Advertisment

କାଲିଠୁ ଖରାଛୁଟି, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା

ଆସନ୍ତାକାଲିଠୁ ଗ୍ରୀଷ୍ମକାଳୀନ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Summer Vacation

Summer vacation in Odisha schools from tomorrow

ଆସନ୍ତାକାଲିଠୁ ରାଜ୍ୟର ସବୁ ସ୍କୁଲ୍‌ ଛୁଟି। ରାଜ୍ୟରେ ବଢ଼ି ଚାଲିଥିବା ଖରାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଆସନ୍ତାକାଲିଠୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି। 

Advertisment

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଛୁଟି ଘୋଷଣା କରିଛନ୍ତି। ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ଣ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ପାର୍‌ କରିଛିା ତେଣୁ ପୂର୍ବରୁ ସାଧାରଣତଃ ମେ’ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛିା 

ଅଧିକ ପଢ଼ନ୍ତୁ: ସାରା ରାଜ୍ୟରେ ବର୍ଷୁଛି ନିଆଁ, ୨୯ ସହରରେ ପାରଦ ୪୦ ଡିଗ୍ରୀ ପାର୍

Advertisment

ସ୍କୁଲ୍‌ ଛୁଟି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ଯେ, ‘ପ୍ରବଳ ତାତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଛୁଟି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ କ୍ୟାଲେଣ୍ଡର ଅନୁସାରେ ଜୁନ୍‌ ୧୬ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି ରହିବ। ସ୍କୁଲ୍‌ ଖୋଲିବା ନେଇ ଯଦି କିଛି ପରିବର୍ତ୍ତନ ଆବଶ୍ୟକ ପଡ଼େ ନିଷ୍ପତ୍ତି ନିଆଯିବ।’

‘ବର୍ତ୍ତମାନର ନିଷ୍ପତ୍ତି ଅନୁସାରେ ଜୁନ୍‌ ୧୬ ଯାଏ ସ୍କୁଲ୍‌ ବନ୍ଦ ରହିବ। କାଲି ପୂର୍ବ ନିଷ୍ପତ୍ତି ଅନୁସାରେ ପ୍ୟାରେଣ୍ଟ-ଟିଚର୍ସ ମିଟିଂ ସ୍କୁଲ୍‌ରେ ହେବ। ଅଭିଭାବକ ସ୍କୁଲ୍‌ ଆସିଲା ବେଳେ ପିଲାଙ୍କୁ ସାଥିରେ ଆଣିବେନି’ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। 

ଖରାରେ ଆଉଟୁପାଉଟୁ ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ଓଡ଼ିଶା। ଆଜି ବି ହିଟ୍ ୱେଭ୍ ନେଇ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି। ଗତକାଲି ୪୦ ଡିଗ୍ରୀ ଉପରେ ୩୦ଟି ସହରର ତାପମାତ୍ରା ଥିଲା। ତେବେ ତାତିରେ ରେକର୍ଡ କରିଛି ବାରିପଦା। ବାରିପଦାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଗତକାଲି ୪୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Schools Summer Vacation
Advertisment
Advertisment