ଭୟଙ୍କର କାର୍ ଦୁର୍ଘଟଣା କାରଣରୁ ସ୍ୱାମୀ କୋମାକୁ ଚାଲିଗଲେ । ଯେନେତେନ କରି ଲୋକଙ୍କ ସହାୟତାରେ ସ୍ୱାମୀଙ୍କୁ ୩ ବର୍ଷ ପରେ କୋମାରୁ ସୁସ୍ଥ ଭାବେ ଫେରିପାଇଲେ ସ୍ତ୍ରୀ । ଏବେ ଲୋକଙ୍କ ପାଖରୁ ଆଣିଥିବା ପ୍ରତିଟି ସହାୟତା ରାଶିକୁ ଶୁଝିବାକୁ ନିଷ୍ପତ୍ତି ନେଲେ ସ୍ତ୍ରୀ । ଗୋଟେ...
ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାଖେଳା ସହ ସଂପୃକ୍ତ ଅନେକ ସେବା । ଖାଲି ଶ୍ରୀମନ୍ଦିର ନୁହେଁ, ଶ୍ରୀକ୍ଷେତ୍ରଠୁ ଯୋଜନ ଯୋଜନ ଦୂରରେ ଥାଇ ବି ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପଣ କରିଥାନ୍ତି ଅନେକ ଭକ୍ତ ।
‘ଘର’ ଯୋଜନା ପାଇଁ ରାଜ୍ୟ ସରକାର ତତ୍ପର, କିନ୍ତୁ ପିଏମ୍ ଆବାସ ବେଳକୁ କୁନ୍ଥକୁନ୍ଥ । ଆଜିଠୁ ରାଜ୍ୟରେ ମୋ ଘର ଯୋଜନା ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ପିଏମ୍ ଆବାସ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେବାକୁ ନିର୍ଦ୍ଦେଶ ପରେ ବି କାର୍ଯ୍ୟକାରୀ ହେଉନି ।
ରାଜ୍ୟରେ ବଢି ଚାଲିଛି ନିଶା ନିବାରଣ କେନ୍ଦ୍ର ସଂଖ୍ୟା । କେବଳ କଟକ, ଖୋର୍ଦ୍ଧା ଓ ପୁରୀ ଜିଲାରେ ପାଖାପାଖି ୧୦୦ଟି ନିଶା ନିବାରଣ କେନ୍ଦ୍ର ରହିଛି ।
ମହାପ୍ରଭୁଙ୍କ ସେବାରେ ଶିଆଳି ଲତାର ବ୍ୟବହାର ଏକ ନିଆରା ପରମ୍ପରା । କାରଣ ଏହି ଜଙ୍ଗଲଜାତ ସାମଗ୍ରୀରେ ତିଆରି ହୁଏ ରଥ ଦଉଡ଼ି । କେନ୍ଦୁଝରର ପ୍ରସିଦ୍ଧ ନନ୍ଦିଘୋଷ ରଥକୁ ଏହି ଶିଆଳି ଲତାର ଦଉଡ଼ି ଦ୍ୱାରା ହିଁ ଟଣାଯାଏ ।
ଗତରାତିରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମଧ୍ୟରେ ଚାଲିଥିଲା ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ୍। ହାଫ୍ ଟାଇମରେ ଖେଳାଳିମାନେ ଡ୍ରେସିଂ ରୁମକୁ ଯିବା ବେଳେ, ଅଚାନକ କଟିଗଲା ଲାଇନ୍।
ଗ୍ରୀଷ୍ମର କୋପ ଏମିତି, ଦିନ ସାଢ଼େ ୧୧ଟା ବେଳକୁ ଏଠି ପାରା ୪୧ (୪୧.୬) ଡିଗ୍ରୀ ଟପି ଯାଇଥିଲା ବେଳେ ଅପରାହ୍ନ ସାଢ଼େ ଦୁଇଟା ବେଳକୁ ୪୪.୬ ଡିଗ୍ରୀ ଛୁଇଁଯାଇଥିଲା । ଯାହାକି ଆଜିର ଦିନ ଅର୍ଥାତ ଜୁନ୍ ୧୬ରେ ବିଗତ ୧୪ ବର୍ଷରେ ରାଜଧାନୀର ରେକର୍ଡ ତାତି...
