Advertisment

Happy Birthday: ପ୍ରଥମ ଦେଖାରେ ହେଇଥିଲା ପ୍ରେମ; ଆସିଲା ଝଡ… ହେଲା ବିବାହ

ବର୍ତ୍ତମାନ 'ପୁଷ୍ପା: ଦି ରାଇଜ୍' ର ସିକ୍ୱେଲ୍ 'ପୁଷ୍ପା: ଦ ରୁଲ୍‌’ କୁ ନେଇ ଚର୍ଚ୍ଚା ଧରିଛି। ପ୍ରଥମ ଭାଗର ବିରାଟ ସଫଳତା ପରେ, ବର୍ତ୍ତମାନ ଦର୍ଶକମାନେ ଉତ୍ସାହର ସହିତ ଫିଲ୍ମର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି। ଏହାରି ଭିତରେ ଅଲୁ ଅର୍ଜୁନ ତାଙ୍କ ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ରିଏଲ୍ ଲା‍ଇଫ୍‌ର ଲଭ୍ ଷ୍ଟୋରୀ ଉପରେ ଆସନ୍ତୁ ନଜର ପକେଇ ନେବା।

author-image
Pramod Behera
ଅଦ୍ୟତନ ହୋଇଛି
Allu arjun was in love at first sight when he saw sneha reddy

Allu arjun was in love at first sight when he saw sneha reddy

ଜନ୍ମଦିନ ପୂର୍ବରୁ ପ୍ରଶଂସକଙ୍କୁ ସର୍‌ପ୍ରାଇଜ୍ ଦେଇଛନ୍ତି। ‘ପୁଷ୍ପା: ଦ ରୁଲ୍‌’ର ଟ୍ରିଜର୍ ରିଲିଜ୍ କରି ସେ ତାଙ୍କ ପ୍ରଶଂସକଙ୍କୁ ଚମକେଇ ଦେଇଛନ୍ତି। ଆଲୁଙ୍କ ଚଳଚ୍ଚିତ୍ର 'ପୁଷ୍ପା-ଦି ରାଇଜ୍' ରିଲିଜ୍ ହେବା ପରେ କେବଳ ସାଉଥ୍‌ରେ ନୁହେଁ ସମଗ୍ର ଭାରତରେ ଏକ ବିସ୍ଫୋରଣ ସୃଷ୍ଟି କରିଥିଲା। ବର୍ତ୍ତମାନ 'ପୁଷ୍ପା: ଦି ରାଇଜ୍' ର ସିକ୍ୱେଲ୍ 'ପୁଷ୍ପା: ଦ ରୁଲ୍‌’ କୁ ନେଇ ଚର୍ଚ୍ଚା ଧରିଛି। ପ୍ରଥମ ଭାଗର ବିରାଟ ସଫଳତା ପରେ, ବର୍ତ୍ତମାନ ଦର୍ଶକମାନେ ଉତ୍ସାହର ସହିତ ଫିଲ୍ମର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି।

Advertisment

ଅଲୁ ଅର୍ଜୁନ ୮ ଏପ୍ରିଲ ୧୯୮୨ରେ ତାମିଲନାଡୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ଅଲୁଙ୍କ ବାପା ଅଲୁ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଯିଏ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଅଲୁ ଆଜି ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି।

ଏହି ବିଶେଷ ମୁହୂର୍ତ୍ତରେ ଆଜି ଆମେ ଆପଣଙ୍କୁ ଆଲୁଙ୍କ ପ୍ରେମ କାହାଣୀ କଥା କହିବୁ। ସେ କିପରି ସ୍ନେହା ରେଡ୍ଡୀଙ୍କୁ ଭେଟିଲେ ଆଉ କିପରି ସ୍ନେହାଙ୍କ ସହ ଆଲୁଙ୍କ ପ୍ରେମ କାହାଣୀ ଆରମ୍ଭ ହେଲା ସେ ବିଷୟରେ ଜାଣିବା।

Advertisment

ପ୍ରଥମ ଦେଖାରେ ପ୍ରେମ:

ଏକ ଦଶନ୍ଧିରୁ ଅଧିକ ହେବ ଅଲୁ ଅର୍ଜୁନ ତାଙ୍କ ବନ୍ଧୁଙ୍କ ବିବାହରେ ଯୋଗଦେବାକୁ ଆମେରିକା ଯାଇଥିଲେ। ଏହି ବିବାହ ଉତ୍ସବକୁ ସ୍ନେହା ମଧ୍ୟ ଯାଇଥିଲେ।| ଏଠାରେ ଉଭୟଙ୍କର ସାକ୍ଷାତ ହୋଇଥିଲା। ଅଭିନେତାଙ୍କ ବନ୍ଧୁ ତାଙ୍କୁ ସ୍ନେହାଙ୍କ ସହ ପରିଚିତ କରାଇଥିଲେ ଏବଂ ସେମାନେ ପ୍ରଥମ ଦେଖାରେ ପ୍ରେମରେ ପଡିଗଲେ, ଯାହାକୁ ‘ଲଭ୍ ଆଟ୍ ଫାଷ୍ଟ ସାଇଟ୍’ କୁହାଯାଏ।

ଚାଲିଲା ମେସେଜ୍ ଆଉ ପ୍ରେମ:

