ମୌସୁମୀ ଦୁର୍ବଳ, ବର୍ଷା ଅଭାବରୁ ଚାଷୀ କଲବଲ । କେଉଁଠି ପାଣି ଅଭାବରୁ ଚାଷ ଜମି ଫାଟି ଆଁ କଲାଣି, ତ କେଉଁଠି ଧାନ ତଳି ଜଳିଗଲାଣି । ଭଦ୍ର ଜିଲ୍ଲା ବାସୁଦେବପୁର ଅଞ୍ଚଳର ଆକାଶରେ ମେଘ ମାଳ ମାଳ ,ହେଲେ ବର୍ଷା ଅଭାବରୁ ଜମି ଏକଦମ୍ ଶୁଖିଲା
ବର୍ଷା ଅଭାବରୁ ମାଟି ଫାଟି ଆଁ କଲାଣି, ଯାହା ଯେତିକି ପାଣି ଥିଲା ସେତକରେ ଧାନ ରୁଆ ହେଇଥିଲା । ହେଲେ ଏବେ ତଳି ପଡ଼ିବା ପରେ ଚାଷ କେମିତି ଆଗେଇବ ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।
ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଆଜି ରାଜ୍ୟର କିଛି ସ୍ଥାନରେ ଝଡ଼ତୋଫାନ, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।