ଆୟୋଜିତ ହୋଇଯାଇଛି ‘ଦାଦାସାହେବ ଫାଲ୍କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’। ଅନେକ କଳାକାର ଓ ଫିଲ୍ମକୁ ଏଥିରେ ପୁରସ୍କୃତ କରାଯାଇଛି। ଆସନ୍ତୁ ଜାଣିବା କିଏ କ’ଣ ପାଇଛନ୍ତି।
ସେମିଷ୍ଟାର୍ର ଫଳାଫଳ ଜୁଲାଇ ୨୦୨୨ରେ ଆସିଥିଲା। ଛାତ୍ରଙ୍କୁ ଏଯାଏ ମିଳିଲା ନାହିଁ ମାର୍କସିଟ୍। ରାଗିଗଲେ ଛାତ୍ର। ପ୍ରିନ୍ସପାଲଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ।
ଭାଷା, ସାଂସ୍କୃତିକ ବିବିଧତା ଏବଂ ବହୁଭାଷୀତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୨୧ ଫେବୃଆରୀରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ। ଆସନ୍ତୁ ଜାଣିବା କାହିଁକି ଏବଂ କିପରି ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ ଏବଂ ଏହାର ଗୁରୁତ୍ୱ ଏବଂ ଇତିହାସ କ’ଣ…
ଆଜିର ପ୍ରାଇଭେଟ୍ କମ୍ପାନୀରେ କାମ କରିବା କେତେ କଷ୍ଟ ତାହା ଯେଉଁମାନେ କରନ୍ତି ସେମାନେ ଜାଣନ୍ତି। ଆବଶ୍ୟକତା ଠାରୁ ଅଧିକ ସମୟ କମ୍ପାନୀକୁ ଦେବାକୁ ହୁଏ। କିନ୍ତୁ ଭାରତରେ ଏମିତି ଏକ ଆଇଟି କମ୍ପାନୀ ଅଛି ଯେଉଁଠି ସିଫ୍ଟ ଟାଇମ ସରିଗଲେ ଆପେ ଆପେ କମ୍ପ୍ୟୁଟର୍ ବନ୍ଦ ହେଇଯିବ।
JNU ରେ ଚାକିରି ପାଇବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର। ଏଥିପାଇଁ ରେଜିଷ୍ଟ୍ରାର, ସୁରକ୍ଷା ଅଧିକାରୀ, ଆସିଷ୍ଟାଣ୍ଟଙ୍କ ସମେତ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି।
ସେ ହେଲେ ୯୦ ଦଶକର ଚର୍ଚ୍ଚିତ ଅଭିନେତ୍ରୀ। ବଲିଉଡକୁ ଅନେକ ଚଳଚ୍ଚିତ୍ର ଦେବାପରେ ହଠାତ୍ ତାଙ୍କ କ୍ୟାରିଅରରୁ ବିରତି ନେଇ ପାରିବାରିକ ସମୟକୁ ଉପଭୋଗ କରିଥିଲେ ଏବଂ ପରେ କର୍କଟ ରୋଗକୁ ପରାସ୍ତ କରିଥିଲେ। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ବାପାଙ୍କ ଜୀବନ ବଞ୍ଚାଇବାକୁ ନିଜ ଯକୃତ ଦାନ କରିଛନ୍ତି ୧୭ବର୍ଷୀୟ ଝିଅ। ଏହାକରି ସେ ଭାରତର ସର୍ବକନିଷ୍ଠ ଅଙ୍ଗଦାତା ହେବାର ଗୌରବ ହାସଲ କରିଛନ୍ତି। ଏଥିପାଇଁ କିନ୍ତୁ ତାଙ୍କୁ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡିଥିଲା।
ଆପଣ କଳ୍ପନା କରିପାରିବେ କି କେବଳ ପାଣି ପିଇ କେହି ବଞ୍ଚିପାରିବେ! ସମ୍ଭବତଃ ନୁହେଁ। କିନ୍ତୁ ଜଣେ ବ୍ୟକ୍ତି କେବଳ ପଇଡ ପାଣି ପିଇ ବଞ୍ଚିଛନ୍ତି। ସେ ୨୪ ବର୍ଷ ହେଲା ଏପରି କରିଆସୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ଅଛି। ବୃଦ୍ଧ ହୋଇଥିଲେ ମଧ୍ୟ ତାଙ୍କ ମୁହଁରେ...
