Advertisment

ଅମିତାଭଙ୍କ ସହ କାମ ନ କରିବାକୁ ଶ୍ରୀଦେବୀ ନେଇଥିଲେ ଶପଥ, ହେଲେ କାହିଁକି…

ଗୋଟିଏ ସମୟରେ ଶ୍ରୀଦେବୀ ଏବଂ ଅମିତାଭ ବଚ୍ଚନଙ୍କ ଯୋଡି ଥିଲା ହିଟ୍। ଉଭୟ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। କିନ୍ତୁ ଏମିତି କ’ଣ ହେଲା ଯେ ଅମିତାଭଙ୍କ ସହ କାମ ନ କରିବାକୁ ଶ୍ରୀଦେବୀ ମନସ୍ଥ କରିନେଲେ? ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
Sridevi Not Workrd With Amitabh Bachchan

Sridevi once openly declared that she will not work with amitabh bachchan

ଶ୍ରୀଦେବୀଙ୍କୁ ହିନ୍ଦୀ ସିନେମାର ପ୍ରଥମ ମହିଳା ସୁପରଷ୍ଟାର ବୋଲି କୁହାଯାଏ। ଶ୍ରୀଦେବୀଙ୍କ ପାଖରେ ଏମିତି କଳାଥିଲା ଯାହା ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣୁଥିଲା। ତାଙ୍କର ଅଭିନୟ ଆଉ ଷ୍ଟାଇଲ୍ ଲୋକଙ୍କୁ ପାଗଳ କରିଦେଉଥିଲା। ଯେତେବେଳେ ଶ୍ରୀଦେବୀ ଚଳଚ୍ଚିତ୍ରରେ ନିଜର ଶକ୍ତି ପ୍ରଦର୍ଶନ କରୁଥିଲେ, ଅମିତାଭ ବଚ୍ଚନଙ୍କ ଷ୍ଟାର୍‌ଡମ୍ ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିଲା।

Advertisment

ଅମିତାଭ ବଚ୍ଚନ ଙ୍କ ଉପସ୍ଥିତି ଚଳଚ୍ଚିତ୍ରର ହଲ୍‌ମାର୍କ ବୋଲି ବିବେଚନା କରାଯାଉଥିଲା। ଶ୍ରୀଦେବୀ ଏବଂ ଅମିତାଭ ବଚ୍ଚନଙ୍କ ଏହି ଯୋଡି ଅନେକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ​​କିନ୍ତୁ ୧୯୮୬ ପରେ ଏମିତି କ’ଣ ହେଲା ଯେ ଶ୍ରୀଦେବୀ ସିଧାସଳଖ ଅମିତାଭଙ୍କ ସହ କାମ ନ କରିବାକୁ ଘୋଷଣା କରିଥିଲେ। ତେବେ ଶ୍ରୀଦେବୀଙ୍କ ଏହି ଶପଥ ଫିଲ୍ମ 'ଖୁଦା ଗୱାହ'ରେ ଭାଙ୍ଗି ଯାଇଥିଲା। ପୁଣି ଏମିତି କ’ଣ ହେଲା ତାଙ୍କୁ ନିଜ ନିଷ୍ପତ୍ତିକୁ ବଦଳାଇବାକୁ ପଡିଲା? ଆସନ୍ତୁ ଜାଣିବା…

ନିର୍ମାତା ମନୋଜ ଦେଶାଇ ଫିଲ୍ମ 'ଖୁଦା ଗୱାହ' ନିର୍ମାଣ କରୁଥିଲେ। ସେ ତାଙ୍କ ଫିଲ୍ମର ହିରୋଇନ୍ ଖୋଜୁଥିଲେ। ଏହି ଭୂମିକାରେ ଫିଟ୍ ହେବା ନେଇ ହିରୋଇନ୍ ଚମତ୍କାର ଏବଂ ଚତୁର ହେବା ଆବଶ୍ୟକ ଥିଲା ଏବଂ ତାଙ୍କୁ ଅମିତାଭଜୀଙ୍କ ବିପକ୍ଷରେ କାଷ୍ଟ୍‌ କରାଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ରୂପର ରାଣୀ ଶ୍ରୀଦେବୀଙ୍କ ସୌନ୍ଦର୍ଯ୍ୟର ଉପମା ନାହିଁ

