Advertisment

ତିହାର ଜେଲ୍‌ରେ ମୁତୟନ ହେବେ QRT: ମିଳିବ ହେଲ୍‌ମେଟ୍‌, ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ ଓ ଲଙ୍କାଗୁଣ୍ଡ...

୧୯ ଦିନରେ ଦିଲ୍ଲୀ ତିହାର ଜେଲ୍‌ରେ ଗ୍ୟାଙ୍ଗୱାର୍‌ରେ ଦୁଇ ଦୁଇଟି ହତ୍ୟା ପରେ ଜେଲ୍‌ ପ୍ରଶାସନ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତିହାର ଜେଲ୍‌ର ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଏଣିକି ଜେଲ୍‌ରେ ହାଇ ସିକ୍ୟୁରିଟି ୱାର୍ଡ ବାହାରେ କ୍ୱିକ୍‌ ରେସ୍‌ପନ୍ସ ଟିମ୍‌(QRT) ମୁତୟନ ହେବେ।

author-image
Rajalaxmi Sahoo
tihar jail administration formed quick response team

tihar jail administration formed quick response team

୧୯ ଦିନରେ ଦିଲ୍ଲୀ ତିହାର ଜେଲ୍‌ରେ ଗ୍ୟାଙ୍ଗୱାର୍‌ରେ ଦୁଇ ଦୁଇଟି ହତ୍ୟା ପରେ ଜେଲ୍‌ ପ୍ରଶାସନ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତିହାର ଜେଲ୍‌ର ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଏଣିକି ଜେଲ୍‌ରେ ହାଇ ସିକ୍ୟୁରିଟି ୱାର୍ଡ ବାହାରେ କ୍ୱିକ୍‌ ରେସ୍‌ପନ୍ସ ଟିମ୍‌(QRT) ମୁତୟନ ହେବେ। QRTରେ ତାମିଲନାଡୁ ସ୍ପେଶାଲ୍‌ ପୋଲିସ୍‌, ସିଆର୍‌ପିଏଫ୍‌ ଯବାନ ମୁତୟନ ହେବେ। ଏହି ଯବାନଙ୍କ ପାଖରେ ଆଣ୍ଟି ରାଇଟ୍‌ସ ଇକ୍ୱିପମେଣ୍ଟ୍‌ ଯଥା- ହେଲ୍‌ମେଟ୍‌, ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌, ଲଙ୍କାଗୁଣ୍ଡ ଇତ୍ୟାଦି ରହିବ। ହେଲେ ସେମାନଙ୍କ ପାଖରେ କୌଣସି ଅସ୍ତ୍ର ରହିବ ନାହିଁ। କାରଣ ଜେଲ୍‌ ମାନୁଆଲ୍‌ରେ ଏହା ନାହିଁ। ଖାଲି ଜେଲ୍‌ ଭିତରେ ନୁହେଁ ଜେଲ୍‌ ବାହାରେ ମଧ୍ୟ QRT ଟିମ୍‌ ମୁତୟନ ହେବେ। ଏହାସହ ଜେଲ୍‌ ବାହାରେ ଆଇଟିବିପି ଯବାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ।

Advertisment

କାହିଁକି QRT କୁ ସାମିଲ କରାଗଲା ?

ଅଧିକାରୀଙ୍କ କହିବା ଅନୁସାରେ, QRTରେ ସିଆର୍‌ପିଏଫ୍‌, ଆଇଟିବିପି ଯବାନଙ୍କ ସହ ଦିଲ୍ଲୀ ଜେଲ୍‌ କର୍ମଚାରୀ ସାମିଲ ହେବେ। ଏହି ଟିମ୍‌କୁ ଅଧିକ ବିପଦ ଥିବା ୱାର୍ଡରେ ମୁତୟନ କରାଯିବ। ଫଳରେ କଏଦୀଙ୍କ ମଧ୍ୟରେ ହାତାହାତି କିମ୍ବା ଝଗଡ଼ା ଭଳି ପରିସ୍ଥିତି ଉପୁଜିବା ପୂର୍ବରୁ ଏହି ଟିମ୍‌ ପରିସ୍ଥିତିକୁ ନିୟନ୍ତ୍ରଣ କରି ନେବେ। ଗ୍ୟାଙ୍ଗଷ୍ଟରଟିଲ୍ଲୁ ତାଜାପୁରିଆ ହତ୍ୟା ମାମଲାରେ ଜେଲ୍‌ ବିଭାଗ ତିହାର ଜେଲ୍‌ର ୮ ଜଣ କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ଏଥିଲାଗି QRT ଟିମ୍‌ ଗଠନ କରାଯାଇଛି। ଟିଲ୍ଲୁକୁ ହତ୍ୟା ବେଳେ ଜରୁରୀକାଳୀନ ପରିସ୍ଥିତି ପାଇଁ ବ୍ୟବହୃତ ସାଇରନ୍‌ କାମ କରୁନଥିଲା ବୋଲି ଜଣାପଡ଼ିଛି। 

ଆକ୍ରମଣକାରୀଙ୍କ ଠାରୁ ନିଜକୁ ବଞ୍ଚାଇବା ଲାଗି ଟିଲ୍ଲୁ ବାରାକ୍‌ରୁ ବାହାରକୁ ଆସିଥିଲା। ହେଲେ ଗ୍ୟାଙ୍ଗୱାର୍‌ରେ ସାମିଲ କଏଦୀମାନେ ୧୦୦ରୁ ଅଧିକ ଥର ଟିଲ୍ଲୁ ଶରୀରରେ ଛୁରୀ ଭୁସିଥିଲେ। ମେ’ ୨ ତାରିଖ ସକାଳ ପ୍ରାୟ ୬ଟା ୧୦ରେ ଏହି ଘଟଣା ଘଟିଥିଲା। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ଗ୍ୟାଙ୍ଗଷ୍ଟରକୁ ମରଣାନ୍ତକ ଆକ୍ରମଣ ବେଳେ କୌଣସି ପୋଲିସ୍‌ ଅଧିକାରୀ ତାକୁ ବଞ୍ଚାଇବା ପାଇଁ ଆସିନଥିଲେ। ତେବେ କିଛି କଏଦୀ ସେହି ସମୟରେ ସେଠାରେ ଉପସ୍ଥିତ ଥିଲେ। ହେଲେ ଆକ୍ରମଣକାରୀଙ୍କୁ ଅଟକାଇବା ପାଇଁ କେହି ସାହସ କରିନଥିଲେ।

Advertisment
Advertisment
Advertisment