ରାଜସ୍ଥାନରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନ ହନୁମାନଗଡ଼ରେ MIG-21 ଫାଇଟର ଜେଟ୍ ଖସି ପଡ଼ିଛି। ଜନବସତି ଅଞ୍ଚଳରେ ବିମାନ ଖସିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି।
#WATCH | Indian Air Force MiG-21 fighter aircraft crashed near Hanumangarh in Rajasthan. The aircraft had taken off from Suratgarh. The pilot is safe. More details awaited: IAF Sources pic.twitter.com/0WOwoU5ASi
— ANI (@ANI) May 8, 2023
ସୂଚନା ଅନୁସାରେ, ବାୟୁସେନାର MIG-21 ଫାଇଟର ଜେଟ୍ ଆଜି ସୁରତଗଡ଼ରୁ ଉଡ଼ାଣ ଭରିଥିଲା। ତେବେ ହନୁମାନଗଡ଼ ନିକଟରେ କ୍ରାଶ୍ ହୋଇ ଜନବସତି ଅଞ୍ଚଳରେ ବିମାନଟି ଖସି ପଡ଼ିଥିଲା। କେଉଁ କାରଣ ପାଇଁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣାପଡ଼ିନି।
ସୂଚନାଥାଉ କି, ନିକଟରେ ଭାରତୀୟ ସେନା ବାହିନୀର ALH ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜାମ୍ମୁ କାଶ୍ମୀର କିସ୍ତିୱାର ନିକଟରେ ହେଲିକପ୍ଟର କ୍ରାଶ୍ ହୋଇ ଚିନାବ ନଦୀକୁ ଖସି ପଡ଼ିଥିଲା। ଯେଉଁ ସ୍ଥାନରେ ହେଲିକପ୍ଟର କ୍ରାଶ୍ ହୋଇଥିଲା ତାହା ଦୁର୍ଗମ ଅଞ୍ଚଳ ଥିଲା। ସେଠାରେ ଗତ କିଛିଦିନ ହେବ ଲଗାତାର ଭାବେ ବର୍ଷା ଜାରି ରହିଥିଲା।