Advertisment

ଅଜୟ, ଶାହରୁଖ, ସଲମାନଙ୍କ ସହ ଟକ୍କର ଦେବେ ବବି ଦେଓଲ

'ଆଶ୍ରମ'ର ସିଜନ ୪ର ଝଲକ ସାମ୍ନାକୁ ଆସିବା ପରେ ବବି ଦେଓଲଙ୍କ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ବାବା ନିରାଲା ଚରିତ୍ରରେ ଦେଖିବାକୁ ଉତ୍ସାହର ସହ ଅନେଇ ବସିଛନ୍ତି। ଆଗକୁ ମଧ୍ୟ ବବି ଦେଓଲଙ୍କ ହାତରେ ଅନେକ ଚଳଚ୍ଚିତ୍ର ରହିଛି। ସେ ଭିଲେନ ଭୂମିକାରେ ଶାହରୁଖ, ସଲମାନ ଏବଂ ଅଜୟ ଦେବଗନଙ୍କ ଉପରେ ଭାରି ପଡିବେ।

author-image
Pramod Behera
ଅଦ୍ୟତନ ହୋଇଛି
Bobby deol upcoming films big threats for shahrukh salman khan

Bobby deol upcoming films big threats for shahrukh salman khan

ୱେବ୍ ସିରିଜ୍ 'ଆଶ୍ରମ'ର ନିର୍ମାତା ଯେତେଠାରୁ ସିଜନ ୪ର ଝଲକ ଦେଖାଇଛନ୍ତି, ବବି ଦେଓଲଙ୍କ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ବାବା ନିରାଲାଙ୍କ ଚରିତ୍ରରେ ଦେଖିବାକୁ ଉତ୍କଣ୍ଠାର ସହ ଅନେଇ ବସିଛନ୍ତି। ଆଗକୁ ମଧ୍ୟ ବବି ଦେଓଲଙ୍କ ହାତରେ ଅନେକ ଚଳଚ୍ଚିତ୍ର ଅଛି।

Advertisment

ଅଜୟ ଦେବଗନ୍, ଶାହରୁଖ ଖାନ୍ ଏବଂ ସଲମାନ ଖାନଙ୍କ ଭଳି ତାରକାଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର-ୱେବ୍ ସିରିଜ୍ ପ୍ରତିଯୋଗିତା କରିବ ଏଥିରେ ସନ୍ଦେହ ନାହିଁ। ଦର୍ଶକଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି।

ବାବା ନିରାଲା ଓରଫ ବବି ଦେଓଲଙ୍କ 'ଆଶ୍ରମ'ର ସବୁ ସିରିଜ୍ ହିଟ୍ ହେବା ପରେ, ନିର୍ମାତାମାନେ ଏହାର ସିଜନ୍ ୪କୁ ରିଲିଜ୍ କରିବାକୁ ଅଣ୍ଟା ଭିଡିଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ରରେ ଆକର୍ଷଣୀୟ ଚରିତ୍ର ସହିତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ପ୍ରସ୍ତୁତ। ସେ ଭିଲେନ ଭୂମିକାରେ ଶାହରୁଖ ଖାନ, ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ପରି ବଲିଉଡ ତାରକାଙ୍କ ଉପରେ ଭାରି ପଡିବେ। ତେତେ ଆସନ୍ତୁ ଏହିସବୁ ଫିଲ୍ମ ଓ ୱେବ୍‌ସିରିଜ୍ ଉପରେ ନଜର ପକେଇ ନେବା।

Advertisment

ଆଶ୍ରମ ୪:

ୱେବ୍ ସିରିଜ୍ 'ଆଶ୍ରମ'ରେ ବାବା ନିରାଲା ହୋଇ ଦର୍ଶକଙ୍କ ହୃଦୟ ଜିତିଥିବା ବବି ଦେଓଲ୍ ଖୁବ୍ ଶୀଘ୍ର' ଆଶ୍ରମ ୪'ସହିତ ଦର୍ଶକଙ୍କ ସାମ୍ନାକୁ ଆସିବେ। ସେ ବାବା ନିରାଲାର ଅନ୍ଧକାର ଦୁନିଆରେ ସମସ୍ତଙ୍କୁ ଏକାଠି କରିବା ନଜର ଆସିବେ। ନିର୍ମାତା ଗତ ବର୍ଷ MX ପ୍ଲେୟାରରେ 'ଆଶ୍ରମ ୩' ରିଲିଜ୍ କରିବା ସହିତ 'ଆଶ୍ରମ ୪'ର ଝଲକ ମଧ୍ୟ ପ୍ରଦର୍ଶନ କରିଥିଲେ।

