କୋଲକାତାରେ ରେଡ ସହ କେନ୍ଦୁଝର ବଡ଼ବିଲ, ଝାରସୁଗୁଡ଼ା, ରାଉରକେଲା, ଭୁବନେଶ୍ୱରରେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ ଚାଲିଛି।
ବେଙ୍ଗାଲୁରୁର ରାଜାଜିନଗରରେ ଥିବା ରାମେଶ୍ୱରମ କାଫେରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବିସ୍ଫୋରଣ ଘଟି ୪ ଜଣ ଆହତ ହୋଇଛନ୍ତି।
ଲ’ ଅଫିସରମାନଙ୍କ ୫୦ ପ୍ରତିଶତ ଫି’ ବୃଦ୍ଧି କଲେ ରାଜ୍ୟ ସରକାର। ଅତିରିକ୍ତ ସରକାରୀ ଓକିଲଙ୍କ ଦୈନିକ ଫି' ୧୮୭୫ ଟଙ୍କାକୁ ବୃଦ୍ଧି କରାଯାଇଛି।
ବରଫ ଚାଦରରେ ଘୋଡ଼ାଇ ହୋଇ ରହିଥିବା ସ୍ପିଟି ଘାଟିର ପ୍ରାକୃତିକ ସୌନ୍ଦର୍ଯ୍ୟ.. -୨୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ହେଲା ନିଆରା ବିବାହ। -୨୫ ଡିଗ୍ରୀର ହାଡ଼ଭଙ୍ଗା ଶୀତ ବି ହାରିଯାଇଛି ତାଙ୍କ ପ୍ରେମର ଉଷ୍ମତା ଆଗରେ।
ହାତ ଛାଡିବା ପରେ ରଜତ ଚୌଧୁରୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ନିକଟରେ ଅଂଶୁମାନ ମହାନ୍ତି, ନିହାର ମହାନନ୍ଦ ଏବଂ ବିପ୍ଲବ ଜେନା ବି କଂଗ୍ରେସ ଛାଡ଼ିଥିଲେ।
ମୁହାଁମୁହିଁ ହୋଇଛନ୍ତି ABVP ଏବଂ ବାମପନ୍ଥୀ ସମର୍ଥିତ ଛାତ୍ର ଗୋଷ୍ଠୀ। ଉଭୟ ପକ୍ଷ ଭିତରେ ମାରପିଟ୍ ହୋଇଛି।
କଟକର ପ୍ରସିଦ୍ଧ ଦହିବରା ଏବେ ସାରା ରାଜ୍ୟରେ ବ୍ୟାପିଲାଣି। ଗାଁ ଗାଁରେ ଘରେ ଘରେ ଦହିବରାକୁ ବେଶ୍ ଉତ୍ସାହରେ ଖାଇବାକୁ ପସନ୍ଦ କରନ୍ତି ଓଡ଼ିଆ।
ପ୍ରେମ ପାଇଁ ନିଜ ମାଲିକଙ୍କ ସ୍ତ୍ରୀକୁ ହତ୍ୟା କଲେ ଯୁବକ। କ୍ୟାପିଟାଲ ଥାନା ଝରଣା ବସ୍ତିରେ ହତ୍ୟାକାଣ୍ଡ। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସର ତଦନ୍ତ .
ମାତ୍ର ୩ ସପ୍ତାହ ବ୍ୟବଧାନରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ସହ-ପ୍ରଭାରୀ ଲତା ଉସେଣ୍ଡି।
୫ ମାସ ଧରି ଭୁବନେଶ୍ବରିଆଙ୍କ ନିଦ ହଜାଉଥିଲେ। ଆପାର୍ଟମେଣ୍ଟରେ ପଶି ବେଧଡ଼କ ଲୁଟପାଟ୍ କରୁଥିଲେ ପାର୍ବଣ ପରଠୁ। କେଉଁ ଫ୍ଲାଟରୁ ସୁନା ଗହଣା ତ ଆଉ କେଉଁ ଫ୍ଲାଟରୁ ଟଙ୍କା ଲୁଟି ଖସିଯାଉଥିଲେ। ହେଲେ ଆଉ ଚାଲିଲାନି ବେଶୀ ଦିନ। ଶେଷରେ ୫ ମାସର କସରତ କରି କମିଶନରେଟ୍...
ସରକାରୀ ଯୋଜନା, ବିଜେଡିର ପ୍ରଚାର। ଅଭିଯୋଗ ଆସିଲା ଆଉ ନିର୍ବାଚନ ପୂର୍ବରୁ ଧରିଲେ ନିର୍ବାଚନ କମିଶନ। ସରକାରୀ ଯୋଜନା ରେ ଦଳୀୟ ଚିହ୍ନର ପ୍ରଚାର କରୁଥିବା ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନର ସ୍ପଷ୍ଟୀକରଣ ମାଗିଛନ୍ତି ଓଡିଶା ସରକାରଙ୍କୁ। ଯାହାକି ବିରୋଧୀଙ୍କୁ ଖୋରାକ ଯୋଗାଇଛି ଅଧିକ ସମାଲୋଚନା ପାଇଁ।
ଜଗନ୍ନାଥ ପ୍ରେମୀ ଆଶ୍ବସ୍ତ। ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ସନ୍ଦେହ ଓ ସଂଶୟ ହେବ ଦୂର। ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ ୧୨ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।
ବିଦ୍ରୋହର ବାରୁଦ ଗଦାରେ ଛିଡ଼ା ହୋଇଛି କି ବିଜେଡି ? ୧୪୭ MLA ଓ ୨୧ MP ଆସନ ପାଇଁ ଆଶାୟୀଙ୍କ ସଂଖ୍ୟା ୧୦ ହଜାର । କେତେ ଜଣଙ୍କୁ ମ୍ୟାନେଜ କରିବ ଦଳ, କେତେ ଜଣ ସାଜିବେ ରାଜୁ ଦାସ ? ବିଜେଡି ଡଙ୍ଗାରେ ଅସମ୍ଭାଳ ଭିଡ଼କୁ...