ନ୍ୟାୟର ପରିଭାଷାକୁ ଜୀବନ୍ତ ରଖିବା ପାଇଁ ୨୦ ଫେବୃଆରୀରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳନ କରାଯାଏ। ଏହା ୨୦୦୯ରେ ଆରମ୍ଭ ହୋଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତି ଏବଂ ସମାଜର ପ୍ରତ୍ୟେକ ବିଭାଗକୁ ସାଧାରଣ ଅଧିକାର ପ୍ରଦାନ କରିବା।
ଆଦିବାସୀ ମେଳା ପାଇଁ ସଜ ହେଉଛି ପ୍ରଦର୍ଶନୀ ପଡିଆ। ତିଆରି ହେଉଛି ଆଦିବାସୀ କୁଡିଆ ଆଉ ସେସବୁ ହେଉଛି ରଙ୍ଗ। କାରୁକାର୍ଯ୍ୟରେ ବ୍ୟସ୍ତ ଅଛନ୍ତି କଳାକାର।
ଶତାୟୁଙ୍କୁ ସମ୍ମାନ... ଜୀବନର ୧୦୦ ବର୍ଷ ଅତିକ୍ରମ କରି ସାରିଥିବା ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ଦିଆଯାଇଛି। ଏଥିରେ ଯୋଗଦେଇଥିବା ବୟସ୍କମାନେ ସେମାନଙ୍କ ସୁସ୍ଥ ଜୀବନର ରହସ୍ୟକୁ ବଖାଣିଛନ୍ତି। ଆସନ୍ତୁ ଜାଣିବା…
IOCLରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଇଞ୍ଜିନିୟର୍ ପଦବୀରେ ନିଯୁକ୍ତି ପାଇଁ IOCL ଆବେଦନ ମାଗିଛି। ୫୧୩ଟି ପ୍ରାର୍ଥୀ ପାଇବେ ନିଯୁକ୍ତି। ଦରମା ୧ ଲକ୍ଷ ଉପରେ।
ପ୍ରକାଶ ରାଜ 'ଦ କାଶ୍ମୀର ଫାଇଲ୍ସ'କୁ ନିନ୍ଦା କରିଛନ୍ତି। ଚଳଚ୍ଚିତ୍ର ଉପରେ ଏକ ସମାଲୋଚନାମୂଳକ ମତ ଦେଇଛନ୍ତି, ଯାହାକୁ ଅନୁପମ ଖେର ଆଦୌ ପସନ୍ଦ କରି ନାହାନ୍ତି। ଅନୁପମ ଖେର ବର୍ତ୍ତମାନ ଏହାର ଜବାବରେ କହିଛନ୍ତି….
କମେଡି କିଙ୍ଗ୍ ଗୋବିନ୍ଦା ଏବଂ ଚୁଲ୍ବୁଲି ନାୟିକା କରିସ୍ମା କପୁରଙ୍କ ବଲିଉଡ୍କୁ ଦେଇଛନ୍ତି ୧୧ଟି ହିଟ୍ ଫିଲ୍ମ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏମିତି ହଠାତ କ’ଣ ହେଲା ଯେ ସେମାନଙ୍କ ଯୋଡି ଭାଙ୍ଗିଗଲା। ଆସନ୍ତୁ ଏହା ପଛର କାରଣ ଜାଣିନେବା।
ଜଣେ ମହାନ ଯୋଦ୍ଧା ଥିଲେ ଛତ୍ରପତି ଶିବାଜୀ। ମରାଠା ସମାଜ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବାହୁବଳରେ ସେ ଅନେକ ଯୁଦ୍ଧ ଲଢିଛନ୍ତି ଆଉ ଜିତିଛନ୍ତି। ହେଲେ କିପରି ହେଲା ଏହି ମହାନ ନାୟକଙ୍କ ମୃତ୍ୟୁ?
ଆୟୁଷ୍ମାନ ଭାରତ ପରେ ଏବେ ପିଏମ୍ଶ୍ରୀ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ତୁ… ତୁ… ମେ... ମେ… ହେବାରେ ଲାଗିଛନ୍ତି। ସ୍ୱାସ୍ଥ୍ୟ ପରେ ଶିକ୍ଷା କ୍ଷେତ୍ରକୁ ନେଇ ଆରମ୍ଭ ହୋଇଛି ରାଜନୀତି। କେନ୍ଦ୍ର ରାଜ୍ୟ କଳି ଭିତରେ ବଳି ପଡିବେନି ତ ଛାତ୍ରଛାତ୍ରୀ।
ମହାଶିବରାତ୍ରୀର ପବିତ୍ର ଦିନରେ ଶିବ ଆରାଧନାରେ ମଗ୍ନ ସାରା ଜଗତ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତର ଅପେକ୍ଷା ମହାଦୀପ ଦର୍ଶନର ସେ ମହାର୍ଘ ମୂହୁର୍ତ୍ତକୁ।
ଓଡ଼ିଶାରେ ଲମ୍ବିଛି ଜବ୍ ଫ୍ରଡର ମାୟାଜାଲ। ନକଲି ୱେବସାଇଟ୍ କରି ହଜାର ହଜାର ଚାକିରି ଆଶାୟୀଙ୍କୁ କୋଟି କୋଟି ଟଙ୍କାର ଚୁନା ଲଗାଉଛନ୍ତି ଠକ। କେବେ ସରକାରୀ ଢାଞ୍ଚାରେ ଅନଲାଇନରେ ବିଜ୍ଞାପନ ଦେଇ ତ କେବେ ଓଡ଼ିଆ ଖବର କାଗଜରେ ନିଯୁକ୍ତି ସୂଚନା ଦେଇ ଲୁଟିଛନ୍ତି ଯୁବକ ଯୁବତୀଙ୍କୁ।
IDBI ବ୍ୟାଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରିକରିଛି। ଆବେଦନ ପ୍ରକ୍ରିୟା ଫେବୃଆରୀ ୧୭ରୁ ଆରମ୍ଭ ହୋଇଛି। ମନୋନୀତ ପ୍ରାର୍ଥୀ ମାସକୁ ୬୩ ହଜାର ଉପରେ ଦରମା ପାଇବେ।
ଦୀପିକା ପାଦୁକୋନ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ରର ରିଲିଜ ତାରିଖର ପୋଷ୍ଟର ଶେୟାର କରିଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହିତ ପ୍ରଶଂସକମାନେ ପ୍ରଭାସ ଏବଂ ଦୀପିକାଙ୍କ ଯୋଡି ଦେଖି ସୋସିଆଲ ମିଡିଆରେ କମେଣ୍ଟ ପରେ କମେଣ୍ଟ ଦେଇଚାଲିଛନ୍ତି।