Advertisment

ଲିଭ୍‌-ଇନ୍‌ ପାର୍ଟନରଙ୍କ ତଣ୍ଟି ଚିପି ହତ୍ୟା, ଘରଠୁ ୧୨ କି.ମି. ଦୂରରେ ମୃତଦେହ ଫିଙ୍ଗିଦେଲେ...

ଲିଭ୍‌-ଇନ୍‌ ପାର୍ଟନରଙ୍କ ତଣ୍ଟି ଚିପି ହତ୍ୟା ପରେ ଘରଠୁ ୧୨ କି.ମି. ଦୂରରେ ମୃତଦେହ ଫିଙ୍ଗିଲେ। ମୃତ ମହିଳାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Kills Live In Partner In Delhi

Man Kills Live-In Partner In Delhi

ଲିଭ୍‌-ଇନ୍‌ ପାର୍ଟନରଙ୍କ ତଣ୍ଟି ଚିପି ହତ୍ୟା ପରେ ଘରଠୁ ୧୨ କି.ମି. ଦୂରରେ ମୃତଦେହ ଫିଙ୍ଗିଲେ। ଉତ୍ତର-ପୂର୍ବ ଦିଲ୍ଲୀରେ ୨୫ ବର୍ଷୀୟ ମହିଳାଙ୍କୁ ତାଙ୍କ ଲିଭ୍‌-ଇନ୍‌ ପାର୍ଟନର ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଘର ବାହାରେ ମୃତଦେହ ପଡ଼ିଥିବା ନେଇ ଏପ୍ରିଲ ୧୨ ତାରିଖ ବିଳମ୍ବିତ ରାତିରେ ପୋଲିସ୍‌କୁ ଖବର ମିଳିଥିଲା। ଏହାପରେ  ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଥିଲା। ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ମୃତ ମହିଳାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନାହିଁ।

Advertisment

ସୂଚନା ଅନୁସାରେ, ୪ ବର୍ଷ ପୂର୍ବେ ରୋହିଣା ଓ ଭିନିଥ୍‌ ଘରୁ ପଳାଇ ଏକାଠି ରହୁଥିଲେ। ବିବାହ ପାଇଁ ରୋହିଣା ସବୁବେଳେ ଭିନିଥ୍‌ଙ୍କ ଉପରେ ଚାପ ପକାଉଥିଲା। ସନ୍ଦେହ କରାଯାଉଛି, ଏନେଇ ଏପ୍ରିଲ ୧୨ରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରୋହିଣାଙ୍କ ତଣ୍ଟି ଚିପି ଭିନିଥ୍‌ ହତ୍ୟା କରିଥିଲା।

ଅଧିକ ପଢ଼ନ୍ତୁ: ଲିଭ୍‌ଇନ୍‌ରେ ସମ୍ପର୍କ ରଖିଲା ଯୁବକ; ଭିଡିଓକରି ଯୁବତୀଙ୍କ ବାପା-ମା’ଙ୍କୁ ପଠାଇଲା

Advertisment

ସେଇଦିନ ସନ୍ଧ୍ୟାରେ ମୃତଦେହ ଫିଙ୍ଗିବା ପାଇଁ ଭିନିଥ୍‌ ସାଙ୍ଗକୁ ଡାକିଥିଲା। ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ ପରେ ଜଣାପଡ଼ିଥିଲା, ମହିଳାଙ୍କ ମୃତଦେହ ଧରି ୨ ଜଣ ବ୍ୟକ୍ତି  ବାଇକ୍‌ରେ ନେଇଥିଲେ। ସିସିଟିଭି ଜରିଆରେ ପୋଲିସ୍‌ ୧୨ରୁ ୧୩ କି.ମି. ଯାଏ ସେମାନଙ୍କ ବାଇକ୍‌ର ପିଛା କରିଥିଲା। ଭିଡିଓରେ ଆହୁରି ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି କାନ୍ଧରେ ମହିଳା ମୃତଦେହ ପକାଇଛନ୍ତି ଓ ଭଉଣୀ ପାରୁଲ ତାଙ୍କ ପଛେ ପଛେ ଚାଲି ଚାଲି ଯାଉଛନ୍ତି। ମୃତଦେହ ଫିଙ୍ଗିବାରେ ଅଭିଯୁକ୍ତର ଭଉଣୀ ଏଥିରେ ତାଙ୍କୁ ସହାୟତା କରିଥିବା ପୋଲିସ୍‌ କହିଛି।

ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ଅଭିଯୁକ୍ତକୁ ଧରିବା ଲାଗି ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଥିଲା। ଏହାପରେ ଦିଲ୍ଲୀରେ ପୋଲିସ୍‌ ପାରୁଲଙ୍କୁ ଗିରଫ କରିଥିଲା। ଏଭଳି ଜଘନ୍ୟ ଅପରାଧରେ ସେ ସହାୟତା କରିଥିବା ସ୍ୱୀକାର କରିଛନ୍ତି। ପୋଲିସ୍‌ ଭିନିଥ୍‌ ଓ ତା’ର ସାଙ୍ଗକୁ ଧରିବା ପାଇଁ ଛାନ୍‌ଭିନ୍‌ ଚଳାଇଛି। ପୋଲିସ୍‌ ସୂଚନା ଅନୁସାରେ, ୨୦୧୯ ମସିହାରେ ଉତ୍ତର ପ୍ରଦେଶରେ ହତ୍ୟା ମାମଲାରେ ଭିନିଥ୍‌ ଓ ତାଙ୍କ ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଥିଲା। ଗତବର୍ଷ ନଭେମ୍ବରୁ ଅଭିଯୁକ୍ତ ଜାମିନରେ ଆସିଥିଲା। 

Murder Murder Case
Advertisment
Advertisment