Advertisment

ହଲ୍‌ରେ ମିଳିଲାନି ସିଟ୍‌, ତଳେ ବସି ‘ଆଦିପୁରୁଷ’ର ଟ୍ରେଲର ଦେଖିଲେ ଅଭିନେତ୍ରୀ କୀର୍ତ୍ତି

ଟ୍ରେଲର ଲଞ୍ଚ୍‌ ବେଳେ ଅଭିନେତ୍ରୀ କୀର୍ତ୍ତିଙ୍କ ସହ ଏମିତି କିଛି ଘଟିଛି ଯାହା ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି। ଇଭେଣ୍ଟରେ ଗୋଟିଏ ପଟେ ନିର୍ଦ୍ଦେଶକ, ପ୍ରଯୋଜକ ଓ କଳାକାରମାନେ ସାମ୍ନା ସିଟ୍‌ରେ ବସି ଥିବାବେଳେ ଅନ୍ୟପଟେ କୀର୍ତ୍ତି ତଳେ ବସିଥିବା ନଜର ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Kriti Sanon's Sitting On The Floor At 'Adipurush' Trailer Launch

Kriti Sanon sitting on the floor during the trailer trailer launch of Adipurush video goes viral

ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ପାନ୍ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର ରିଲିଜ ହୋଇଛି। ବିବାଦ ଓ ସମାଲୋଚନା ପରେ ଫିଲ୍ମ ଗ୍ରାଫିକ୍ସକୁ ସୁଧାରିଛନ୍ତି ମେକର୍ସ। ବାହୁବଳୀ ଫେମ୍ ପ୍ରଭାସ ଏଥିରେ ଶ୍ରୀରାମଙ୍କ ଅବତାରରେ ନଜର ଆସି ଥିବାବେଳେ କୀର୍ତ୍ତି ସେନନ୍‌ଙ୍କୁ ମା’ ସୀତା ଓ ମରାଠୀ ଅଭିନେତା ଦେବଦତ୍ତ ନାଗେଙ୍କୁ ମହାବଳୀ ହନୁମାନଙ୍କ ଭୂମିକାରେ ଦେଖିବାକୁ ମିଳିଛି। ୩ ମିନିଟ୍ ୧୯ ସେକେଣ୍ଡର ଟ୍ରେଲର ଲୋମଟାଙ୍କୁରା ଅନୁଭୂତି ଦେଇଛିା ସୈଫ୍ ଅଲ୍ଲୀ ଖାନ ରାବଣ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିବେ। କିନ୍ତୁ ତାଙ୍କ ଲୁକ୍ସକୁ ସମ୍ପୂର୍ଣ୍ଣ ରିଭିଲ୍ କରାଯାଇନି।

Advertisment

ଅଧିକ ପଢ଼ନ୍ତୁ: ଧୋକା ଠାରୁ ଆରମ୍ଭ କରି ଧର୍ମାନ୍ତରୀକରଣ, The Kerala Storyକୁ ନେଇ ବିବାଦ କାହିଁକି ?

ଟ୍ରେଲର ଲଞ୍ଚ୍‌ ବେଳେ ଅଭିନେତ୍ରୀ କୀର୍ତ୍ତିଙ୍କ ସହ ଏମିତି କିଛି ଘଟିଛି ଯାହା ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି। ଟ୍ରେଲର ଲଞ୍ଚ୍‌ ନେଇ ଫିଲ୍ମର ଷ୍ଟାରକାଷ୍ଟ ହଲ୍‌ରେ ସିଟ୍‌ରେ ବସି ଥିବା ଦେଖିବାକୁ ମିଳିଛି। ଇଭେଣ୍ଟରେ ଗୋଟିଏପଟେ ନିର୍ଦ୍ଦେଶକ, ପ୍ରଯୋଜକ ଓ କଳାକାରମାନେ ସାମ୍ନା ସିଟ୍‌ରେ ବସି ଥିବାବେଳେ ଅନ୍ୟପଟେ କୀର୍ତ୍ତି ତଳେ ବସିଥିବା ନଜର ଆସିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। 

Advertisment

ଭିଡିଓରେ ଦେଖିବାକୁ ମିଳିଛି, ଟ୍ରେଲର ଲଞ୍ଚ ଇଭେଣ୍ଟରେ କୀର୍ତ୍ତି ଯୋଗଦେବା ସହ ହଲ୍‌କୁ ଆସିଥିଲେ। ହେଲେ ସେଠାରେ ସିଟ୍‌ ନମିଳିବାରୁ ସେ ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ସିଟ୍‌ ସାମ୍ନାକୁ ଆସି ତଳେ ବସିଥିଲେ। ଏହି ସମୟରେ କୀର୍ତ୍ତିଙ୍କୁ ତଳେ ବସିବା ଦେଖି ଅନ୍ୟମାନେ ଛିଡ଼ା ହେବାସହ ସିଟ୍‌ରେ ବସିବା ପାଇଁ ତାଙ୍କୁ କହିଥିଲେ। ଏତେ ବଡ଼ ଅଭିନେତ୍ରୀ ହୋଇ ମଧ୍ୟ ତଳେ ବସିଥିବାରୁ ନା ତାଙ୍କର କୌଣସି ଅଭିଯୋଗ ଥିଲା ନା ମନରେ ଦୁଃଖ। ବରଂ କୀର୍ତ୍ତିଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା ଓ ନିଜକୁ ସେ ପୁରାପୂରି ଆରାମ ଅନୁଭବ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ କିଛି ଲୋକ ଏହା କୀର୍ତ୍ତିଙ୍କ ପବ୍ଲିସିଟି ଷ୍ଟଣ୍ଟ କହୁଥିବା ବେଳେ ଆଉ କିଛି କୀର୍ତ୍ତିଙ୍କୁ ପ୍ରଶଂସା କରିଛନ୍ତି। 

ତାନାଜୀ ଫେମ ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ସିନେମା ୬ ମାସ ପୂର୍ବରୁ ରିଲିଜ୍ ହେବାର ଥିଲା। କିନ୍ତୁ ଟ୍ରେଲରରେ ଚରିତ୍ର ଚିତ୍ରଣ, ଲୁକ୍ସ ଏବଂ ପରିକଳ୍ପନାକୁ ନେଇ ବିବାଦ ଦେଖା ଦେଇଥିଲା। ପରିସ୍ଥିତି ଏମିତି ହେଲା କି ଫିଲ୍ମର ରିଲିଜକୁ ଘୁଞ୍ଚାଇବାକୁ ପଡ଼ିଥିଲା। ୫୦୦ କୋଟିରେ ନିର୍ମିତ ‘ଆଦିପୁରୁଷ’ରେ ଆଉ ୧୦୦ କୋଟି ବିନିଯୋଗ କରାଯାଇ VFXକୁ ବଦଳା ଯାଇଥିଲା। ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ସିନେମା ଜୁନ୍ ୧୬ରେ ସାରା ଭାରତରେ ରିଲିଜ୍ ହେବ।

Kriti Sanon
Advertisment
Advertisment