/odishatv-khabar/media/post_attachments/uploadimage/library/16_9/16_9_0/____1682217181.jpg)
Woman Deadbody Found From Train Toilet
ଟ୍ରେନ୍ ଟଏଲେଟ୍ରୁ ମିଳିଳା ମହିଳାଙ୍କ ମୃତଦେହ। ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସ୍ ଟ୍ରେନ୍ ଟଏଲେଟ୍ରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଖବର ଲେଖାଯିବା ସୁଦ୍ଧା ମହିଳାଙ୍କର ପରିଚୟ ମିଳିପାରି ନଥିବାବେଳେ ଘଟଣାରେ ନୂଆ ମୋଡ଼ ଆସିଛି।
Advertisment
ସମ୍ପୃକ୍ତ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ବେଳେ ତାଙ୍କ ବେକରେ ଏକ ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଥିବା ଜଣାପଡ଼ିବା ପରେ ଜିଆରପିର ସନ୍ଦେହ ବଢ଼ିଛି। ସେପଟେ ମହିଳା ଜଣଙ୍କ ଓଡିଶାର କି ବାହାର ରାଜ୍ୟ ତା’ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।
ସୂଚନାଥାଉ କି, ଗତ ୨୦ ତାରିଖ ଦିନ ସଫେଇ କର୍ମଚାରୀ ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସ୍ର ଏସ୍-୫ ବଗିର ଟଏଲେଟ୍ ଭିତରେ ମହିଳା ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଜିଆର୍ପିକୁ ସୂଚନା ଦେଇଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)