Advertisment

ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ, ଫୁଲ୍‌ ସ୍ପିଡ୍‌ରେ ଆସି ଲୋକଙ୍କ ଉପରେ ମାଡ଼ିଗଲା କାର୍‌...

ଶରଣାର୍ଥୀ ଶିବିର ବାହାରେ ବସ୍‌ ଷ୍ଟପେଜ୍‌ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଏକ ଏସ୍‌ୟୁଭି କାର୍‌ ମାଡ଼ିଯିବା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Texas Car Accident Today

8 dead after car plows into crowd outside migrant shelter in Texas

ଫୁଲ୍‌ ସ୍ପିଡ୍‌ରେ ଆସି ଲୋକଙ୍କ ଉପରେ ମାଡ଼ିଗଲା କାର୍‌। ଏହାପରେ କାର୍‌ ଓଲଟିବା ସହ ପ୍ରାୟ ୬୦ ମିଟର ଯାଏ ଘୋଷାଡ଼ି ହୋଇଗଲା। ଶରଣାର୍ଥୀ ଶିବିର ବାହାରେ ବସ୍‌ ଷ୍ଟପେଜ୍‌ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଏକ ଏସ୍‌ୟୁଭି କାର୍‌ ମାଡ଼ିଯିବା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆମେରିକାର ଟେକ୍ସାସ୍‌ ସୀମାବର୍ତ୍ତୀ ସହର ବ୍ରାଉନ୍ସଭିଲେରେ ରବିବାର ଏହି ଭୟଙ୍କର ଦୁର୍ଘଟଣା ଘଟିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ବସ୍‌ ଷ୍ଟପେଜ୍‌ରେ ବସିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଲୋକମାନେ ରାସ୍ତାକଡ଼ରେ ବସି ବସ୍‌କୁ ଅପେକ୍ଷା କରିଥିଲେ। ହେଲେ ଏହି ସମୟରେ ଫୁଲ୍‌ ସ୍ପିଡ୍‌ରେ ଏକ ଏସ୍‌ୟୁଭି କାର୍‌ ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଅଧିକାଂଶ ଲୋକ ଭେନଜୁଏଲାର ବୋଲି ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ଫୁଲ୍‌ ସ୍ପିଡ୍‌ରେ କାର୍‌ରେ ଆସି ଧକ୍କା ଦେଲେ, ୩ କି.ମି. ଯାଏ ସେମିତି କାର୍‌ ଛାତ ଉପରେ ପଡ଼ିଥିଲେ ଯୁବକ...

Advertisment

ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି, ଏକ ଏସ୍‌ୟୁଭି କାର୍‌(ରେଞ୍ଜ ରୋଭର) ସ୍ପିଡ୍‌ରେ ଆସି ବସ୍‌ ଷ୍ଟପେଜ୍‌ ନିକଟରେ ବସିଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏହି ସମୟରେ ଆଉ କିଛି ଲୋକ ଛିଡ଼ା ମଧ୍ୟ ହୋଇଥିଲେ। ସେମାନେ ମଧ୍ୟ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଲୋକ ରାତ୍ରି ଆଶ୍ରୟସ୍ଥଳୀରେ ଆଶ୍ରୟ ନେବା ପରେ ବ୍ରାଉନ୍ସଭିଲେ ସହରକୁ ଫେରିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ହେଲେ ତା’ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିଲେ।

ଦୁର୍ଘଟଣା ପରେ କାର୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେବା ପାଇଁ ପ୍ରୟାସ କରିଥିଲେ। ହେଲେ ସେଠାରେ ଉପସ୍ଥିତ ଲୋକେ ତାଙ୍କୁ କାବୁ କରି ନେଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କାର୍‌ ଡ୍ରାଇଭରଙ୍କୁ ଗିରଫ କରିଥିଲା। ଦୁର୍ଘଟଣା ସମୟରେ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିଲେ ନା ନାହିଁ ସେନେଇ ପୋଲିସ୍‌ ତଦନ୍ତ ଚଳାଇଛି। 

Accident Car Accident Hit And Run Case
Advertisment
Advertisment