Advertisment

Govt. Job: ୧୦ମ ପାଶ୍‌ କରିଥିଲେ ସୁବର୍ଣ୍ଣ ସୁଯୋଗ… CRPF ରେ ଚାକିରି… ଦରମା ୬୯,୧୦୦ଟଙ୍କା

ଆପଣ ଯଦି ୧୦ମ ପାଶ୍‌ ସହ ITI କରିଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣ ବି CRPF ରେ କରିପାରିବେ ଚାକିରି। ଏଠି ୯୨୧୨ ପଦବୀ ପୂରଣ ହେବ। ଦରମା ବି ଆଖିଦୃଶିଆ ରହିଛି।

author-image
Pramod Behera
ଅଦ୍ୟତନ ହୋଇଛି
10th pass iti certificate then get constable job in CRPF

10th pass iti certificate then get constable job in CRPF

ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ବିଜ୍ଞପ୍ତି ମଧ୍ୟ ଜାରି ହୋଇଥିଲା। ୨୭ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ।

Advertisment

ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୯୨୧୨ ପଦବୀ ପୂରଣ ହେବ। ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀରେ ଚାକିରି ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନେ ନିମ୍ନରେ ଏହା ସହିତ ଜଡିତ ସମସ୍ତ ବିବରଣୀ ଦେଖିପାରିବେ।

ଦରମା:

  • CRPF ଅଧୀନରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଲେବଲ୍‌-୩ ମାଧ୍ୟମରେ ଦରମା ଦିଆଯିବ
  • ଏନେଇ ମାସକୁ୨୧,୭୦୦ ରୁ ୬୯,୧୦୦ଟଙ୍କା ଦରମା ମିଳିବ
Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ

  • ଅନ୍‌ଲାଇନ୍ ଆବେଦନର ଆରମ୍ଭ ତାରିଖ - ମାର୍ଚ୍ଚ ୨୭
  • ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ - ୨୫ ଏପ୍ରିଲ୍

ପୋଷ୍ଟ୍‌ ସଂଖ୍ୟା:

  • ପୁରୁଷ ପାଇଁ - ୯୧୦୪ ପଦବୀ
  • ମହିଳା ପାଇଁ - ୧୦୭ ପଦବୀ

ଶିକ୍ଷାଗତ ଯୋଗ୍ୟତା:

  • ଡ୍ରାଇଭର - କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ମାଟ୍ରିକ୍ କିମ୍ବା ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ
  • ଏଥିସହ, ପ୍ରାର୍ଥୀଙ୍କର ଏକ ଭାରୀ ପରିବହନ ଯାନ ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ
  • ନିଯୁକ୍ତି ସମୟରେ ଡ୍ରାଇଭିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଜରୁରୀ
  • ମେକାନିକ୍ ମୋଟର ଯାନ - ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ କିମ୍ବା ଏହାର ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ
  • ମୋଟର ମେକାନିକ୍‌ରେ ୨ ବର୍ଷର ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ITI) ସାର୍ଟିଫିକେଟ୍ ମଧ୍ୟ ରହିବା ଜରୁରୀ
  • ଏହା ବ୍ୟତୀତ, ସମ୍ପୃକ୍ତ ଟ୍ରେଡ୍‌ରେ ଏକ ବର୍ଷର ଅଭିଜ୍ଞତା ରହିବା ଉଚିତ
  • ଅନ୍ୟାନ୍ୟ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ପୁରୁଷ ପ୍ରାର୍ଥୀଙ୍କ ପାଇଁ - ୧୦୦ ଟଙ୍କା
  • SC / ST, ମହିଳା ପ୍ରାର୍ଥୀଙ୍କ ପାଇଁ - ଦେୟ ନାହିଁ

ବିଜ୍ଞପ୍ତି ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Govt Jobs CRPF Vacancies
Advertisment
Advertisment