Advertisment

ବାହାଘର ବେଳେ ଖଣ୍ଡଯୁଦ୍ଧ: ଯିଏ ଯାହାକୁ ପାଇଲା ତାକୁ ଧରି ପିଟିଲା, କାହା ହାତରେ ବାସନ ତ ଆଉ କାହା ହାତରେ ଚେୟାର...

ସୋସିଆଲ୍‌ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଠି ଯୌତୁକକୁ ନେଇ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଛି। ପଞ୍ଜାବର ଫଜିଲ୍‌କା ଜିଲ୍ଲାରେ ଏହି ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Wedding Venue Turns Into Battlefield

Wedding venue turns into battlefield

ସାଧାରଣତଃ ଇଣ୍ଡିଆନ୍‌ ୱେଡିଂରେ କିଛି ନା କିଛି ଡ୍ରାମା ଦେଖିବାକୁ ମିଳିଥାଏ। ବିବାହ କାର୍ଯ୍ୟକ୍ରମରେ କେତେବେଳେ ପ୍ରୋସେସନକୁ ନେଇ ବରଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ତ ଆଉ କେତେବେଳେ ଖାଇବାକୁ ନେଇ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଏମିତି ବି ପରିସ୍ଥିତି ସୃଷ୍ଟି ହୋଇଛି ବାହାଘର ମଝିରେ ବର ଓ କନ୍ୟାଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଛି। ଏପରିକି ଅତିଥିଙ୍କ ମଧ୍ୟରେ ବାଡ଼ିଆପିଟା ମଧ୍ୟ ହୋଇଛି। ସୋସିଆଲ୍‌ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଠି ଯୌତୁକକୁ ନେଇ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଛି। ପଞ୍ଜାବର ଫଜିଲ୍‌କା ଜିଲ୍ଲାରେ ଏହି ଘଟଣା ଘଟିଛି।

Advertisment

ଅଧିକ ପଢ଼ନ୍ତୁ: ବାହା ମଣ୍ଡପରେ ଆଖିବୁଜା ଗୁଳି ଫୁଟାଇଲେ କନ୍ୟା ! ଶବ୍ଦ ଶୁଣି ଭୟରେ ଛାନିଆ ବର ବାବୁ

ଭାଇରାଲ୍‌ ଭିଡିଓଟ୍ୱିଟରରେ ଶେୟାର କରାଯିବା ସହ କ୍ୟାପ୍‌ସନ୍‌ରେ ଲେଖା ହୋଇଛି, ‘ପଞ୍ଜାବର ଫଜିଲ୍‌କା ଜିଲ୍ଲାରେ ଏକ ବିବାହ କାର୍ଯ୍ୟକ୍ରମରେ ଯୌତୁକକୁ ନେଇ ଗଣ୍ଡଗୋଳ ହୋଇଛି’। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଯିଏ ଯାହାକୁ ପାଇଲା ତାକୁ ଧରି ପିଟୁଛନ୍ତି। କାହା ହାତରେ ବାସନ ତ ଆଉ କାହା ହାତରେ ଚେୟାର ଓ ଚପଲ...ଆଉ କିଏ ହାତରେ ଇଟା ଧରି ଆକ୍ରମଣ କରୁଛନ୍ତି। ଏମାନଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ଅଛନ୍ତି। ଭିଡିଓ ଦେଖିଲେ ଜଣାପଡ଼ୁଛି, ସତେ ଯେମିତି ଏଠି ଖଣ୍ଡ ଯୁଦ୍ଧ ଲାଗିଛି ଓ ସମସ୍ତଙ୍କ ରାଗ ଚରମ ସୀମାରେ। 

Advertisment

ଭିଡିଓକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଜଣେ ଚେୟାର ଫିଙ୍ଗିଲେ ଓ ଅନ୍ୟ ଜଣେ ଏହାକୁ ଧରି ପକାଇଲେ। କି ଚମତ୍କାର !’ ଆଉ ଜଣେ ୟୁଜର ଲେଖିଛନ୍ତି ‘ଅତିଥିଙ୍କ ପାଇଁ ମାଗଣା ମନୋରଞ୍ଜନ’। 

Marriage Viral Video
Advertisment
Advertisment