Advertisment

ଧୋନି, ବିରାଟ, ଅମିତାଭଙ୍କଠୁ ଆରମ୍ଭ କରି ରାହୁଲଙ୍କ ପର୍ଯ୍ୟନ୍ତ ଏହି ସେଲିବ୍ରେଟିଙ୍କୁ ବଡ଼ ଝଟ୍‌କା...

କିଛି ଖ୍ୟାତନାମା ବ୍ୟକ୍ତିଙ୍କ ଭେରିଫାଏଡ୍‌ ଟ୍ୱିଟରରୁ ବ୍ଲୁ ଟିକ୍‌ ହଟି ଯାଇଛି। କ୍ରିକେଟ ଦୁନିଆର କିଛି ମହାନାୟକଙ୍କଠୁ ଆରମ୍ଭ କରି ବଲିଉଡ୍‌ର ସୁପରଷ୍ଟାର ଓ ରାଜନେତାଙ୍କୁ ଅଧ ରାତିରେ ଏହି ବଡ଼ ଝଟ୍‌କା ଲାଗିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Twitter Blue Tick

know who lost Twitter ‘blue tick’

ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଟ୍ୱିଟରରେ ଖାଲି ଫ୍ୟାନ୍ସ ନୁହନ୍ତି, ସେଲିବ୍ରେଟିମାନେ ମଧ୍ୟ ଆକ୍ଟିଭ୍‌ ରହିଥାନ୍ତି। ଫଳରେ ସେମାନଙ୍କ ସହ ଜଡ଼ିତ ଖବରକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ହେବାସହ ଟ୍ୱିଟରରେ ଏହା ଟ୍ରେଣ୍ଡ୍‌ ମଧ୍ୟ କରିଥାଏ। ଏସବୁ ଭିତରେ କ୍ରିକେଟ ଦୁନିଆର କିଛି ମହାନାୟକଙ୍କଠୁ ଆରମ୍ଭ କରି ବଲିଉଡ୍‌ର ସୁପରଷ୍ଟାର ଓ ରାଜନେତାଙ୍କୁ ଅଧ ରାତିରେ ବଡ଼ ଝଟ୍‌କା ଲାଗିଛି। ଆଉ ଏହି ଖବର ଫ୍ୟାନ୍ସଙ୍କୁ ଜଣାପଡ଼ିବା ପରେ ସେମାନଙ୍କର ନିଦ ହଜି ଯାଇଛି। ଏହି ଝଟ୍‌କାରୁ ବଲିଉଡ୍‌ର ବଡ଼ ବଡ଼ ସୁପରଷ୍ଟାରଙ୍କଠୁ ଆରମ୍ଭ କରି କ୍ରିକେଟ ଦୁନିଆର କିଛି ମହାନାୟକ ମଧ୍ୟ ବର୍ତ୍ତି ପାରି ନାହାନ୍ତି। ଏବେ ଆପଣ ଭାବୁଥିବେ ଏମିତି କ’ଣ ଘଟିଲା ଯେ, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ପ୍ରକୃତରେ କଥାଟା ହେଲା, କିଛି ଖ୍ୟାତନାମା ବ୍ୟକ୍ତିଙ୍କ ଭେରିଫାଏଡ୍‌ ଟ୍ୱିଟରରୁ ବ୍ଲୁ ଟିକ୍‌ ହଟି ଯାଇଛି। 