ବିଜେଡିକୁ ଲୋକସଭା ନିର୍ବାଚନ ଟେନ୍ସନ । ଏପରିକି MP ଥିବା ଦଳର ଅନେକ ନେତା ଲୋକସଭା ଅପେକ୍ଷା ବିଧାନସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି ।
ସେଦିନ ଥିଲା ଶୁକ୍ରବାର, ଆଉ ଆଜି ବି ଶୁକ୍ରବାର। ବିତିଗଲାଣି ୧୫ ଦିନ। ଏବେ ବି କଣ୍ଟେନରରେ ମୃତଦେହ। ଆଉ ମୃତଦେହ ପାଇଁ ହସ୍ପିଟାଲ ବାହାରେ ଅପେକ୍ଷାରତ ପରିବାର।
ଘଞ୍ଚ ଜଙ୍ଗଲରେ ସନ୍ଧାନ..କାନ୍ଧରେ କୁରାଢ଼ି, ହାତରେ ବକ୍କଳ । ଇଏ ଖୋଜ୍ ଏମିତି ସେମିତି ନୁହେଁ । ସ୍ୱୟଂ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଖୋଜା ଚାଲିଛି ଶିଆଳି ଲତା ।
ରାଜ୍ୟରେ ବଢ଼ୁଛି ନିଶାଡ଼ିଙ୍କ ସଂଖ୍ୟା । ବିଭିନ୍ନ ଜିଲ୍ଲାରେ ନିଶା ନିବାରଣ କେନ୍ଦ୍ର ହାଉସଫୁଲ୍ । କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରାୟ ଶହେ କେନ୍ଦ୍ର ଫୁଲ୍ ପଡ଼ିଛି । ନିଶା ସେବନ ବଦଭ୍ୟାସ ନୁହେଁ ବରଂ ରୋଗ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ।
ଶ୍ରୀକ୍ଷେତ୍ରଠୁ ଯୋଜନ ଦୂରେ ଥାଇ କାଳିଆ ସେବାରେ ସମର୍ପିତ । କିଏ ଗଢ଼ୁଛି ସୋଲଫୁଲ, କିଏ ବୁଣୁଛି ଗୀତଗୋବିନ୍ଦ ଖଣ୍ଡୁଆ ପାଟ । ପିଢ଼ି ପରେ ପିଢ଼ି ମହାପ୍ରଭୁଙ୍କ ସେବାରେ ସମର୍ପିତ ଦୁଇ ପରିବାର ।
ଆରମ୍ଭ ହେଲା ‘ମୋ ଘର’ ପାଇଁ ରାଜ୍ୟ ସରକାରଙ୍କ ପଞ୍ଜିକରଣ ପ୍ରକ୍ରିୟା । ଆଜିଠୁ ବିଧିବଦ୍ଧ ଭାବେ ଅନଲାଇନରେ ପଞ୍ଜିକରଣ କରୁଛନ୍ତି ଆଶାୟୀ ହିତାଧିକାରୀ ।
ବିଜେଡିକୁ ଘାରିଛି କି ଲୋକସଭା ନିର୍ବାଚନର ଭୟ ? ମୋଦି ଲହର ନା ଭୋଟ୍ ବିଭାଜନ ଡର ? ସାଧାରଣ ନିର୍ବାଚନ ପାଇଁ ବର୍ଷକରୁ ବି କମ୍ ସମୟ ରହିଲା । ସେଥିପାଇଁ ସବୁ ଦଳ ଏବେ କ୍ଷେତ୍ର ପ୍ରସ୍ତୁତିରେ ବ୍ୟସ୍ତ । ଆଉ ସମସ୍ତଙ୍କ ଫୋକସରେ ରହିଛି ସଙ୍ଗଠନ ।
ବିପର୍ଯ୍ୟୟ ମୁକାବିଲାର ଏକମାତ୍ର ଲକ୍ଷ୍ୟ, ନଯାଉ ଗୋଟିଏ ବି ଜୀବନ । ଏଥିପାଇଁ ୧୮ଟି NDRF ଓ ୧୨ଟି SDRF ଟିମ୍ ମୁତୟନ ରହିଛନ୍ତି । ଜରୁରୀ ସ୍ଥିତିରେ ବିପନ୍ନଙ୍କୁ ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ରହିଛି NDRFର ୧୫ ଟିମ୍ ।
ଦେଶରେ ପ୍ରଚଳନ ହେବ କି ସମାନ ନାଗରିକ ସଂହିତା ? କାରଣ ଦୀର୍ଘ ୩ ବର୍ଷ ପରେ ପୁଣିଥରେ ୟୁନିଫର୍ମ ସିଭିଲ କୋଡ୍ ବା ୟୁସିସି ନେଇ ଜନସାଧାରଣ ଓ ମାନ୍ୟତାପ୍ରାପ୍ତ ଧାର୍ମିକ ସଂଗଠନର ମତାମତ ଲୋଡ଼ିଛନ୍ତି ଲ’ କମିଶନ୍ ।
ଦୀର୍ଘ ପ୍ରତୀକ୍ଷା ଓ ବାରମ୍ବାର ପ୍ରତିଶ୍ରୁତିର ଅବସାନ ଘଟିଲା । ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଆଉଟର ଆକ୍ସେସ ରୋଡ୍ । ତରତର ହୋଇ ସିନା ରାସ୍ତା ଖୋଲିଦେଲେ, ହେଲେ ଖୋଳା ପୋତା କାମ କିନ୍ତୁ ସରିନି ।
ପୁଣି ତେଜିଲା ବିଜେଡି-ବିଜେପି ଘର କଳି । ପ୍ରଧାନମନ୍ତ୍ରୀ ଆବାସ ବନାମ୍ ମୋ ଘର ଯୋଜନା । ଟାର୍ଗେଟରେ ଗ୍ରାମାଂଚଳ ଭୋଟ୍ ।
ଭକ୍ତଙ୍କୁ ମାତ୍ର ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ନବ ଯୌବନ ବେଶ ଦର୍ଶନ ସୁଯୋଗ ମିଳିବ । ସେ ଭିତରୁ ପାରିମାଣିକ ଟିକେଟ୍ କାଟିଥିବା ଭକ୍ତଙ୍କ ପାଇଁ ଏକ ଘଣ୍ଟା ଓ ସର୍ବସାଧାରଣ ବା ସାହାଣ ମେଲା ଦର୍ଶନ ପାଇଁ ଦୁଇ ଘଣ୍ଟାର ସମୟ ଧାର୍ଯ୍ୟ କରାଯାଇଛି ।
ଏସିଆ କପ ୨୦୨୩ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି । ଚଳିତ ବର୍ଷ ହାଇବ୍ରିଡ ମଡେଲରେ ଏସିଆ କପ ଖେଳାଯିବ। ପାକିସ୍ତାନ ୪ଟି ମ୍ୟାଚ୍ର ଆୟୋଜନ କରିବ।