Advertisment

ରାଞ୍ଚିରେ ଫସିଛନ୍ତି ମାହି; ଘରକୁ ଫେରିବାକୁ ଫ୍ୟାନ୍ସଙ୍କଠୁ ମାଗିଲେ ୬୦୦ ଟଙ୍କା !

ସୋସିଆଲ ମିଡିଆରେ ଧୋନିଙ୍କ ନାଁରେ ଚାନ୍ଦା ଆଦାୟ କରୁଛନ୍ତି ସାଇବର ଠକ। ନିଜକୁ ଧୋନି କହି ଫ୍ୟାନ୍ସଙ୍କଠୁ ଲୁଟୁଥିଲେ ଟଙ୍କା। ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Mahendra Singh Dhoni Viral Video

Mahendra Singh Dhoni

ଧୋନିଙ୍କ ନାଁ ନେଇ ଠକେଇ ଉଦ୍ୟମ। ଧୋନିଙ୍କ ଲୋକପ୍ରିୟତାର ଫାଇଦା ଉଠାଇବାକୁ ଚେଷ୍ଟା କରିଛନ୍ତି ସାଇବର ଠକ। ନିଜକୁ ଧୋନି କହି ଫ୍ୟାନ୍ସଙ୍କଠୁ ଲୁଟୁଥିଲେ ଟଙ୍କା। ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଇବର ଠକ ଇନଷ୍ଟାଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ମେସେଜ କରି ନିଜକୁ ଧୋନି ବୋଲି ପରିଚୟ ଦେଇଥିଲା।

Advertisment

କ୍ୟାପ୍ଟେନ କୁଲ୍‌ ମହେନ୍ଦ୍ର ସିଂହ ଧୋନି ରାଞ୍ଚିରେ ଫସି ଯାଇଛନ୍ତି। ଘରକୁ ଫେରିବାକୁ ତାଙ୍କ ପାଖରେ କୁଆଡ଼େ ଟଙ୍କା ନାହିଁ। ତେଣୁ ଯେକୌଣସି ଲୋକ ତାଙ୍କୁ ୬୦୦ ଟଙ୍କା ପଠାଇଲେ, ସେ ବସ୍‌ରେ ଘରକୁ ଆସିବେ। କଥାଟା ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ବାସ୍ତବରେ ଏମିତି ଏକ ମେସେଜ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ଚୌକା-ଛକା ମାଡ଼ରେ ଫାଟିଲା କ୍ୟାମେରା ମ୍ୟାନଙ୍କ ମୁଣ୍ତ, କ୍ଷମା ମାଗିଲେ ଋଷଭ ପନ୍ତ

Advertisment

ସୋସିଆଲ ମିଡିଆରେ ଧୋନିଙ୍କ ନାଁରେ ଚାନ୍ଦା ଆଦାୟ କରୁଛନ୍ତି ସାଇବର ଠକ। mahi77i2 ନାମକ ଆକାଉଣ୍ଟ ହ୍ୟାଣ୍ଡଲରୁ ‘ଧୋନି ରାଞ୍ଚିରେ ଫଶି ଯାଇଛନ୍ତି, ୬୦୦ ଟଙ୍କା ପଠାନ୍ତୁ’ ବୋଲି ଲେଖି ସାଧାରଣ ଜନତାକୁ ଚୂନ ଲଗାଉଛନ୍ତି ସାଇବର୍ ଠକମାନେ। ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ଧୋନିଙ୍କର ଏକ ସେଲଫି ଓ ଚେନ୍ନାଇ ସୁପରକିଙ୍ଗ୍ସର ଟିମ୍ ଗୀତ ହ୍ୱିସିଲ ପୋଡୁ ମଧ୍ୟ ତଳେ ଲେଖିଛନ୍ତି। ସେଲଫି ସହ ଲେଖାଥିବା ଶୀର୍ଷକ ମାହିଙ୍କ ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିଛି।

ପୋଷ୍ଟରେ ଲେଖା ହୋଇଛି ‘ହାଏ, ମୁଁ ମହେନ୍ଦ୍ର ସିଂହ ଧୋନି, ମୁଁ ଏକ ବ୍ୟକ୍ତିଗତ ଆକାଉଣ୍ଟ୍‌ରୁ ଏହି ବାର୍ତ୍ତା ପଠାଉଛି। ମୁଁ ରାଞ୍ଚି ବାହ‌ାରେ ଅଛି ଏବଂ ମୋ ମନି ପର୍ସ ଆଣିବାକୁ ଭୁଲି ଯାଇଛି। ଆପଣ ମୋତେ ୬୦୦ ଟଙ୍କା ଫୋନ୍ ପେ କରିପାରିବେ କି? କଲେ ମୁଁ ବସ୍‌ରେ ଫେରିପାରନ୍ତି। ଘରେ ପହଞ୍ଚିବା ପରେ ଆପଣଙ୍କ ପଇସା ଫେରାଇ ଦିଅନ୍ତି।’ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ତେବେ ମେସେଜ ପାଇଥିବା ବ୍ୟକ୍ତି ଜଣଙ୍କ ବେଶ ସତର୍କ ରହିଥିଲେ। ତେଣୁ ସେ ଧୋନିଙ୍କ ନାଁରେ କେହି ଠକେଇ କରୁଥିବା ଜାଣିପାରିଥିଲେ। ଏହାପରେ ସେ ମେସେଜର ସ୍କ୍ରିନସଟ୍‌ ନେଇ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଅନେକ ଲୋକ ଏହାକୁ ଶେୟାର କରିବାରେ ଲାଗିଛନ୍ତି। ସାଇବର ବିଶେଷଜ୍ଞମାନେ ଲୋକଙ୍କୁ ଏଥିପ୍ରତି ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ବିରାଟଙ୍କୁ ରାଗିବା ପଡ଼ିଲା ମହଙ୍ଗା; କଟିଲା ୫୦ ପ୍ରତିଶତ ମ୍ୟାଚ୍‌ ଫି

Cyber Crime Mahendra Singh Dhoni
Advertisment
Advertisment