Advertisment

ଟ୍ୱିଟରରୁ ବ୍ଲୁ ଟିକ୍‌ ହଟିବା ନେଇ ଟ୍ୱିଟରର ସିଇଓ ଏଲନ ମସ୍କ ପୂର୍ବରୁ ଘୋଷଣା କରିଥିଲେ। ଘୋଷଣା ଅନୁସାୟୀ, ଏପ୍ରିଲ ୨୦ ପରେ ଯେଉଁମାନେ ପେଡ୍‌ ସବ୍‌ସ୍କ୍ରିପସନ୍‌ ନେଇ ନାହାନ୍ତି ସେମାନଙ୍କ ଆକାଉଣ୍ଟରୁ ଭେରିଫାଏଡ୍‌ ବ୍ଲୁ ଟିକ୍‌ ହଟାଇ ଦିଆଯିବ। ଏବେ ଯଦି ଆପଣ ଟ୍ୱିଟରରେ ବ୍ଲୁ ଟିକ୍‌ ଚାହୁଁଛନ୍ତି ଏଥିପାଇଁ ଆପଣଙ୍କୁ ପ୍ରତି ମାସରେ ଟଙ୍କା ଦେବାକୁ ପଡ଼ିବ। ନୂଆ ନିୟମ ଅନୁସାରେ, ଗୁରୁବାର ଅଧ ରାତିରେ ନୂଆ ପଲିସି ଲାଗୁ କରାଯାଇଥିଲା। ଫଳରେ ଏହା ଲାଗୁ ହେବାପରେ କ୍ରିକେଟର, ରାଜନେତା ଓ ଅନେକ ବଲିଉଡ୍‌ ଷ୍ଟାରଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟି ଯାଇଛି।

ଏହିସବୁ ଖ୍ୟାତନାମା ବ୍ୟକ୍ତିଙ୍କ ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍‌...

ଟ୍ୱିଟରରେ କୋଟି କୋଟି ଫଲୋର୍ସ ଥିବା କ୍ରିକେଟ ଜଗତର ଖ୍ୟାତନାମା ଖେଳାଳି ସଚିନ ତେନ୍ଦୁଲକର, ରୋହିତ ଶର୍ମା, ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନିଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟିଛି।

Advertisment
Twitter Blue Tick
(ରୋହିତଙ୍କ ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍)‌

ସେହିପରି ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌, ସଲମାନ ଖାନ୍‌, ଅମିତାଭ ବଚ୍ଚନ, ଆଲିଆ ଭଟ୍ଟ, ଅଭିଷେକ ବଚ୍ଚନ,  ହ୍ରିତିକ ରୋଶନଙ୍କ ଭଳି ଷ୍ଟାରଙ୍କ ନାଁ ରହିଛି। 

ଖାଲି ଖେଳାଳି କି ବଲିଉଡ୍‌ ଷ୍ଟାର ନୁହନ୍ତି କିଛି ରାଜନେତାଙ୍କ ଟ୍ୱିଟର ଆକାଉଣ୍ଟରୁ ଭେରିପାଏଡ୍‌ ବ୍ଲୁ ଟିକ୍‌ ମଧ୍ୟ ହଟିଛି। ସେମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌, କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ ରହିଛି। 

ଟ୍ୱିଟରରେ ବ୍ଲୁ ଟିକ୍‌ ପାଇଁ ଦେବାକୁ ପଡ଼ିବ ଟଙ୍କା...

ଭାରତରେ ବ୍ଲୁ ସବ୍‌ସ୍କ୍ରିପସନ୍‌ ସୁବିଧା କିଛି ଦିନ ପୂର୍ବରୁ ହିଁ ଆରମ୍ଭ ହୋଇଥିଲା। ଯଦି ମୋବାଇଲ୍‌ରେ ଆପଣ ଏହି ସୁବିଧା ନେବାକୁ ଚାହୁଁଛନ୍ତି ତା’ହେଲେ ପ୍ରତି ମାସରେ ୯୦୦ ଟଙ୍କା ଓ ୱେବ୍‌ ଭର୍ସନ ପାଇଁ ୬୫୦ ଟଙ୍କା ଦେବାକୁ ପଡ଼ିବ। ଏହାସହ ୟୁଜର୍ସ ପ୍ରିମିୟର ସର୍ଭିସ୍‌ ମଧ୍ୟ ସବ୍‌ସ୍କ୍ରାଇବ୍‌ କରିପାରିବେ। ଏଥିପାଇଁ ବର୍ଷକୁ ୬,୮୦୦ ଟଙ୍କା ଦେବାକୁ ପଡ଼ିବ। ଅର୍ଥାତ୍‌ ମାସକୁ ୫୬୫ ଟଙ୍କା।  

Twitter
Advertisment
Advertisment