ଚୀନକୁ ପାର୍ କରି ଭାରତ ବନିଲା ବିଶ୍ୱର ଜନବହୁଳ ଦେଶ । ବର୍ତ୍ତମାନ ଭାରତ ସର୍ବାଧିକ ଜନବହୁଳ ରାଷ୍ଟ୍ରର ଆଖ୍ୟା ପାଇସାରିଥିବା ପରେ ବି ଆଗାମୀ ୭୭ ବର୍ଷରେ ଏହା ବହୁଳ ଭାବରେ ବୃଦ୍ଧି ପାଇସାରିଥିବ । ଜାଣନ୍ତୁ କେତେ ଥିବ ଭାରତର ମୋଟ ଜନସଂଖ୍ୟା..
ଉପକୂଳ ଓଡ଼ିଶାରେ ପାଗରେ ଆକସ୍ମିକ ପରିବର୍ତ୍ତନ ଓ ଅନୁକୂଳ ପରିବେଶ ପରେ ଆଜି ବେଶ୍ ଜମିଛି ପହିଲି ରଜ। ଗାଁଠୁ ସହର ଯାଏଁ ସବୁଠି ମହକିଛି ପୋଡ଼ ପିଠାର ବାସ୍ନା, ମନ ମୋହିଛି ରଜପାନ।
ସାମାନ୍ୟ ମଟନ୍ ପାଇଁ ଭାଙ୍ଗିଗଲା ବାହାଘର। ମାଛ, ମାଂସ, କ୍ଷୀରି ତରକାରି ଠାରୁ ଆରମ୍ଭ କରି ପର୍ଯ୍ୟାପ୍ତ ପରିମାଣର ଭୋଜିଭାତ ହୋଇଥିଲେ ବି ବରଯାତ୍ରୀଙ୍କୁ ମଟନ୍ ପାଇଲାନି ବୋଲି ବର ସାଙ୍ଗ କଲେ ହଙ୍ଗାମା।
ରକ୍ତ ଅଭାବରୁ ଗୋଟିଏ ବି ଜୀବନ ନଯାଉ। ସେଇଥିଲାଗି ରକ୍ତଦାନକୁ ଜୀବନର ବ୍ରତ କରିଛନ୍ତି ଅନେକ ରକ୍ତଦାତା।
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ୍ ନିମପୁର ଗାଁର ଏହି ଅଭାବନୀୟ ଘଟଣା ସମଗ୍ର ଅଂଚଳରେ ଶୋକ ଖେଳାଇ ଦେଇଛି । ୧୦ ବର୍ଷର ପୁଅକୁ ଝୁରି ହେଉଛି ପୁରା ଗାଁ ।
ଅଭିନୟ ପାଇଁ ପୁଣି ସେହି କମ୍ପ୍ରମାଇଜ କଥା..ପୁଣି ସେହି କାଷ୍ଟିଂ କାଉଚ୍ ଅଭିଯୋଗର ବ୍ୟଥା..ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଧାରାରେ ଆସି ଓଲିଉଡରେ ଶହେରୁ ଶହେ ଏକ୍ ପ୍ରତିଶତ କାଷ୍ଟିଂ କାଉଚର ଅଭିଯୋଗ ଆଣି ବର୍ଷିଛନ୍ତି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ।
ମୌସୁମୀ ବର୍ଷା ଆସୁଛି, ଏଣେ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ରବି ଧାନ ପଡ଼ିଛି।
ରାଜ୍ୟର କୋଣ ଅନୁକୋଣରେ ବିଦ୍ୟୁତ ଭିତ୍ତିଭୂମିର ବିକଳ ଚିତ୍ର। କେଉଁଠି ମାଟି କାମୁଡ଼ିଛି ବିଦ୍ୟୁତ ଖୁଣ୍ଟ, ତ ଆଉ କେଉଁଠି ଅପେକ୍ଷା କରିଛି ମାତ୍ର ଦଲକାଏ ପବନକୁ।
ଅଘୋଷିତ ପାୱାର କଟ୍କୁ ନେଇ ଅଡୁଆରେ ରାଜ୍ୟ ସରକାର । ବଢୁଛି ଜନ ଅସନ୍ତୋଷ, ହରଡ଼ଘଣାରେ ଶକ୍ତି ବିଭାଗ! ପ୍ରସଙ୍ଗ ଏଡ଼ାଇବାକୁ ଗ୍ୟାସ୍ ଦରବୃଦ୍ଧି ନେଇ ବିଜେଡିର ପ୍ରତିବାଦ । ବିଜେପିର ବିଦ୍ୟୁତ୍ କାଟ୍ ବନାମ୍ ବିଜେଡିର ମହଙ୍ଗା ଗ୍ୟାସ୍ ।
ମା' ପାଖରୁ ପୁଅକୁ ଝାଂପି ନେଲା କୁମ୍ଭୀର । ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା କ୍ଷତାକ୍ତ ମୃତଦେହ । ଅତି ପାଖରୁ ୧୦ ବର୍ଷର ପୁଅକୁ ଝାଂପି ନେଇଗଲା କୁମ୍ଭୀର । ଖିନଭିନ କରି ଜୀବନ ନେବା ପରେ ଛାଡିଚାଲିଗଲା ମଝି ଦରିଆରେ ।