କାହିଁକି ସାମ୍ନାକୁ ଆସୁନି ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ ? ଏମଆର ମଠର ଜିପିଆର ସର୍ଭେ ରିପୋର୍ଟ କାହିଁକି ହେଉନି ସାର୍ବଜନୀନ ? ପ୍ରଶ୍ନ ଉଠାଇ ଅସନ୍ତୋଷ ପ୍ରକାଶ କଲେ ସେବାୟତ ଓ ବୁଦ୍ଧିଜୀବୀ । ଖନନବେଳେ ଏମଆର ମଠରୁ ପ୍ରାପ୍ତ ପ୍ରାଚୀନ ସାମଗ୍ରୀର ସୁରକ୍ଷାକୁ ନେଇ...
ଆକ୍ସନ୍ ମୋଡରେ କଂଗ୍ରେସ। ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ରକୁ କରୁଛି ଟାର୍ଗେଟ୍। ଲୋକସେବା ଭବନ ଘେରାଉ, ଲୋୟର ପିଏମ୍ଜିରେ ହଲ୍ଲାବୋଲ୍ । ଭୋଟ୍ ବେଳେ କାମ ଦେବନି କହି ବିଜେପି ଓ ବିଜେଡିର ତାଚ୍ଛଲ୍ୟ
ନୂଆ ବିଜ୍ଞାପିତ ଅଞ୍ଚଳ ଘୋଷଣା ଦାବିରେ ଆଜି ମନମୁଣ୍ଡା ବନ୍ଦ। ଆଗକୁ ବଙ୍ଗୋମୁଣ୍ଡା-ସୁବଳୟା ଓ ବାମରାରେ ବି ହେବ ଆନ୍ଦୋଳନ। ଆଳି ଓ ଖଇରାରେ ବି ତେଜିଲାଣି ଅସନ୍ତୋଷ। ସରକାରଙ୍କ ନିଷ୍ପତ୍ତି ବିରୋଧରେ ନିର୍ବାଚନ କମିଶନଙ୍କୁ ବିଜେପିର ଫେରାଦ
ମାଟ୍ରିକ ପରୀକ୍ଷାକୁ ଛାଡୁନି ଭାଇରାଲ୍ ଭୂତ। ଶୁକ୍ରବାର ଇଂରାଜୀ, ଆଜି ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ। ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଘୂରି ବୁଲିଲା ଗଣିତ ପ୍ରଶ୍ନପତ୍ର। ଦୋଷୀଙ୍କୁ କଡ଼ା ଦଣ୍ଡ ପାଇଁ ପିଲା ଓ ଅଭିଭାବକଙ୍କ ଦାବି
୨୦୧୧ ମସିହାରେ ଜବତ ହୋଇଥିଲା ୫୨୨ ଖଣ୍ଡ ରୁପା ଇଟା। ୨୦୨୨ରେ ଖନନ ବେଳେ ବାହାରିଥିଲା କାରୁକାର୍ଯ୍ୟ ପୂର୍ଣ୍ଣ ସିଂହ ମୂର୍ତ୍ତି। ଆଉ ଏବେ ଦୃଶ୍ୟମାନ ହୋଇଛି ୧୫ ଫୁଟ୍ ମାଟି ତଳେ ପୁରୁଣା ହାଣ୍ଡି।
ବିଜେଡି ଡଙ୍ଗାରେ ଅସମ୍ଭାଳ ଭିଡ଼। ବିଧାନସଭା, ଲୋକସଭା ମିଶାଇ ଆସନ ୧୬୮। ହେଲେ ଆବେଦନ ପାଇଁ ଭିଡ଼ ପ୍ରାୟ ୬୦ ଗୁଣ ଅଧିକା। ଟିକେଟ୍ ପାଇଁ ଦଳରେ ୧୦ ହଜାର ଆଶୟୀ।
ଦିନ ପ୍ରାୟ ସାଢେ ୧୨ ଟା। କଂଗ୍ରେସ ଭବନରୁ ପିସିସି ସଭାପତି, ପ୍ରଭାରୀ, ବିଧାୟକ ତଥା ବରିଷ୍ଠ ନେତାଙ୍କ ନେତୃତ୍ୱରେ ଲୋକ ସେବା ଭବନ ଆଡକୁ ବଢିଥିଲା କଂଗ୍ରେସ ରାଲି। ଚାଷୀ ଆତ୍ମହତ୍ୟା, ବେକାରୀ, ମହିଳା ନିର୍ଯାତନା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାକୁ ମୁଦ୍ଦା କରି ରାଜ୍ୟ...