Advertisment

ଭୋଜିରୁ ଝିଅକୁ ଅପହରଣ କଲେ, ପୁଅ ଘର ଲୋକଙ୍କ ଉପରେ ଲଙ୍କା ଗୁଣ୍ତ ଛିଞ୍ଚିଲେ..ଭିଡିଓ ଭାଇରାଲ

ଆନ୍ଧ୍ରପ୍ରଦେଶ ନରସରାୱପେଟ୍‌ ଜିଲ୍ଲାର ଏକ ବିବାହକୁ ନେଇ ସବୁଆଡ଼େ ଚର୍ଚ୍ଚା। ଭୋଜିରୁ କନ୍ୟାକୁ ଘର ଲୋକ ଅପହରଣ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Bride Kidnapping Case

Bride Kidnapping Case

ପ୍ରେମ ବିବାହକୁ ନାପସନ୍ଦ କଲେ କନ୍ୟା ପରିବାର। ବିବାହ ଭୋଜିରେ ତାଣ୍ତବ ରଚିଲେ। ଭୋଜିରୁ ଝିଅକୁ ଅପହରଣ କରିବାକୁ ଉଦ୍ୟମ କଲେ। ବାଟରେ ଯିଏ ବି ଆସିଲା ତାଙ୍କୁ ଦେଲେ ପାନେ। ଭୋଜିରୁ କନ୍ୟାକୁ ଘର ଲୋକ ଅପହରଣ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅପହରଣ ବେଳେ ଦୁଇ ପକ୍ଷ ହାତାହାତି ହୋଇଥିବାର ଦେଖିବାକୁ ମିଳିଛି। କନ୍ୟା ପକ୍ଷ ଲୋକ ବର ଘରର ଲୋକଙ୍କ ଉପରେ ଲଙ୍କା ଗୁଣ୍ତ ପକାଇଥିବାର ମଧ୍ୟ ଦେଖିବାକୁ ମିଳିଛି। ଯାହା ବିରୋଧରେ ପୋଲିସ ମାମଲା ବି ରୁଜୁ କରିଛି।

Advertisment

ଆନ୍ଧ୍ରପ୍ରଦେଶ ନରସରାୱପେଟ୍‌ ଜିଲ୍ଲାର ଏକ ବିବାହକୁ ନେଇ ସବୁଆଡ଼େ ଚର୍ଚ୍ଚା। ସୂଚନା ମୁତାବକ ଗଙ୍ଗାଭରମ ସ୍ନେହା ଓ ବର୍ତ୍ତିନା ଭେଙ୍କଟାନନ୍ଦୁ ପରସ୍ପରକୁ ଭଲ ପାଉଥିଲେ ଏବଂ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁଥିରେ ରାଜି ନଥିଲେ ଝିଅ ପରିବାର। ତେବେ ଘର ଲୋକଙ୍କ ବିନା ଅନୁମତିରେ ସ୍ନେହା ଭେଙ୍କଟାନନ୍ଦୁଙ୍କୁ ୧୩ ଏପ୍ରିଲରେ ବିବାହ କରିଥିଲେ। ସାମୂହିକ ଭାବେ ଏପ୍ରିଲ ୨୧ ରେ ଏକ ଭୋଜିର ଆୟୋଜନ ହୋଇଥିଲା। ଯେଉଁଥିରେ ସ୍ନେହାଙ୍କ ଘର ଲୋକଙ୍କୁ ବି ନିମନ୍ତ୍ରଣ ପଠାଇଥିଲେ ବର ଘର ଲୋକେ। ଭୋଜିରେ ସ୍ନେହାଙ୍କ ମାଆ-ବାପା ଓ ସମ୍ପର୍କୀୟ ଆସି ପହଞ୍ଚିଥିଲେ। ଆଉ ତା’ପରେ ଯାହା ଘଟିଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସ୍ନେହାଙ୍କ ପରିବାର ଲୋକେ ଝିଅକୁ ମଣ୍ତପରୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ସ୍ନେହାକୁ ଜୋର ଜବରଦସ୍ତି ପରିବାର ଓ ସମ୍ପର୍କୀୟ ଭିଡ଼ି ଭିଡ଼ି ନେଉଥିବା ବେଳେ ପୁଅ ଘର ଲୋକେ ଓ ଅତିଥି ଏହାକୁ ବିରୋଧ କରିଥିଲେ ଏବଂ ଅଟକାଇବାକୁ ବି ଚେଷ୍ଟା କରିଥିଲେ। କିନ୍ତୁ ସେମାନେ କାହା କଥା ନଶୁଣି ଗଣ୍ତଗୋଳ ପରିସ୍ଥିତି ସୃଷ୍ଟି କରିଥିଲେ। ଅତିଥି ଓ ପୁଅ ଘର ଲୋକଙ୍କ ମାଡ଼ ମାରିଥିଲେ। ଗଣ୍ତଗୋଳ ମଧ୍ୟରେ ପୁଅ ପକ୍ଷର ଜଣେ ସମ୍ପର୍କୀୟଙ୍କ ଉପରେ ଲଙ୍କା ଗୁଣ୍ତ ପକାଇଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ସଂଘର୍ଷରେ ଅନେକ ଆହତ ହୋଇଥିବା ନେଇ ସୂଚନା ମିଳିଛି।

Advertisment

ଘଟଣା ସମ୍ପର୍କରେ ସ୍ନେହା କହିଛନ୍ତି, ମୋ ମାଆ, ଭାଇ ଓ ସମ୍ପର୍କୀୟ ମତେ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ଯିଏ ବି ତାଙ୍କୁ ଅଟକାଇବାକୁ ଚେଷ୍ଟା କଲା, ସେ ତାଙ୍କ ଉପରେ ଲଙ୍କାଗୁଣ୍ତ ଛିଞ୍ଚିଥିଲେ। ତେବେ ଏନେଇ ପୋଲିସ ମାମଲା ରୁଜୁ କରିଛି। ଅପହରଣ, ସୁନା ଚୋରି ଆଦି ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି।

Kidnapping Case Viral Video Forced Brides
Advertisment
Advertisment