/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680865664.jpg)
Shah rukh khan shows love to rcb captain virat kohli
ଚଳିତ ବର୍ଷ ଆରମ୍ଭରୁ ‘ପଠାନ୍’ କୁ ନେଇ ଶାହରୁଖ ଖାନଙ୍କ ଚର୍ଚ୍ଚା ଏବେ ବି କମି ନାହିଁ। ‘ପଠାନ’ର ଜଲ୍ୱା ଆଜି ବି ଚାରିଆଡେ ଦେଖିବାକୁ ମିଳେ। ସେ ପଡିଆ ହେଉ କି ଷ୍ଟେଜ୍ କିଙ୍ଗ୍ ଖାନ୍ଙ୍କ ଷ୍ଟାଇଲ୍ ସମସ୍ତଙ୍କୁ ଫିଦା କରିଦେଉଥିବା ଦେଖାଯାଉଛି।
ବର୍ତ୍ତମାନ ଆଇପିଏଲ୍ ମ୍ୟାଚ୍ ଚାଲିଛି। ଶାହାରୁଖ ତାଙ୍କ ଟିମ୍ କୋଲକାତା ନାଇଟ୍ ରାଇଡର୍ସ ବା କେକେଆର୍କୁ ଖୁସି କରିବାକୁ ନେଇ କୌଣସି ବି ସୁଯୋଗ ହାତ ଛଡା କରୁନାହାଁନ୍ତି। ସୋସିଆଲ୍ ମିଡିଆ ରେ ଭିଡିଓ ସହିତ କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ‘ଆର୍ସିବି’ର କ୍ୟାପ୍ଟେନ୍ ବିରାଟ କୋହଲି ଙ୍କ ପ୍ରତି କିଙ୍ଗ୍ ଖାନ୍ଙ୍କ ଭଲପାଇବା ଦେଖିବାକୁ ମିଳିଛି।
ଗୁରୁବାର ଦିନ ଶାହରୁଖ ଖାନଙ୍କ ଆଇପିଏଲ ଟିମ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏକ ମ୍ୟାଚ୍ ଥିଲା। ଏହି ମ୍ୟାଚ୍ ଇଡେନ୍ ଗାର୍ଡେନ୍ରେ ହୋଇଥିଲା। ଏନେଇ କିଙ୍ଗ୍ ଖାନ୍ ତାଙ୍କ ଟିମ୍କୁ ଉତ୍ସାହିତ କରୁଥିବା ଦେଖାଯାଇଥିଲା। କେକେଆର୍ ୮୧ ରନ୍ରେ ମ୍ୟାଚ୍ ଜିତିଥିଲା, କିନ୍ତୁ ଶାହରୁଖ ଲୋକଙ୍କ ହୃଦୟକୁ ଜିତିଥିଲେ।
ଅଧିକ ପଢ଼ନ୍ତୁ: କୋଟି କୋଟି ଫ୍ୟାନ୍, ତଥାପି ଏକା ଏକା ବିରାଟ କୋହଲି ! କାହିଁକି..?
କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା। କିଙ୍ଗ୍ ଖାନ୍ ତାଙ୍କ ଟିମ୍କୁ ସମର୍ଥନ କରୁଥିଲେ। କିନ୍ତୁ ଏହି ବିଜୟ ପରେ ଯେଉଁ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଲା ସେ ପୁଣି ଥରେ ଲୋକଙ୍କୁ କହିବାକୁ ବାଧ୍ୟ କଲେ ଯେ କିଙ୍ଗ୍ ତ କେବଳ ଖାନ୍ ହିଁ। ଏହି ବିଜୟ ପରେ ଶାହାରୁଖ ଖୁବ୍ ଉତ୍ସାହିତ ଥିଲେ। ଏନେଇ ସେ ବିରାଟଙ୍କୁ ପଡ଼ିଆରେ ଭେଟିବାକୁ ଯାଇଥିଲେ।
ବିରାଟ ଏବଂ ଶାହରୁଖ ପରସ୍ପରଙ୍କୁ ଭେଟିବା ମାତ୍ରେ ଦୁହେଁ ଏକ ସୁନ୍ଦର ଆଲିଙ୍ଗନ କରିଥିଲେ। ତା’ପରେ ସ୍ନେହରେ ଶାହରୁଖ ବିରାଟଙ୍କ ଗାଲରେ ହାତ ରଖିଥିଲେ ଏବଂ ପରେ କିଙ୍ଗ୍ ଖାନ୍ ତାଙ୍କୁ 'ପଠାନ'ର ଟାଇଟଲ ଗୀତ ‘ଝୁମେ ଜୋ ପଠାନ୍’ର ହୁକ୍ ଷ୍ଟେପ୍ ମଧ୍ୟ ଶିଖାଇଥିଲେ। ବିରାଟ ମଧ୍ୟ ପ୍ରତ୍ୟେକ ଷ୍ଟେପ୍କୁ ଅନୁସରଣ କରୁଥିବା ଦେଖାଯାଏ। ଦୁଇ ଷ୍ଟାର୍ଙ୍କ ଏହି ଡ୍ୟାନ୍ସକୁ ପ୍ରଶଂସକମାନେ ବହୁତ ଉପଭୋଗ କରୁଥିବା ଦେଖିବାକୁ ମିଳେ।
This happened after the Clash Of The Titans 💪🏻 a 🫂 is a must after such high-voltage matches 🫶🏻
How endearing it is to see King Khan @iamsrk teaching the steps of #JhoomeJoPathaan to King Kohli @imVkohli 📸 🕺🏻🕺🏻#KKRvsRCB#ShahRukhKhan#KKR#AmiKKR#RCB#ViratKohlipic.twitter.com/DiHCgb5nbU— Shah Rukh Khan Universe Fan Club (@SRKUniverse) April 6, 2023
ଟ୍ୱିଟର୍ ରେ ଲୋକେ ଶାହରୁଖଙ୍କ କୋରିଓଗ୍ରାଫିର ଏହି ଭିଡିଓକୁ ଜମେଇକି ଶେୟାର କରୁଛନ୍ତି। ଉଭୟଙ୍କ ଡ୍ୟାନ୍ସ, ଆଲିଙ୍ଗନ ଏବଂ ଫଟୋକୁ ଲୋକେ 'ଫଟୋ ଅଫ୍ ଦ ଡେ' ବୋଲି କହୁଛନ୍ତି। ପ୍ରଶଂସକମାନେ ସୋସିଆଲ ମିଡିଆରେ କହୁଛନ୍ତି ଯେ “କେକେଆର୍ ମ୍ୟାଚ୍ ଜିତିଛି, କିନ୍ତୁ SRK ହୃଦୟ ଜିତିଛନ୍ତି।”
This happened after the Clash Of The Titans 💪🏻 a 🫂 is a must after such high-voltage matches 🫶🏻
How endearing it is to see King Khan @iamsrk teaching the steps of #JhoomeJoPathaan to King Kohli @imVkohli 📸 🕺🏻🕺🏻#KKRvsRCB#ShahRukhKhan#KKR#AmiKKR#RCB#ViratKohlipic.twitter.com/DiHCgb5nbU— Shah Rukh Khan Universe Fan Club (@SRKUniverse) April 6, 2023
ଟ୍ୱିଟର୍ ରେ ଶେୟାର ହୋଇଥିବା ପୋଷ୍ଟକୁ ୩୮ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ଏହାକୁ ୨ ହଜାର ପରେ ଲାଇକ୍ ମିଳିଛି। ଜଣେ ପ୍ରଶଂସକ କହିଛନ୍ତି “ଉଭୟ ମୋର କିଙ୍ଗ୍, ମୁଁ ସେମାନଙ୍କୁ ଖୁବ ଭଲ ପାଏ”। ଆଉ ଜଣେ ଶେୟାର ହୋଇଥିବା ପୋଷ୍ଟ୍ କ୍ୟୁଟେଷ୍ଟ ଫଟୋ କହିବା ସହ ଉଭୟଙ୍କ ବଣ୍ଡିଂକୁ ପ୍ରଶଂସା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)