ପ୍ରଥମ ଦେଖାରେ ଅଲୁ ଅର୍ଜୁନ ସ୍ନେହାଙ୍କୁ ଏତେ ପସନ୍ଦ କରିନେଲେ ଯେ ସେ ତାଙ୍କୁ ଆଉ ହାତଛଡା କରିବାକୁ ଚାହୁଁ ନଥିଲେ। ପରେ ଅଭିନେତାଙ୍କ ବନ୍ଧୁ ମଧ୍ୟ ତାଙ୍କୁ ସ୍ନେହାଙ୍କୁ ମେସେଜ୍ ଦେବାକୁ କହିଲେ ଏବଂ ସେ ତାହା ମଧ୍ୟ କଲେ। ମେସେଜ ପାଇବା ପରେ ସ୍ନେହା ତୁରନ୍ତ ଏହାର ଉତ୍ତର ଦେଇଇଲେ ଏବଂ ପରେ ଦୁହେଁ ଫୋନରେ କଥା ହୋଇଥିଲେ ଏବଂ ଶୀଘ୍ର ସାକ୍ଷାତ କରିବାକୁ ନିଷ୍ପତ୍ତି ନେଇଥିଲେ।

କୌତୁହଳ ଥିଲା ପ୍ରଥମ ଡେଟ୍:

ସେମାନଙ୍କର ପ୍ରଥମ ସାକ୍ଷାତ ଅତ୍ୟନ୍ତ ଆକର୍ଷଣୀୟ ଥିଲା ଏବଂ ପରେ ଉଭୟ ଅନେକ ଡେଟ୍ କରିଛନ୍ତି। ଏହିପରି ଦୁହେଁ ପରସ୍ପରକୁ ବୁଝିବାରେ ସକ୍ଷମ ହୋଇଛନ୍ତି। ଆଗକୁ ପ୍ରେମ ବଢିବାରେ ଲାଗିଲା। ପରେ ଦୁହେଁ ଉଭୟଙ୍କ ମନରେ ବିବାହର ଚିନ୍ତାଧାରା ଆସିଲା, କିନ୍ତୁ ଦୁହେଁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ ସମ୍ପର୍କକୁ ଗୁପ୍ତ ରଖିଥିଲେ।

ଅଲୁ ଅର୍ଜୁନ ଏବଂ ସ୍ନେହାଙ୍କ ଲଭ୍ ଲାଇଫରେ ସମସ୍ୟା:

କିଛି ବର୍ଷ ଡେଟିଂ କରିବା ପରେ ଅଲୁ ଅର୍ଜୁନଙ୍କ ବାପା ସେମାନଙ୍କ ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ। ତା’ପରେ ପୁଷ୍ପା ଷ୍ଟାର୍‌ କହିଥିଲେ ଯେ ସେ ସ୍ନେହାଙ୍କୁ ପସନ୍ଦ କରନ୍ତି ଏବଂ ବିବାହ କରିବାକୁ ଚାହାଁନ୍ତି। ତେବେ, ପ୍ରାରମ୍ଭରେ ଉଭୟଙ୍କ ପିତାମାତା ଏହି ସମ୍ପର୍କ ବିରୁଦ୍ଧରେ ଥିଲେ। ଏହା ସତ୍ତ୍ୱେ ଅଲୁ ଏବଂ ସ୍ନେହା ପରସ୍ପରଙ୍କ ସାଥ୍ ଛାଡି ନଥିଲେ। ପରେ ଉଭୟଙ୍କ ପିତାମାତା ନିଜ ପିଲାମାନଙ୍କର ଇଚ୍ଛା ପୂରଣ କରିବାକୁ ରାଜି ହୋଇଥିଲେ।

ବିବାହ:

୨୬ ନଭେମ୍ବର ୨୦୧୦ରେ ହାଇଦ୍ରାବାଦରେ ଏକ ବିଶାଳ ସମାରୋହରେ ଅଲୁ ଅର୍ଜୁନ ଏବଂ ସ୍ନେହାଙ୍କ ନିର୍ବନ୍ଧ ହୋଇଥିଲା।
ପରେ ଅର୍ଜୁନ ଏବଂ ସ୍ନେହା ୬ ମାର୍ଚ୍ଚ ୨୦୧୧ରେ ବିବାହ କରିଥିଲେ। ଏହି ସମୟରେ ସ୍ନେହା ଏକ ସୁବର୍ଣ୍ଣ ଏବଂ କମଳା ରଙ୍ଗର କାଞ୍ଚିବରମ୍‌ ଶାଢୀ ପିନ୍ଧିଥିବାବେଳେ ଅଲୁ ଅର୍ଜୁନ ଏକ ଧଳା ଶେର୍‌ୱାନି ପିନ୍ଧିଥିଲେ।

ପୂରା ପରିବାର:

ଅଲୁ ଅର୍ଜୁନ ଏବଂ ସ୍ନେହା ୨୦୧୪ରେ ପ୍ରଥମ ଥର ପାଇଁ ପିତାମାତା ହୋଇଥିଲେ। ଏହି ଦମ୍ପତି ସେମାନଙ୍କ ପୁଅର ନାଁ ଅଲୁ ଅୟାନ୍ ରଖିଥିଲେ। ଦୁଇ ବର୍ଷ ପରେ ଏହି ଦମ୍ପତି ଅଲୁ ଅର୍‌ହା ନାମକ ଏକ ଶିଶୁ କନ୍ୟାକୁ ସ୍ୱାଗତ କରିଥିଲେ। ବର୍ତ୍ତମାନ ଉଭୟ ନିଜ ପରିବାର ସହ ସୁଖମୟ ଜୀବନଯାପନ କରୁଛନ୍ତି। ମାର୍ଚ୍ଚ ୬ ରେ ଦୁହେଁ ଏକାଦଶ ବିବାହ ବାର୍ଷିକୀ ପାଳନ କରିଥିଲେ, ଯେଉଁଥିରେ ଅଲୁ ଅର୍ଜୁନ ମଧ୍ୟ କେକ୍ ସହିତ ଏକ ଫଟୋ ଶେୟାର କରିଥିଲେ।

Allu Arjun Pushpa Happy Birthday
Advertisment
Advertisment