Advertisment

ଜାଣନ୍ତୁ, ମାଗଣାରେ କେମିତି କରିବେ ଆଧାର କାର୍ଡ ଅପଡେଟ୍‌...

କାର୍ଡଧାରୀଙ୍କ ଡକ୍ୟୁମେଣ୍ଟରେ ପ୍ରତ୍ୟେକ ଅପଡେଟ୍‌ ପାଇଁ ୫୦ ଟଙ୍କା ଚାର୍ଜ ଲାଗିଥାଏ। ତେବେ UIDAI ଏକ ଦମଦାର ଅଫର ଆଣିଛି। ଯଦ୍ୱାରା ଆଧାର କାର୍ଡ ହୋଲ୍ଡର ମାଗଣାରେ ସେମାନଙ୍କର ଆଧାରକାର୍ଡର ତଥ୍ୟ ଅପଡେଟ୍‌ କରିପାରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Free Aadhaar Card Update

Know How To Update Aadhaar Card For Free

କୌଣସି ସରକାରୀ କାର୍ଯ୍ୟକ୍ରମ ହେଉ କିମ୍ବା ଲାଇସେନ୍ସ ପାଇଁ ଆବେଦନ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ ପାଇଁ ଆଧାରକାର୍ଡ ହେଉଛି ସହଜ ଉପାୟ। ଏଥିରେ UIDAI(Unique Identification Authority) ଦ୍ୱାରା ପ୍ରଦାନ କରାଯାଇଥିବା ଏକ ସ୍ୱତନ୍ତ୍ର ଆଧାର ନମ୍ବର ଅନ୍ତର୍ଭୁକ୍ତ। ଏହାସହ କାର୍ଡରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ତଥ୍ୟ ଯେପରିକି- ଫିଙ୍ଗର ପ୍ରିଣ୍ଟ୍‌, ଆଇରିସ୍ ଏବଂ ଫେସିଆଲ୍‌ ଇମେଜ୍ ଭଳି ବାୟୋମେଟ୍ରିକ୍ ତଥ୍ୟ ମଧ୍ୟ ରହିଛି। ଯେହେତୁ ଆଧାର କାର୍ଡରେ ବାୟୋମେଟ୍ରିକ୍ ତଥ୍ୟ ରହୁଛି, ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ।

Advertisment

ଅଧିକ ପଢ଼ନ୍ତୁ: ଏଣିକି ଗୋଟିଏ ପୋର୍ଟାଲରେ ମିଳିବ ଆଧାର, ପାନ୍, DL ପରି ୧୩ ହଜାରରୁ ଅଧିକ ସେବା

କାର୍ଡଧାରୀଙ୍କ ଡକ୍ୟୁମେଣ୍ଟରେ ପ୍ରତ୍ୟେକ ଅପଡେଟ୍‌ ପାଇଁ ୫୦ ଟଙ୍କା ଚାର୍ଜ ଲାଗିଥାଏ। ତେବେ UIDAI ଏକ ଦମଦାର ଅଫର ଆଣିଛି। ଯଦ୍ୱାରା ଆଧାର କାର୍ଡ ହୋଲ୍ଡର ମାଗଣାରେ ସେମାନଙ୍କର ଆଧାରକାର୍ଡର ତଥ୍ୟ ଅପଡେଟ୍‌ କରିପାରିବେ। ମାର୍ଚ୍ଚ ୧୫ରୁ ଏହା ଆରମ୍ଭ ହୋଇଥିବା ବେଳେ ଜୁନ୍‌ ୧୪ ପର୍ଯ୍ୟନ୍ତ ଏହା ଚାଲିବ। ଏହି ମାଗଣା ସେବା କେବଳ MyAadhaar ପୋର୍ଟାଲରେ ଅନ୍‌ଲାଇନ୍‌ରେ ହିଁ କରିପାରିବେ। ଯଦି ଆପଣ ଆଧାର କେନ୍ଦ୍ରକୁ ଯାଇ ଅପଡେଟ୍‌ କରିବେ ତା’ହେଲେ ଆପଣଙ୍କୁ ଏଥିପାଇଁ ୫୦ ଟଙ୍କା ଦେବାକୁ ପଡ଼ିବ। 

Advertisment

ଜାଣନ୍ତୁ, ଅନ୍‌ଲାଇନ୍‌ରେ କେମିତି କରିବେ ଅପଡେଟ୍‌...

  • UIDAIର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଆନ୍ତୁ
  • ଏହାପରେ 'My Aadhaar' ମେନ୍ୟୁକୁ ଯାଆନ୍ତୁ
  • ‘Update Your Aadhaar’ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
  • ଏହାପରେ ‘Update demographics data online’ ଚୟନ କରି ‘Proceed to update Aadhaar’ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
  • ଆପଣଙ୍କର ଆଧାର କାର୍ଡ ନମ୍ବର ଦେବା ପରେ captcha ଭେରିଫିକେସନ୍‌ କରନ୍ତୁ
  • ଏହାପରେ ‘Send OTP’ ଦେଇ  'Update Demographics Data' ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ। ଏହାପରେ ଅପଡେଟ୍‌ ଡିଟେଲ୍ସ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
  • ନୂଆ ତଥ୍ୟ ଦେଇ ସଠିକ୍‌ ପ୍ରମାଣପତ୍ରର ସ୍କାନ୍‌ କପି ଅପ୍‌ଲୋଡ୍‌ କରନ୍ତୁ ଓ ଏହା ସଠିକ୍‌ କି ନାହିଁ ଅପଲୋଡ୍‌ ପୂର୍ବରୁ ଯାଞ୍ଚ କରି ନିଅନ୍ତୁ
  • ଶେଷରେ OTP ଦେଇ ଅପଡେଟ୍‌ କରନ୍ତୁ
Aadhaar Card Aadhaar Card Update
Advertisment
Advertisment