ଟ୍ରେଲର ଲଞ୍ଚ୍ ବେଳେ ଅଭିନେତ୍ରୀ କୀର୍ତ୍ତିଙ୍କ ସହ ଏମିତି କିଛି ଘଟିଛି ଯାହା ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି। ଇଭେଣ୍ଟରେ ଗୋଟିଏ ପଟେ ନିର୍ଦ୍ଦେଶକ, ପ୍ରଯୋଜକ ଓ କଳାକାରମାନେ ସାମ୍ନା ସିଟ୍ରେ ବସି ଥିବାବେଳେ ଅନ୍ୟପଟେ କୀର୍ତ୍ତି ତଳେ ବସିଥିବା ନଜର ଆସିଛି।
ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ଖୁବ୍ଶୀଘ୍ର ଟ୍ୱିଟରରେ ନୁଆ ଫିଚର ସାମିଲ ହେବାକୁ ଯାଉଛି। ମାଇକ୍ରୋ ବ୍ଲଗିଂ ପ୍ଲାଟ୍ଫର୍ମ ଟ୍ୱିଟରର ସିଇଓ ତଥା ବିଜ୍ନେସ୍ମ୍ୟାନ୍ ଏଲନ ମସ୍କ ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ବ୍ୟାଙ୍କରୁ ୫୦୦ ଟଙ୍କିଆ ୪ ବଣ୍ଡଲ ଧରି ଏକ ଘରୋଇ ବ୍ୟାଙ୍କ୍ର ଜଣେ ଗୋଲ୍ଡ କାଉନ୍ସିଲର୍ ହିତାଧିକାରୀଙ୍କୁ ଦେବାକୁ ବାହାରି ଥିଲେ।ତେବେ ଅଧା ବାଟରେ ଟଙ୍କା ବିଡ଼ା ସବୁ ତାହା କାଗଜ ବିଡ଼ା ହୋଇଯାଇଥିବା ନେଇ ପରେ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।
ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆଜି ସନ୍ଧ୍ୟାରେ ବାତ୍ୟା ରୂପ ନେଇପାରେ। କ୍ରମଶଃ ଏହା ଘନୀଭୂତ ହୋଇ ୧୧ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଗିରଫଦାରୀ ପରେ ପାକିସ୍ତାନରେ ପ୍ରବଳ ହିଂସା ଦେଖିବାକୁ ମିଳିଛି। ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ। ବିରୋଧ ପ୍ରଦର୍ଶନ ଯୋଗୁ ମଙ୍ଗଳବାର ରାତିରେ ପାକିସ୍ତାନର ଅଧିକାଂଶ ସ୍ଥାନରେ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ- ୟୁଟ୍ୟୁବ୍, ଟ୍ୱିଟର ଓ ଫେସ୍ବୁକ୍ ଉପରେ କଟକଣା ଜାରି ହୋଇଛି।
ସକାଳ ୭ଟାରୁ ଆରମ୍ଭ ହୋଇଛି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ । ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସବୁ ବୁଥ୍ରେ ସିସିଟିଭି ଲଗାଯାଇଛି। ଏହାସହ ସମ୍ବେଦନଶୀଳ ବୁଥ୍ରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।
ଆକାଶ ଛୁଆଁ ବିମାନ ଭଡ଼ା। ମଣିପୁରର ରାଜଧାନୀ ଇମ୍ଫାଲରୁ କୋଲକାତା ବିମାନ ଭଡ଼ା ଆକାଶଛୁଆଁ ହୋଇଛି। ଏବେ କୋଲକାତା ଭଡ଼ା ବଢି ୩୦ ହଜାର ଟଙ୍କା ହୋଇଛି।
ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ସୂଚନା ଦେଇଛନ୍ତି, ‘ପୂର୍ବାନୁମାନ ଅନୁସାରେ ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କାଲି ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।’
ପୁଅ ହତ୍ୟାର ପ୍ରତିଶୋଧ ନେଲା ବାପା। ହତ୍ୟାକାରୀକୁ ଜାମିନରେ ଆଣି ପରେ ତା’ର ଜୀବନ ନେଲେ। ଉତ୍ତରପ୍ରଦେଶ ଖେରି ଜିଲ୍ଲାର ମିତାଉଲି ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।