ରାସ୍ତା ଉପରେ ଚାଷୀଙ୍କ ନାରାବାଜି, ତେଣେ ମଣ୍ଡିରେ ପଡ଼ିଛି ହଜାର ହଜାର କୁଇଣ୍ଟାଲ ରବି ଧାନ । ଆଖି ଯୁଆଡ଼େ ବୁଲାଇଲେ ପାଲ ଘୋଡ଼ା ହୋଇ ଧାନ ପଡିଛି ।
କଲବଲ କରୁଛି ଟାଇଁ ଟାଇଁ ଖରା । ଜନଜୀବନ ପୁରା ଅସ୍ତବ୍ୟସ୍ତ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ବାଦ୍ ପଡ଼ିନାହାନ୍ତି ଜୀବଜନ୍ତୁ । ଭୁବନେଶ୍ୱର ନନ୍ଦନକାନନ ଚିଡ଼ିଆଖାନାରେ ଖରା ଦାଉରୁ ଟିକେ ଆଶ୍ୱସ୍ତି ପାଇଁ ବରଫ ଖଣ୍ଡ ସହ ଖେଳୁଛନ୍ତି ଭାଲୁପଲ ।
ରଥଖଳାରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ । ତିନି ରଥରେ ସୌନ୍ଦର୍ଯ୍ୟ ଭରିବାରେ ବ୍ୟସ୍ତ ରୂପକାର ଓ ଚିତ୍ରକାର ସେବାୟତ । ଆଉ ଏପଟେ ଦରଜୀ ସେବାୟତଙ୍କୁ ବି ତର ନାହିଁ । କିଏ ମେସିନରେ କପଡ଼ା ସିଲେଇରେ ବ୍ୟସ୍ତ, ତ କିଏ ଲାଗିଛନ୍ତି ହାତ କାମରେ ।
ରାଜଧାନୀ ଦିଲ୍ଲୀର ରାସ୍ତାରେ ଗଡ଼ିବନି ବାଇକ ଟ୍ୟାକ୍ସି । ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ନୀତି ଲାଗୁ ହେବା ପରେ ବାଇକ୍ ଟାକ୍ସି ଆଗ୍ରିଗେଟରଙ୍କୁ ଲାଇସେନ୍ସ ଦିଆଯିବ ।
ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାରଙ୍କ ମାତ୍ରାଧିକ ଅନୁକଂପା ! CMRF ଥାଉ ଥାଉ ଗଠନ ହେବ SHG ରିଲିଫ୍ ଫଣ୍ଡ ସମାନ୍ତରାଳ ସହାୟତା ପାଣ୍ଠି ଗଠନ ନେଇ ଘନଉଛି ବିବାଦ । ଫୋକସରେ ମହିଳା ଭୋଟ୍ ।
ତାତିରେ ରେକର୍ଡ ଭାଙ୍ଗିଲା ସମ୍ବଲପୁର । ଆଜି ସମ୍ବଲପୁରରେ ୪୬.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଆମାଜନ ଜଙ୍ଗଲରେ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୪ ଭାଇଭଉଣୀ ଦୀର୍ଘ ୪୦ ଦିନ ପରେ ଉଦ୍ଧାର ହୋଇଛନ୍ତି । ଅନୁଭୂତି କହିଲେ ଉଦ୍ଧାରକାରୀ ଟିମ୍, ବଖାଣିଥିଲେ ଛାତିଥରା ଦୃଶ୍ୟ..ହୋସ୍ ଆସିବା ପରେ ପିଲାମାନେ କହିଲେ..
ସାମସ୍ ପୋର୍ଟାଲରେ ଯାଇ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।
ବାହାନଗା ରେଳ ଟ୍ରାଜେଡି ବେଳେ ବିଜେଡି ନେତାଙ୍କ ଫରେନ୍ ଟୁରକୁ ନେଇ ଚର୍ଚ୍ଚା । ଶୁକ୍ରବାର ସନ୍ଧ୍ୟାରେ ରେଳ ଦୁର୍ଘଟଣା ଘଟିଥିବା ବେଳେ ଶନିବାର ବିଦେଶ ଗସ୍ତରେ ବାହାରିଥିଲେ ବିଜେଡିର ଜଣେ ମନ୍ତ୍ରୀ ୮ ବିଧାୟକ ଆଉ ୩ ମେୟର ।
ଗୋଟେ କାଳବୈଶାଖୀରେ ଯଦି ରାଜଧାନୀରେ ବିଦ୍ୟୁତ୍ ସେବାର ସ୍ଥିତି ଏମିତି ତାହାଲେ ଯଦି ବାତ୍ୟା ଆସେ ସ୍ଥିତି କଣ ହେବ । ଗତକାଲି ଅପରାହ୍ନରୁ ରାତି ତମାମ କିଟିମିଟି ଅନ୍ଧାର ସାଙ୍ଗକୁ ଅସହ୍ୟ ଗରମରେ ଭୁବନେଶ୍ବରବାସୀ ଛଟପଟ ହେବା ପରେ ଖୋଦ୍ ମୁଖ୍ୟ ଶାସନ ସଚିବଙ୍କ ଟାଟା ପାୱାରକୁ...