Advertisment

ଗୁଡ୍ଡୁ ମୁସଲିମ୍‌ ଲିଙ୍କ୍‌: ୟୁପି STF ଟିମ୍‌ ବରଗଡ଼ ଆସିଥିବା ନେଇ ସ୍ପଷ୍ଟ

ଦୁର୍ଦ୍ଦାନ୍ତ ଅପରାଧୀ ତଥା ମାଫିଆ ଡନ୍ ଅତିକ୍ ଅହମ୍ମଦର ଡାହାଣ ହାତ ଗୁଡ୍ଡୁ ମୁସଲିମ୍ ଲିଙ୍କ୍‌ରେ ଓଡ଼ିଶାରେ ୟୁପି ଏସ୍‌ଟିଏଫ୍‌ ଟିମ୍‌ ତନାଘନା କରିଥିଲେ। ୟୁପି STF ଟିମ୍ ବରଗଡ଼ ଆସିଥିବା ନେଇ ବରଗଡ଼ ଏସ୍‌ପି ପ୍ରହ୍ଲାଦ ସାହାଇ ମୀନା ସ୍ପଷ୍ଟ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Guddu Muslim link Bargarh SP confirms visit of UP STF

Guddu Muslim link Bargarh SP confirms visit of UP STF

ଉତ୍ତର ପ୍ରଦେଶ ପ୍ରୟାଗରାଜର ଦୁର୍ଦ୍ଦାନ୍ତ ଅପରାଧୀ ତଥା ମାଫିଆ ଡନ୍ ଅତିକ୍ ଅହମ୍ମଦର ଡାହାଣ ହାତ ଗୁଡ୍ଡୁ ମୁସଲିମ୍ ଲିଙ୍କ୍‌ରେ ଓଡ଼ିଶାରେ ୟୁପି ଏସ୍‌ଟିଏଫ୍‌ ଟିମ୍‌ ତନାଘନା କରିଥିଲେ। ୟୁପି STF ଟିମ୍ ବରଗଡ଼ ଆସିଥିବା ନେଇ ବରଗଡ଼ ଏସ୍‌ପି ପ୍ରହ୍ଲାଦ ସାହାଇ ମୀନା ସ୍ପଷ୍ଟ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ୫ ଜଣିଆ ଟିମ୍ ୧୮ ତାରିଖରେ ବରଗଡ଼ ଆସିଥିଲେ। ଦୁଇ ଦିନ ଯାଏ ବରଗଡ଼ରେ ରହି ଜଣେ ବ୍ୟକ୍ତିଙ୍କୁ ଜେରା କରିଥିଲେ। ୧୮ ଓ ୧୯ ତାରିଖ ଦୁଇ ଦିନ ରହିବା ପରେ ଗତକାଲି ଏଠାରୁ ଯାଇଥିଲେ।

Advertisment

ବରଗଡ଼ ଆସିବା ପରେ STF ଟିମ୍ ଆମକୁ ଅବଗତ କରିଥିଲେ ବୋଲି ବରଗଡ଼ ଏସ୍‌ପି କହିଛନ୍ତି। ଭଟଲି ଛକର ଜଣେ ବ୍ୟକ୍ତିଙ୍କୁ ୟୁପି STF ପଚରାଉଚରା କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଗୁଡ୍ଡୁ ମୁସଲିମ୍‌ର ଡ୍ରାଇଭର ଲିଙ୍କ୍‌ରେ ଥିବା ସୂଚନା ପାଇ ଜେରା କରିଥିଲା ଏସଟିଏଫ୍। ମୋବାଇଲ୍ ଟ୍ରାକିଂରୁ ଉଭୟ ଲିଙ୍କ୍‌ରେ ଥିବା ସୂଚନା ପାଇ ବରଗଡ଼ ଆସିଥିଲା STF।

ଅଧିକ ପଢ଼ନ୍ତୁ: ଗୁଡ୍ଡୁ ମୁସଲିମ୍ କିଏ ? ମୃତ୍ୟୁର ଠିକ୍‌ ପୂର୍ବରୁ ଯାହାର ନାମ ନେଇଥିଲା ଅତିକ୍

Advertisment

ଗୁଡ୍ଡୁ ମୁସଲିମ୍ ଲିଙ୍କ୍‌ରେ ୟୁପି STF ଟିମ୍‌ ବରଗଡ଼ ଆସିବା ଘଟଣାକୁ ନେଇ ଉତ୍ତରାଞ୍ଚଳ IG ଦୀପକ କୁମାର ମଧ୍ୟ ସ୍ପଷ୍ଟ କରିଛନ୍ତି। ଭେରିଫିକେସନ ପାଇଁ STF ଟିମ୍‌ ଆସିଥିଲେ ବୋଲି IG କହିଛନ୍ତି। ସେ କହିଛନ୍ତି, ଭେରିଫିକେସନ ପାଇଁ  ୟୁପି STF ଟିମ୍‌ ଆସିଥିଲେ ଓ ଜଣେ ବ୍ୟକ୍ତିଙ୍କୁ ଜେରା କରିଛନ୍ତି। ଆଇନ ଅନୁସାରେ ଭେରିଫିକେସନ ପାଇଁ ସହାୟତା କରିଥିଲୁ। ତେବେ କାହାକୁ ଗିରଫ କରାଯାଇ ନାହିଁ।

ଗୁଡ୍ଡୁ ମୁସଲିମ୍ ପୁରୀ ଆସିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବହୁ ଚର୍ଚ୍ଚିତ ଓକିଲ ଉମେଶ ପାଲ୍ ହତ୍ୟା ମାମଲାରେ ଅଣ୍ଡରଗ୍ରାଉଣ୍ଡ୍‌ ଥିବା ଗୁଡ୍ଡୁର ଲାଷ୍ଟ ଲୋକେସନ ପୁରୀରେ ମିଳିଥିଲା। କିନ୍ତୁ ଉତ୍ତରପ୍ରଦେଶ ପୋଲିସ STF ଆସି ପୁରୀରେ ପହଞ୍ଚିଲା ବେଳକୁ ଗୁଡ୍ଡୁ ଖସିଯାଇଥିବା କୁହାଯାଉଛି। ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍‌ ଓଡ଼ିଡିଶା ଲିଙ୍କ୍‌ ପ୍ରସଙ୍ଗରେ ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ପୋଲିସ ଡିଜି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି।

Advertisment
Advertisment