ଆଗ ପଛ ହୋଇ ଜଣଙ୍କ ପରେ ଜଣେ ଶିଶୁଙ୍କ ପ୍ରାଣହାନୀ । ମୃତ ଶିଶୁଙ୍କ ସଂପର୍କୀୟମାନଙ୍କ ଅଭିଯୋଗ, ପିଲାଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କ ଅବହେଳା ଦାୟୀ ।
ରାଜଧାନୀରେ ଛାତ୍ର ଓ ଛାତ୍ରୀ ମୃତ୍ୟୁ ବଢ଼ିବା ନେଇ ବିଭିନ୍ନ ସ୍ତରରେ ଉଦ୍ବେଗ ବଢ଼ି ଚାଲିଛି।
ତାଇୱାନ୍ର କିଛି ଅଞ୍ଚଳରେ କେତେକ ଘର ଭୁଶୁଡି ପଡିଥିବା ବେଳେ ଆଉ କିଛି ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି ।
‘ରତ୍ନଭଣ୍ଡାର ଖୋଲିବା ବିଳମ୍ବ କରିବା ଅଫିସ୍ରଙ୍କ ଏକ ଅହଂଙ୍କାର। ରତ୍ନଭଣ୍ଡାର ଓ ଏହା ଭିତରେ ଥିବା ସମ୍ପତ୍ତି ସୁରକ୍ଷିତ ଅଛି ନା ନାହିଁ ତାହାକୁ ନେଇ ଲୋକଙ୍କ ସନ୍ଦେହ ସରକାରଙ୍କ ଉପରେ ବଢ଼ୁଛି। କାରଣ ଶ୍ରୀମନ୍ଦିର ରକ୍ଷଣାବକ୍ଷଣରେ ବ୍ୟାପକ ଅବହେଳା କରାଯାଇଛି’।
କଟକ କାଠଯୋଡ଼ି ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ।
ଲତାଙ୍କ ଦୁଃଖ ଶୁଣୁଛି କିଏ? ବିଛଣାରେ ପଡିଛି ରୋଗୀଣା ମାଆ...ଆରପାରିରେ ବାପା। ସାନଭଉଣୀକୁ ମଣିଷ କରିବା ପାଇଁ ପର ଦୁଆରେ ମୂଳ ଲାଗୁଛି ଲତା। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ଚଳୁଛି ପୂରା ପରିବାର।
ଗର୍ଜନ କରି ମାଡି ଆସୁଛି ସମୁଦ୍ର। ଖୋଳି ହୋଇ ଗଲାଣି ୱାଚ୍ ଟାୱାର..କେତେବେଳେ ସମୁଦ୍ର ଗର୍ଭରେ ଲୀନ ହେବ ତାହା କହିବା ମୁସ୍କିଲ। ଜୁଆର ଏତେ ମାତ୍ରାରେ ହେଉଛି ଯେ ପଥର କି ବାଲିବସ୍ତା କିଛି ମାନୁନି
ଆଜି ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’ ର ରିହର୍ସଲ୍ । ଆକାଶ ମାର୍ଗରୁ ସୂର୍ଯ୍ୟକିରଣର ଝଲକ ଦେଖିଲେ ଦର୍ଶକ । ଭିନ୍ନ ଭିନ୍ନ କଳାକୌଶଳ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ କଲେ ସୂର୍ଯ୍ୟକିରଣ ଟିମ୍
ଏମିତି ପୁଅକୁ ନେଇ କିଏ ବା ନକରିବ ଗର୍ବ? ବାପା ଚାଷୀ, ମାଆ ବିଡି ବାନ୍ଧୁଛନ୍ତି । ପୁଅକୁ ମଣିଷ କରିବା ପାଇଁ ଜମି ବି ବିକ୍ରି କରିଦେଲେ ବାପା। ପରିବାରର ପରିଶ୍ରମ ବୁଝି ମନଦେଇ ପାଠ ପଢିଲା ପୁଅ। ଏବେ ନିଟ୍ରେ ସଫଳ ହେବା ପରେ ଡାକ୍ତର...
ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପଲ୍ଲୀଠୁ ସହର ସବୁଠି ବିଶ୍ୱକର୍ମାଙ୍କୁ ଆବାହାନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ।
୭୨ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରି ପ୍ରଧାନମନ୍ତ୍ରୀ ପଦରେ ବସିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ବାଉଚରଙ୍କୁ ମୁଖ୍ୟ କୋଚ୍ ଦାୟିତ୍ୱ ଦିଆଯାଇଥିବା ନେଇ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଘୋଷଣା କରାଯାଇଛି ।
ମାତ୍ର ୫ ବର୍ଷରେ ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ। ବୁଢୀ ମାଆର ଏତେ ବୟସ ହେଲାଣି ଯେ ସେ ନିଜେ ଚାଲିବୁଲି ପାରୁନାହାନ୍ତି। ଆଉ ଏ ବୟସରେ ଶିବାର ସେବା କରିବେ ବା କେମିତି? ହେଲେ ଅଣ୍ଟାରେ ବଳ ନଥିଲେ ବି ଶିବାର ନେଉଛନ୍ତି ଯତ୍ନ। ସରକାରୀ ସାହାଯ୍ୟ...
ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଭରସିଟି ରଖିଲା ସର୍ତ୍ତ। ୟୁକ୍ରେନ୍ ଯିବାକୁ ମେଡିକାଲ ପିଲାଙ୍କୁ ବାଧ୍ୟ କରୁଛନ୍ତି ସ୍ଥାନୀୟ ୟୁନିଭର୍ସିଟି। ହଷ୍ଟେଲ ଓ ଲାଇବ୍ରେରୀ କ୍ଲିୟରାନ୍ସ ଆଳରେ ଦେଉନାହାନ୍ତି ସାର୍ଟିଫିକେଟ୍। ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ବଢ଼ିଲା ସମସ୍ୟା..
କାଳ ହେଲା ସେୟାର ମାର୍କେଟରେ ଟଙ୍କା ଦୁଇଗୁଣାର ମୋହ। ୨୦ ଲକ୍ଷ ହରାଇ ଜୀବନ ହାରିଲେ ବଲାଙ୍ଗିରର ବିନୋଦ ଯାଦବ। ମୋବାଇଲ ଟାଓ୍ୱାର ନାଁରେ ବି ଚାଲିଛି ମାଳ ମାଳ ଠକେଇ। ଅଜଣା ଲିଙ୍କରେ ହାତ ନମାରିବାକୁ ସତର୍କ କଲେ ଏକ୍ସପର୍ଟ..
ରାଜପଥରେ ରହିବ ସାଇକେଲ୍ ଓ ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାକ୍। ଦୁର୍ଘଟଣା ରୋକିବା ଓ ଭିଡ଼ କମାଇବାକୁ ପରିବହନ ବିଭାଗର ଡ୍ରାଫ୍ଟ ପଲିସି। ନିୟମ ଅନୁଯାଇ ରାସ୍ତା ନିର୍ମାଣ ନକଲେ ଠିକାଦାର ଗଣିବେ ତଣ୍ଡ..
ଦାଦାବଟି ପାଇଁ ଗଡ଼ିଲା ମୁଣ୍ଡ। ସ୍ୱାମୀ ଜୀବନ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଗୁଳି ଖାଇଲେ ପତ୍ନୀ। ପୂଜାରେ ଅପରାଧ ରୋକିବାକୁ ପୋଲିସର ସ୍ପେଶାଲ ଡ୍ରାଇଭ୍। ପେଷାଦାର ଅପରାଧୀଙ୍କ ଉପରେ ପୋଲିସର ତୀକ୍ଷ୍ନ ନଜର
ଚିତାବାଘଙ୍କୁ ଆଣିବ ବାଘମୁହାଁ ବିମାନ । ବ୍ୟାଘ୍ରଚିତ୍ରିତ ସ୍ୱତନ୍ତ୍ର ବୋଇଂ-747 ଜୁମ୍ବୋ ଜେଟ୍ରେ ୧୦ ଘଣ୍ଟାର ନିରବଚ୍ଛିନ୍ନ ଯାତ୍ରା କରି ଆଫ୍ରିକାର ନାମିବିୟାରୁ ଭାରତ ଆସିବେ ୮ଟି ଚିତା ।
ପଞ୍ଚାୟତ ସ୍ତରରୁ ଲଢ଼େଇ ପାଇଁ ପୁରୀରେ ଗୁରୁମନ୍ତ୍ର। ନେତାଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ। ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଅସ୍ତ୍ର କରିବାକୁ ଆହ୍ବାନ। ଓ୍ୱାନ-ଟୁ-ଓ୍ୱାନ ଆଲୋଚନା ସହ ନେତାଙ୍କୁ ଦେଲେ ଟାସ୍କ...