Advertisment

ଏଣିକି ରାଜଧାନୀ ରାସ୍ତାରେ ଗଡ଼ିବନି ବାଇକ୍‌ ଟ୍ୟାକ୍ସି

ରାଜଧାନୀ ଦିଲ୍ଲୀର ରାସ୍ତାରେ ଗଡ଼ିବନି ବାଇକ ଟ୍ୟାକ୍ସି । ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ନୀତି ଲାଗୁ ହେବା ପରେ ବାଇକ୍ ଟାକ୍ସି ଆଗ୍ରିଗେଟରଙ୍କୁ ଲାଇସେନ୍ସ ଦିଆଯିବ ।

author-image
Manoranjan Behera
Bike Taxi

Bike Taxi

ଦିଲ୍ଲୀରେ ଗଡ଼ିବନି ବାଇକ୍‌ ଟ୍ୟାକ୍ସି । ଓଲା, ଉବେର୍‌, ରାପିଡୋ ଭଳି ବାଇକ୍‌ ଟ୍ୟାକ୍ସି ସେବା ଯୋଗାଉଥିବା ସଂସ୍ଥା ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇଛନ୍ତି । ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବଦଳାଇ ଦେଇଛନ୍ତି ସୁପ୍ରିମକୋର୍ଟ । ରାଜଧାନୀ ଦିଲ୍ଲୀର ରାସ୍ତାରେ ଗଡ଼ିବନି ବାଇକ ଟ୍ୟାକ୍ସି। 

Advertisment

ଦିଲ୍ଲୀରେ କ୍ୟାବ୍ ଆଗ୍ରିଗେଟରଙ୍କୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମ୍ କୋର୍ଟ । ବାଇକ ଟ୍ୟାକ୍ସି ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ଗାଇଡଲାଇନ ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ଓଲା, ଉବର ଓ ରାପିଡୋ ଭଳି କମ୍ପାନି ଚଳାଉଥିବା ଦୁଇ ଚକିଆ ଟ୍ୟାକ୍ସି ଅର୍ଥାତ୍ ବାଇକ୍ ଟ୍ୟାକ୍ସିକୁ ନିଷିଦ୍ଧ କରାଯାଇଛି ।

କିଛି ଦିନ ତଳେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇ ଦିଲ୍ଲୀ ସରକାରଙ୍କ ନିୟମାବଳୀ ନ ଆସିବା ପର୍ଯ୍ୟନ୍ତ ବାଇକ୍ ଟ୍ୟାକ୍ସି ଆଗ୍ରିଗେଟର୍ସଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସୁପ୍ରିମକୋର୍ଟ ସୋମବାର ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ଓ ବାଇକ ଟାକ୍ସି ଉପରେ କଟକଣା ଜାରି କରିଛନ୍ତି । ଶୁଣାଣି ବେଳେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଜୁନ ୩୦ ସୁଦ୍ଧା ବାଇକ ଟ୍ୟାକ୍ସି ସେବା ପାଇଁ ନୂଆ ଗାଇଡଲାଇନ ଆସିବ।

Advertisment

ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ନୀତି ଲାଗୁ ହେବା ପରେ ବାଇକ୍ ଟାକ୍ସି ଆଗ୍ରିଗେଟରଙ୍କୁ ଲାଇସେନ୍ସ ଦିଆଯିବ । ସେପର୍ଯ୍ୟନ୍ତ ଏହି ସେବା ଉପରେ କଟକଣା ଜାରି କରିଥିଲେ ଦିଲ୍ଲୀ ସରକାର । ସେହିପରି ଲାଇସେନ୍ସ ପ୍ରଦାନ ପାଇଁ ନିୟମ ପ୍ରଣୟନ କରାଯିବ ବୋଲି ଦିଲ୍ଲୀ ସରକାର କହିଛନ୍ତି। ଅବକାଶକାଳୀନ ବେଞ୍ଚର ବିଚାରପତି ଜଷ୍ଟିସ ଅନିରୁଦ୍ଧ ବୋଷ ଓ ରାଜେଶ ବିନ୍ଦଲ ଅସ୍ଥାୟୀ ଭାବେ ମେ’ ୨୬ରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇଛନ୍ତି।

ହାଇକୋର୍ଟ ବାଇକ ଟ୍ୟାକ୍ସି ସେବାକୁ ଅନୁମତି ଦେବା ସହ ଦିଲ୍ଲୀ ସରକାରଙ୍କୁ ସେବା ଯୋଗାଣକାରୀ କମ୍ପାନୀ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କହିଥିଲେ। ଏହା ବିରୋଧରେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟ ଯାଇଥିଲେ। ଏଥିସହ ଚୂଡ଼ାନ୍ତ ନୀତି ନ ଆସିବା ଯାଏ ଟ୍ୟାକ୍ସି ସେବା ଉପରେ ରୋକ ଲଗାଇବାକୁ କହିଥିଲେ। ଦିଲ୍ଲୀ ସରକାରଙ୍କ ଯୁକ୍ତିକୁ ଗ୍ରହଣ କରି ସୁପ୍ରିମକୋର୍ଟ ବାଇକ ଟ୍ୟାକ୍ସି ଉପରେ ରୋକ ଲଗାଇଛନ୍ତି।

Supreme Court Delhi Court
Advertisment
Advertisment