• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଟକରୁ ଜବତ ମେଡିସିନ୍ ନକଲି ବୋଲି ସ୍ପଷ୍ଟ ହୋଇଛି । ଲାବୋରେଟୋରି ରିପୋର୍ଟ ଆସିବା ପରେ ଔଷଧ ନକଲି ଥିବା ସ୍ପଷ୍ଟ କରାଯାଇଛି । ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ନକଲି ଥିବା ସ୍ପଷ୍ଟ ହେଲା । ଔଷଧ ନକଲି ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ୨ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ଆଉ ୧୨ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ହାତକୁ ଲାଗିଛି ବୋଲି ସୂଚନା ଦିଆଯାଇଛି । ଏବେ ଏନେଇ ତଦନ୍ତ ଚାଲିଛି ବୋଲି ଡିସିପି କହିଛନ୍ତି ।

ନକଲି ମେଡିସିନ୍ ବିକ୍ରି ଅଭିଯୋଗରେ କିଛିଦିନ ତଳେ ଡ୍ରଗ୍ ଇନ୍ସପେକ୍ଟର ପୁରୀଘାଟ ଥାନାରେ ଏତଲା କରିଥିଲେ । ଏହାପରେ ପୋଲିସ୍ ଏହି ମାମଲା ଉପରେ ତଦନ୍ତ କରିଥିଲା । ନକଲି ମେଡିସନ୍ କେଉଁଠୁ ଆସୁଛି? କିଏ ଏହାକୁ ପ୍ରସ୍ତୁତ କରୁଛି ? ଟେଲମା -୪୦ ନକଲି ମେଡିସିନ୍ ବିକ୍ରି ଘଟଣାର ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହୋଇଥିଲା । ଜାଉଁଳିଆପଟିର ପୂଜା ଏଣ୍ଟରପ୍ରାଇଜର୍ସ ଓ ଭି. ଆର ଏଜେନ୍ସିର ସଂଘ ସଦସ୍ୟତା ରଦ୍ଧ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି ହୋଇଥିଲା ।