ଏନିମଲ୍:

ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ 'ଏନିମଲ୍'ରେ ବବି ଦେଓଲ ଏକ ବିଶେଷ ଭୂମିକାରେ ନଜର ଆସିବେ। ଏହି ରୋମାଣ୍ଟିକ୍ ଥ୍ରୀଲର୍‌ରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ। ଏହି ଫିଲ୍ମ ୧୧ ଅଗଷ୍ଟ୍‌ରେ ରିଲିଜ୍‌ ହେବାର ଯୋଜନା ରହିଛି। ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ 'ଏନିମଲ୍'ରେ ଅନିଲ କପୁର ଏବଂ ତୃପ୍ତି ଡିମ୍‌ରୀଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ହରି ହର ଭିରା ମଲ୍ଲୁ:

ବବି ଦେଓଲ ଦକ୍ଷିଣ ସିନେମାରେ 'ହରି ହର ଭିରା ମଲ୍ଲୁ'ରେ ମଧ୍ୟ ନିଜର ଜଲ୍‌ୱା ଦେଖେଇବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଥିରେ ବବି ଔରଙ୍ଗଜେବ ଭୂମିକାରେ ନଜର ଆସିବେ। ସେହିପରି ଏଥିରେ ପୱନ କଲ୍ୟାଣ ଭିରା ମଲ୍ଲୁର ମୁଖ୍ୟ ଭୂମିକାରେ ଦେଖାଦେବେ। ଅନ୍ୟମାନଙ୍କ ମଧ୍ୟରେ ନର୍ଗିସ୍ ଫାଖରୀ, ନିଧି ଅଗ୍ରୱାଲଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ହାଉସ୍‌ଫୁଲ୍‌ ୫:

ସାଜିଦ ନାଡିୟାଡୱାଲାଙ୍କ ଫିଲ୍ମ 'ହାଉସଫୁଲ ୫'ରେ ମଧ୍ୟ ବବି ଦେଓଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ସୂଚନା ମିଳିଛି ଯେ ନିର୍ମାତା ଏହି ସିକ୍ୱେଲ୍‌ରେ ଫ୍ରାଞ୍ଚାଇଜ୍‌ର ସମସ୍ତ ତାରକାଙ୍କୁ ଆଣିବାକୁ ଚାହୁଁଛନ୍ତି।

ଆପ୍‌ନେ:
ବଲିଉଡ୍‌ର ଦେଓଲ ପରିବାର ଖୁବ୍ ଶୀଘ୍ର ଫିଲ୍ମ 'ଆପ୍‌ନେ'ର ସିକ୍ୱେଲ ନେଇ ଆସୁଛନ୍ତି। ଭାଇ ସନ୍ନି ଏବଂ ବାପା ଧର୍ମେନ୍ଦ୍ରଙ୍କ ସହ ବବି ଦେଓଲ ତାଙ୍କର ଜଲ୍‌ୱା ଦେଖାଇବେ। ନିର୍ଦ୍ଦେଶକ ଅନିଲ ଶର୍ମା ଗତ ବର୍ଷ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ହେଁ ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଶ୍ଲୋକ୍ ଦ ଦେଶୀ ଶେର୍‌ଲକ୍ ହୋମ୍ସ:
୫୪ ବର୍ଷିୟ ବବି ଦେଓଲ ତାଙ୍କର ଆଗାମୀ ଡିଟେକ୍ଟିଭ୍ ଫିଲ୍ମ 'ଶ୍ଲୋକ୍ ଦ ଦେଶୀ ଶେର୍‌ଲକ୍ ହୋମ୍ସ'ରେ ଏକ ବିଶେଷ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି, ଯାହା ଦର୍ଶକଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ହେବ। ଅନନ୍ୟା ବିର୍ଲା ଏହି ଫିଲ୍ମ ସହିତ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନନ୍ୟା ଭାରତୀୟ ଶିଳ୍ପପତି କୁମାର ମଙ୍ଗଲମ୍ ବିର୍ଲାଙ୍କ ଝିଅ।

Bollywood Bobby Deol
Advertisment
Advertisment