ସେତେବେଳେ ନିର୍ମାତା ମନୋଜ ଦେଶାଇ ଫିଲ୍ମଫେୟାର ମାଗାଜିନକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, “ଫରାହ ବ୍ୟତୀତ ଡିମ୍ପଲ୍ (କାପାଡିଆ) ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଡବଲ୍ ରୋଲ୍‌ରେ ଥିଲେ। ଡିମ୍ପଲ୍ ଟଙ୍କା ପ୍ରସଙ୍ଗକୁ ନେଇ ଫିଲ୍ମ ଛାଡିଥିଲେ, କାରଣ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ତାଙ୍କ ମୂଲ୍ୟ ଏକ ଲକ୍ଷ ବଢିଯାଉଥିଲା।”

ଫିଲ୍ମର ନିର୍ଦ୍ଦେଶକ ମୁକୁଲ ଆନନ୍ଦ ଏବଂ ମନୋଜ ଦେଶାଇ ଡିମ୍ପଲ୍‌ଙ୍କର ଏହି ନଖରାମୀ ଯୋଗୁଁ ହଇରାଣ ହୋଇଯାଇଥିଲେ। ଏଭଳି ପରିସ୍ଥିତିରେ ସେ ଶ୍ରୀଦେବୀଙ୍କୁ ଏହି ଭୂମିକା ଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଶ୍ରୀଦେବୀ ଏହା ପୂର୍ବରୁ ଗଣମାଧ୍ୟମକୁ କହିଥିଲେ ଯେ ଅମିତାଭଙ୍କ ହିରୋଇନ୍‌ମାନେ ଅନେକ ସମୟରେ ସ୍ୱାଧୀନ ଭାବେ କାମ କରିବାର ସୁଯୋଗ ପାଇନଥାନ୍ତି। ତେଣୁ ସେ ତାଙ୍କ ସହ କଦାପି କାମ କରିବେ ନାହିଁ।

ମନୋଜ ଏହି ସାକ୍ଷାତକାରରେ କହିଥିଲେ, “ତା’ପରେ ଶ୍ରୀଦେବୀଙ୍କ ନାମ ଆସିଥିଲା, କିନ୍ତୁ ସେ ଅମିତାଭଙ୍କ ସହ କାମ କରିବେ ନାହିଁ ବୋଲି କହିଥିଲେ। କିନ୍ତୁ ସାହସର ସହ ସାଇ ବାବାଙ୍କୁ ଧ୍ୟାନ କରି ମୁଁ ଶ୍ରୀଦେବୀଙ୍କ ନିକଟକୁ ଗଲି। ସେ ପ୍ରଥମେ ମନା କରିଦେଲେ, କିନ୍ତୁ ଯେତେବେଳେ ମୁଁ ତାଙ୍କୁ ସମ୍ପୂର୍ଣ୍ଣ ସ୍କ୍ରିପ୍ଟ ଦେଲି, ସେ ଏହାକୁ ପଢି ତୁରନ୍ତ କାମ କରିବାକୁ ରାଜି ହୋଇଗଲେ।”

ମନୋଜ ଦେଶାଇ ଆହୁରି ମଧ୍ୟ କହିଥିଲେ, “ଅମିତାଭଜୀଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା। ଏହି ଚଳଚ୍ଚିତ୍ରରେ ଦୁଇ ପିଢି ଅଛନ୍ତି - ଗୋଟିଏରେ ଅମିତାଭ ଏବଂ ଶ୍ରୀଦେବୀ, ଦ୍ୱିତୀୟ ପିଢିରେ ଶ୍ରୀଦେବୀ ଏବଂ ସଞ୍ଜୟ ଦତ୍ତଙ୍କ ସହ ପୋଲିସ୍ ଇନ୍ସପେକ୍ଟର ଭୂମିକାରେ ଫରାହ।” ତେବେ ଆଉ ଏକ ମଜାଦାର କାହାଣୀ ହେଲା, ଶ୍ରୀଦେବୀଙ୍କ ପ୍ରବେଶ ପରେ ଫର୍‌ହା ଏହି ଫିଲ୍ମ ଛାଡିଦେଲେ।

ଶ୍ରୀଦେବୀ, ୧୯୮୬ର 'ଆଖିରୀ ରାସ୍ତେ' ପରେ ଅମିତାଭଙ୍କ ସହ କାମ ନ କରିବାକୁ ସ୍ଥିର କରିଥିଲେ, ତେବେ ତାଙ୍କୁ 'ଖୁଦା ଗୱାହ'ରେ ପୁଣି ଥରେ ଅମିତାଭଙ୍କ ହିରୋଇନ୍ ଭାବରେ ଦେଖିବାକୁ ମିଳିଥିଲା। ପ୍ରାୟ ୧୭ କୋଟି ଟଙ୍କାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ୧୯୯୨ର ତୃତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରର ଆଖ୍ୟା ପାଇଥିଲା। 

Amitabh Bachchan Sridevi Bollywood
Advertisment
Advertisment