ଏମିତି ଜଣେ ମହିଳା ଯିଏକି ସବୁବେଳେ ୟଙ୍ଗ୍ ଦିଶିବା ପାଇଁ ୨୦୦ରୁ ଅଧିକ ସର୍ଜରୀ କରିଛନ୍ତି। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ସେ ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ମଧ୍ୟ କରିସାରିଲେଣି।
ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ରାଜସ୍ଥାନ ହନୁମାନଗଡ଼ରେ MIG-21 ଫାଇଟର ଜେଟ୍ ଖସି ପଡ଼ିଛି। ବିମାନ ଖସିବା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଶରଣାର୍ଥୀ ଶିବିର ବାହାରେ ବସ୍ ଷ୍ଟପେଜ୍ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଏକ ଏସ୍ୟୁଭି କାର୍ ମାଡ଼ିଯିବା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ଅନ୍ଧାର ରାତିରେ ବଡ଼ ଅଘଟଣ। ଡଙ୍ଗା ଓଲଟି ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୭ ଜଣଙ୍କ ଅବସ୍ଥାରେ ଗୁରୁତର ରହିଛି। ଅଘଟଣ ବେଳେ ଡଙ୍ଗାରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ।
ଆଜି ଆଇପିଏଲ୍ (IPL 2023)ରେ ଏମିତି ଏକ ମ୍ୟାଚ୍ ଖେଳାଯିବ, ଯାହାକି ଆଇପିଏଲ୍ ଇତିହାସରେ ବର୍ତ୍ତମାନ ଯାଏ କେବେବି ଏପରି ହୋଇନାହିଁ। ଆଜି ଦର୍ଶକ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ପାଇବେ।
୧୯ ଦିନରେ ଦିଲ୍ଲୀ ତିହାର ଜେଲ୍ରେ ଗ୍ୟାଙ୍ଗୱାର୍ରେ ଦୁଇ ଦୁଇଟି ହତ୍ୟା ପରେ ଜେଲ୍ ପ୍ରଶାସନ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତିହାର ଜେଲ୍ର ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଏଣିକି ଜେଲ୍ରେ ହାଇ ସିକ୍ୟୁରିଟି ୱାର୍ଡ ବାହାରେ କ୍ୱିକ୍ ରେସ୍ପନ୍ସ ଟିମ୍(QRT) ମୁତୟନ ହେବେ।
ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟ ପରାଗ ଦେଖାଯାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର ୧୪ରେ ଲାଗିବ।
ମହଙ୍ଗା ପଡ଼ିଲା କ୍ରିକେଟରଙ୍କ ପତ୍ନୀଙ୍କୁ ହଇରାଣ କରିବା ସହ କାର୍ର ପିଛା କରିବା। ଏହି ଘଟଣାରେ ପୋଲିସ୍ ୨ ଯୁବକଙ୍କୁ ଗିରଫ କରିଛି। ଦିଲ୍ଲୀରେ ଯୁବକ ଦ୍ୱୟ କ୍ରିକେଟର ନୀତିଶ ରାଣାଙ୍କ ପତ୍ନୀ ସାଚି ମାର୍ୱାଙ୍କୁ ବିନା କାରଣରେ ହଇରାଣ କରିବା ସହ ତାଙ୍କ ପିଛା କରିଥିବା ଅଭିଯୋଗ ହୋଇଥିଲା।
ଟେକ୍ସାସ୍ରେ ପୁଣିଥରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଟେକ୍ସାସ୍ର ଏକ ଶପିଂ ମଲ୍ରେ ହୋଇଥିବା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।