• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଯୁକ୍ତ ତିନି ଅନଲାଇନ୍‌ ଆଡମିଶନ ପାଇଁ ତାରିଖ ପ୍ରକାଶ ପାଇଛି । ସାମସ୍  ପୋର୍ଟାଲରେ ଯାଇ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଜୁନ୍  ୧୯ରୁ www.samsodisha.gov.in ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆସନ୍ତା ଜୁଲାଇ ୪ ତାରିଖ ଆବେଦନର ଶେଷ ତାରିଖ ରହିଛି ।

ଜୁଲାଇ ୧୪ ତାରିଖରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟମେଣ୍ଟ ପ୍ରକାଶ ପାଇବ । ସେହିପରି ଜୁଲାଇ ୧୪ରୁ ୧୮- ସ୍ଲାଇଡ ସିଲେକ୍ସନ ରହିଛି ।  ଜୁଲାଇ ୧୫ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଆଲଟ୍ ହୋଇଥିବା ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ ଛାତ୍ରଛାତ୍ରୀ । ଜୁଲାଇ ୨୭ରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ନୋଟିସ ବାହାରିବ।

ଯୁକ୍ତ ୨ ବିଜ୍ଞାନ, ବାଣିଜ୍ୟ ଓ କଳାର ରେଜଲ୍ଟ ପ୍ରକାଶ ପାଇସାରିଛି । ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଥିବା ବେଳେ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି । ସେହିପରି କଳାରେ ପାସ୍ ହାର ୭୮.୮୮ % ରହିଛି । ଚଳିତ ବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ ୫ ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏବର୍ଷ ଯୁକ୍ତ ଦୁଇ କଳାରେ ପରୀକ୍ଷା ଦେଇଛନ୍ତି ୨ ଲକ୍ଷ ୧୯ ହଜାର ୧୧୦ ଜଣ ପରୀକ୍ଷାର୍ଥୀ। ସେହିପରି ଧନ୍ଦା ମୂଳକ ଶିକ୍ଷାରେ ପରୀକ୍ଷା ଦେଇଛନ୍ତି ୫ ହଜାର ଛାତ୍ରଛାତ୍ରୀ। ସିବିଏସ୍ଇ ରେଜଲ୍ଟ ପ୍ରକାଶ ପାଇବାର ୧୭ ଦିନ ପରେ ଅର୍ଥାତ ଗତ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା।