୧୭ଟି ଜିଲ୍ଲାରେ ସ୍ୱାଭାବିକ ଏବଂ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବା ସେ କହିଛନ୍ତି।
ଆଜିଠାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଏକାଧିକ ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଉତ୍ତର ଭାରତ ଉପରେ ଥମୁନି ପ୍ରକୃତିର କୋପ। କେତେବେଳେ ବର୍ଷା ତ ଆଉ କେତେବେଳେ ଭୂସ୍ଖଳନରେ ବେହାଲ ଉତ୍ତର ରାଜ୍ୟର ସ୍ଥିତି। ଆଜି ଜାତୀୟ ରାଜଧାନୀ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ସକାଳୁ ଅବିଶ୍ରାନ୍ତ ବର୍ଷା ପରେ ଗୁରୁତର ପ୍ରଭାବିତ ହୋଇଛି ଜୀବନଯାତ୍ରା । ସେପଟେ ହିମାଚଳପ୍ରଦେଶ ଭୂସ୍ଖଳନର ୬ଦିନ ପରେ ବି ଧ୍ୱସଂସ୍ତୁପ ତଳୁ ସରିନି ଜୀବନ ଖୋଜା ପ୍ରକ୍ରିୟା
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲେ ମଧ୍ୟ ଆଜିଠୁ କମିବ ଲଘୁଚାପର ପ୍ରଭାବ। ଆଜିଠୁ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ କମିବା ସମ୍ଭାବନା ରହିଛି।
୧୦ ଦିନ ହେଲା ଟାଇଁ ଟାଇଁ ଖରା ଥିଲା, ହେଲେ ଲଘୁଚାପ ଫଳରେ ଦୁଇ ଦିନ ହେଲା ରାଜ୍ୟବ୍ୟାପୀ ବର୍ଷା। କେଉଁଠି ଝିପିଝିପି ତ କେଉଁଠି ଢାଳୁଛି। ତେଲକୋଇରେ ସର୍ବାଧିକ ୧୮୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଫୁଲବାଣୀରେ ସାଲୁଙ୍କି ନଦୀ ଫୁଲୁଥିବା ଖବର ଆସିଛି। ଏପଟେ ଆସନ୍ତାକାଲି ସକାଳ ଯାଏଁ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ବି ଜାରି ହୋଇଛି। ତେଣେ ମରୁଡ଼ି ଆଶଙ୍କାରେ ଥିବା ଚାଷୀଙ୍କ ପାଇଁ ଏ ବର୍ଷା ସଂଜିବନୀ ସଦୃଶ ହୋଇଛି। ଆଗକୁ ୨୩ ତାରିଖରୁ ଘୂର୍ଣ୍ଣିବଳୟ ଫଳରେ ପୁଣି ବର୍ଷା ହେବ ବୋଲି ଆଶ୍ବାସନା ଦେଇଛି ପାଣିପାଗ ବିଭାଗ।
ଲଘୁଚାପ ସବଳ, ସକ୍ରିୟ। ତୁହାକୁ ତୁହା କାଚୁଛି। ୨୪ ଘଣ୍ଟାରେ ୫ ସ୍ଥାନରେ ଅତିପ୍ରବଳ ତ ୩୦ରୁ ଅଧିକ ସ୍ଥାନରେ ନିର୍ଦ୍ଧୁମ୍ ବର୍ଷିଛି।
ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି।
ଆହୁରି ଦୁଇ ଦିନ ବଡ଼ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଆଗାମୀ ୩ ଘଣ୍ଟା ପାଇଁ ଟ୍ୱିନ୍ ସିଟି ସମେତ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ବଙ୍ଗୋପ ସାଗରରେ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା । ମାତ୍ର ଅଧଘଣ୍ଟା ନବର୍ଷୁଣୁ ସ୍ମାର୍ଟସିଟି ବେହାଲ୍, ତଳିଆ ଅଞ୍ଚଳ ଜଳମଗ୍ନ ସାଙ୍ଗରୁ ରାସ୍ତା-ଡ୍ରେନ୍ ଏକାକାର । ୩ ଦିନ ଛେଚିବା ସହ କାଲି ସକାଳ ଯାଏଁ ୧୫ ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛିଛି। ଏହା ପ୍ରଭାବରେ ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।
ବାଦଲଫଟା ବର୍ଷା ଯୋଗୁଁ ମାଟି ଧସୁଛି । ଗଛ ଉପୁଡ଼ୁଛି । ଘର ଭାଙ୍ଗି ଯାଉଛି । ଅନେକ ଲୋକଙ୍କ ଜୀବନ ମଧ୍ୟ ଗଲାଣି ।
ପ୍ରବଳ ବର୍ଷା ସମୟରେ ଘରୁ ନ ବାହାରିବାକୁ ମଧ୍ୟ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଂଜାବରେ ସ୍ଥିତି ସାଂଘାତିକ। ଭାଙ୍ଗିଛି ବହୁ ଘରଦ୍ୱାର, ଉଦ୍ଧାର କରୁଛି NDRF ।
ଆଜିଠୁ ବଢିବ ବର୍ଷା ପରିମାଣ,ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ
ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ୪ ମୃତ, ୬ ଆହତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଜଣେ ମୃତ, ୩ ଆହତ ।
ଆସୁଛି ଗୋଟିକ ପରେ ଗୋଟିଏ ଛାତିଥରା ଚିତ୍ର । ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୬୦ ପାର ।
ଆସନ୍ତା ୧୮ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି।
ଗତ କିଛି ଦିନ ଧରି ଶୁଖିଲା ପାଗ ରହି ଥିବାବେଳେ ଆଜିଠୁ ପୁଣି ଥରେ ବର୍ଷା ଆରମ୍ଭ ହୋଇପାରେ। ଆଜି ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରୋ
ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କ ହେଲାଣି ପ୍ରାଣହାନୀ । ଉତ୍ତରାଖଣ୍ଡରେ ବି ସଙ୍ଗୀନ ସ୍ଥିତି ।
ଘରେ ପଶିଛି ପାଣି, ବୁଡିଛି ଚୁଲି-ଚାଳ । ଛାତ ଉପରୁ ପ୍ରଶାସନର ସହାୟତାକୁ ଅପେକ୍ଷା ।
ଗତବର୍ଷ ସେଇଠି ଘାଇ ହୋଇଥିଲା, ଦେଢ଼ମାସ ତଳେ ମରାମତିରେ ୩୭ ଲକ୍ଷ ଟଙ୍କା ଖର୍ଚ୍ଚ ବି ହେଲା । ଆଜି ପୁଣି ସେଠି ୨୦ ଫୁଟ୍ ରୁ ଅଧିକ ଚଉଡ଼ା ଘାଇ ମେଲି ଗାଁଗଣ୍ଡାରେ ବଢ଼ି ପାଣି ପଶିଯାଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତେରମାଣପୁରରେ ଗାଁ ନିକଟରେ ମହାନଦୀରେ ପୁଣି ବିରାଟ ଘାଇ ଏ ସ୍ଥିତି ସୃଷ୍ଟି କରିଛି
ବର୍ଷା ଥମିଛି, ମହାନଦୀ ତଳମୁଣ୍ଡରେ ଜଳ ପ୍ରବାହ ସାମାନ୍ୟ ହ୍ରାସ ବି ପାଇଛି। କିନ୍ତୁ, ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା। କାରଣ ମହାନଦୀ, ବୈତରଣୀ, ବ୍ରାହ୍ମଣୀର ଶାଖାନଦୀର ବନ୍ୟାପାଣି ଗାଁ ଗାଁରେ ପଶିଛି। ଫଳରେ ୨ଦିନ ହେଲା ଜଳବନ୍ଦୀ ଜୀବନ ଜୀଉଁଛନ୍ତି ଲୋକେ। ଏପରିକି କେଉଁଠି ଘାଇ ହୋଇଛି, ତ ଆଉ କେଉଁଠି ଜୀବନ ନେଇଛି ବର୍ଷର ଏହି ପ୍ରଥମ ବନ୍ୟା
ଯେଉଁଠି କିଛି ଦିନ ତଳେ ଧାନ ରୋଇଥିଲେ, ଆଜି ଉଜୁଡ଼ି ଯାଇଥିବା କେଣ୍ଡାକୁ ଧରି ବସିଛନ୍ତି ଚାଷୀା ଆଣ୍ଠୁଏ ଉଚ୍ଚର ପାଣି ସଜ ପରିବାକୁ ନଷ୍ଟ କରିଛିା ବାଇଗଣଠୁ ଆରମ୍ଭ କରି କଖାରୁ, କଦଳୀରୁ କଲରା ସବୁ କିଛି ଉଜାଡ଼ି ଦେଇଛି ବଢ଼ିଲା ନଈା
ସାଳନ୍ଦୀରେ ପାଣି ଆସିବା ଯୋଗୁଁ ଭଦ୍ରକ ବ୍ଲକର ଦୁଇ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକରେ ଅନେକ ସ୍ଥାନ ଓ ଗାଁ ଜଳବନ୍ଦୀ ହୋଇଛି ।
ଧୁଷୁରୀ, ଅସୁରାଳି, କଶିମପୁର, ହାସନାବାଦ, ପଙ୍ଗଟା, ଫଳପୁର, ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି ।