ୍କ ଝୁଲନ୍ତା ମୃତଦେହ ଘଞ୍ଚ ଜଙ୍ଗଲ ପାହାଡ଼ ଉପରୁ ପୋଲିସ୍ ଉଦ୍ଧାର କରିଛି।
ଉମେଶ ପାଲ୍ ହତ୍ୟାକାଣ୍ଡରେ ଫେରାର ଥିବା ବୋମା ତିଆରିରେ ମାହିର ଗୁଡ୍ଡୁ ମୁସଲିମ୍ର ଲାଷ୍ଟ୍ ଲୋକେସନ୍ ଓଡ଼ିଶାରେ ଟ୍ରେସ୍ ହୋଇଥିଲା। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।