Advertisment

ଇମ୍ରାନଙ୍କ ଗିରଫ ପରେ ଜଳୁଛି ପାକିସ୍ତାନ: ୟୁଟ୍ୟୁବ୍‌, ଟ୍ୱିଟର ଓ ଫେସ୍‌ବୁକ୍‌ ଉପରେ ଲାଗିଲା କଟକଣା

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଗିରଫଦାରୀ ପରେ ପାକିସ୍ତାନରେ ପ୍ରବଳ ହିଂସା ଦେଖିବାକୁ ମିଳିଛି। ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ। ବିରୋଧ ପ୍ରଦର୍ଶନ ଯୋଗୁ ମଙ୍ଗଳବାର ରାତିରେ ପାକିସ୍ତାନର ଅଧିକାଂଶ ସ୍ଥାନରେ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ- ୟୁଟ୍ୟୁବ୍‌, ଟ୍ୱିଟର ଓ ଫେସ୍‌ବୁକ୍‌ ଉପରେ କଟକଣା ଜାରି ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Imran Khan Arrest Live Updates

imran khan arrest social media platforms suspended in parts of pakistan

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଗିରଫଦାରୀ ପରେ ପାକିସ୍ତାନରେ ପ୍ରବଳ ହିଂସା ଦେଖିବାକୁ ମିଳିଛି। ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ। କରାଚି, ଇସଲାମାବାଦ, ଲାହୋର ସମେତ ପାକିସ୍ତାନର ବିଭିନ୍ନ ସହରରେ ପୋଡ଼ାଜଳା କରିଛନ୍ତି। ରାସ୍ତାରୋକ କରି ବିରୋଧ ପ୍ରଦର୍ଶନ ବି ହୋଇଛି।ବିକ୍ଷୋଭକାରୀମାନେ ରାୱଲପିଣ୍ଡି ସ୍ଥିତ ସେନା ମୁଖ୍ୟାଳୟକୁ ପ୍ରବେଶ କରିଥିବା ଜଣାପଡ଼ିଛି। ସେହିଭଳି ଲାହୋରରେ ଥିବା ସେନା କମାଣ୍ଡର ହାଉସ୍‌ ମଧ୍ୟକୁ ଧସେଇ ପଶିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବେଲ୍ ରିନ୍ୟୁ ପାଇଁ ଆସିଥିଲେ କୋର୍ଟ, ସିଧା ଜେଲ୍ ଗଲେ...

ବିରୋଧ ପ୍ରଦର୍ଶନ ଯୋଗୁ ମଙ୍ଗଳବାର ରାତିରେ ପାକିସ୍ତାନର ଅଧିକାଂଶ ସ୍ଥାନରେ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ- ୟୁଟ୍ୟୁବ୍‌, ଟ୍ୱିଟର ଓ ଫେସ୍‌ବୁକ୍‌ ଉପରେ କଟକଣା ଜାରି ହୋଇଛି।ବିକ୍ଷୋଭକାରୀମାନେ ପାକିସ୍ତାନରେ ୩ଟି ବିଲ୍‌ଡିଂରେ ନିଆଁ ଲଗାଇ ଦେଇ ଥିବାବେଳେ ଇମ୍ରାନଙ୍କ ଅଧିକାଂଶ ସମର୍ଥକଙ୍କୁ ପୋଲିସ୍‌ ଗିରଫ କରିଛି। ଏହି ହିଂସା ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। 

ଇମ୍ରାନଙ୍କ ଗିରଫ ପରେ ପାକିସ୍ତାନରେ ସ୍ଥିତି ବିଗିଡ଼ିବାରେ ଲାଗିଛିା ବିଶେଷ ଭାବେ କରାଚି ଓ ଲାହୋରରେ ସ୍ଥିତି ଅଧିକ ସଙ୍ଗୀନ ହୋଇଛି। ଶହ ଶହ ସଂଖ୍ୟାରେ ଲୋକେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ କରିବା ଏ କପ୍ରକାର ଅସମ୍ଭାଳ ହୋଇପଡ଼ିଛି। ପୋଲିସ୍ ଫୋର୍ସ ସହ ସେନାକୁ ବି ମୁତୟନ କରାଯାଇଛିା ଇସଲାମାବାଦ ଓ ପେଶୱାରରେ ୧୪୪ ଧାରା ଜାରି ହୋଇଛି। ସେପଟେ ଇମ୍ରାନଙ୍କ ଗିରଫଦାରୀକୁ ନେଇ ଇସଲମାବାଦ ହାଇକୋର୍ଟ ଆଇଜି ପୋଲିସକୁ ସମନ କରିଛନ୍ତି।

Advertisment

ଅନ୍ୟପକ୍ଷେ, ପଡୋଶୀ ଦେଶର ଅଣାୟତ୍ତ ସ୍ଥିତି ଦେଖି ଏଲ୍‌ଓସିରେ ସୁରକ୍ଷାବାହିନୀ ସତର୍କ ରହିଛନ୍ତି। ସୀମାରେ ସୁରକ୍ଷା ବଢାଇ ଦିଆଯାଇଛି। ପାକିସ୍ତାନର ସ୍ଥିତି ଉପରେ କଡ଼ା ନଜର ରଖିଛି ଭାରତୀୟ ସେନା। 

ସୂଚନାଥାଉ କି, ଅଲ୍ କାଦିର ଟ୍ରଷ୍ଟ ନାଁରେ ୫୩ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ମାମଲାରେ ଗତକାଲି ଇମ୍ରାନ ଖାନ୍‌ଙ୍କୁ ଗିରଫ କରାଯାଇଥିଲା। ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ ବା NABର ଏକାଧିକ ଥର ସମନ ଖିଲାପ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Imran Khan
Advertisment
Advertisment