Advertisment

୬୩ ବର୍ଷ ତଳର ପୁରୁଣା ରେକର୍ଡ ଭାଙ୍ଗିପାରେ ଭୁବନେଶ୍ୱର

ଭୁବନେଶ୍ୱର ଓ କଟକ ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ସହ ଟ୍ୱିନ ସିଟିରେ ଘଣ୍ଟାକୁ ୩ରୁ ୫ ସେମି ପର୍ଯ୍ୟନ୍ତ ବର୍ଷା ଆଶଙ୍କା କରିଥଲା ପାଣିପାଗ ବିଭାଗ। ଏହାଦ୍ୱାରା ରାସ୍ତାରେ ପାଣି ଜମିବା, ଟ୍ରାଫିକ ଜାମ୍ ସହ ଦୃଶ୍ୟମାନ ସ୍ଥିତି କମିପାରେ ବୋଲି ସୂଚନା ଦିଆଯାଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ସତର୍କ ରହିବା ସହ ଯଥା ସମ୍ଭବ ଘରୁ ନ ବାହାରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
water Logging in bhubaneswar

water Logging in bhubaneswar

ଭୁବନେଶ୍ୱର: ୬୩ ବର୍ଷ ତଳର ପୁରୁଣା ରେକର୍ଡ ଭାଙ୍ଗିପାରେ ଭୁବନେଶ୍ୱର। ଲଗାଣ ବର୍ଷାରେ ରାଜଧାନୀ ଭୁବୁଟୁବୁ। ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବେହାଲ ରାଜଧାନୀ ଭୁବନେଶ୍ୱର। ଇସ୍କନ ମନ୍ଦିର ସମ୍ମୁଖରେ କୃତ୍ରିମ ବନ୍ୟା ସ୍ଥିତି। ଉଛୁଳା ପାଣିରେ ବୋଲେରୋ ବୁଡିଯାଇଥିବା ବେଳେ ଟ୍ରାକ୍ଟର ଭାସିଥିଲା। ଜାତୀୟ ରାଜପଥରେ ଘଣ୍ଟା ଘଣ୍ଟା ଧରି ପାଣିର ପ୍ରବଳ ସୁଅ ଚାଲିଥିଲା।ରାଜଧାନୀର ବମିଖାଲ ଅଂଚଳରେ ରାସ୍ତା ଉପରେ ଅଣ୍ଟାଏ ପାଣି। ଘର, ଆପାର୍ଟମେଣ୍ଟ ଭିତରେ ବି ପାଣି ପଶି ଗାଡି ମୋଟର ବୁଡିଯାଇଥିଲା। 

Advertisment

ପ୍ରବଳ ବର୍ଷାରେ ରାଜଧାନୀରେ ଦବିଥିଲା ୩ ମହଲା ଘର। ରଘୁନାଥ ନଗର ଶୁକ ବିହାର ଅଞ୍ଚଳରେ ଘର ଦବିଯାଇଥିଲା। ଘର କାନ୍ଥବି ଫାଟିଗଲା। ତେବେ ହଠାତ୍ ଦବିଯିବାରୁ ୩ ମହଲାରେ ରହୁଥିବା ଲୋକ ଘର ଖାଲି ଦେଇଛନ୍ତି। ଏହାସହ ତିନି ମହଲା ଆଖପାଖରେ ଥିବା ଘରଲୋକ ବି ନିଜ ଘର ଖାଲି କରି ପଳାଇଛନ୍ତି। ଲଗାଣ ବର୍ଷାରେ ଏଭଳି ଘର ଦବିଥିବା ଏବଂ କାନ୍ଥ ଫାଟିଯାଇଥିବା ଅଭିଯୋଗ ହୋଇଛି।

ଭୁବନେଶ୍ୱର ଓ କଟକ ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ସହ ଟ୍ୱିନ ସିଟିରେ ଘଣ୍ଟାକୁ ୩ରୁ ୫ ସେମି ପର୍ଯ୍ୟନ୍ତ ବର୍ଷା ଆଶଙ୍କା କରିଥଲା ପାଣିପାଗ ବିଭାଗ। ଏହାଦ୍ୱାରା ରାସ୍ତାରେ ପାଣି ଜମିବା, ଟ୍ରାଫିକ ଜାମ୍ ସହ ଦୃଶ୍ୟମାନ ସ୍ଥିତି କମିପାରେ ବୋଲି ସୂଚନା ଦିଆଯାଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ସତର୍କ ରହିବା ସହ ଯଥା ସମ୍ଭବ ଘରୁ ନ ବାହାରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଥିଲା। 

Advertisment

ଟ୍ୱିଟ୍ କରି ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ୬୩ ବର୍ଷ ତଳର ପୁରୁଣା ରେକର୍ଡ ଭାଙ୍ଗିପାରେ ଭୁବନେଶ୍ୱର। ୨୪ ଘଣ୍ଟାରେ ଭୁବନେଶ୍ୱରରେ ରେକର୍ଡ ହୋଇଛି। ୧୬୩ ମିମି ବର୍ଷା ୧୯୫୮ ସେପ୍ଟେମ୍ବର ୯ ତାରିଖ ରେକର୍ଡ ଭାଙ୍ଗି ସର୍ବାଧିକ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାତିରେ ବର୍ଷା ହେଲେ ଏହା ସର୍ବପୁରାତନ ରେକର୍ଡକୁ ଭାଙ୍ଗିଦେବ। 

ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଉବୁଟୁବୁ ହେଉଥିବା ବେଳେ ସ୍ମାର୍ଟସିଟିର ଅବସ୍ଥାକୁ ନେଇ ଟ୍ୱିଟ୍ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ରାଜଧାନୀର କିଛି ଫୋଟ ସେୟାର କରି ଅପରାଜିତା ଲେଖିଛନ୍ତି, ଏହା ହେଉଛି ଆମର ସ୍ମାର୍ଟସିଟି। ୨୧ ବର୍ଷର ଶାସନ ପରେ ସ୍ଥିତି ଏଭଳି ରହିଛି। କେନ୍ଦ୍ର ସରକାରଙ୍କ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ଡ୍ରେନେଜ୍ ଡେଭଲପମେଣ୍ଟ ପ୍ଲାନ ନେଇ ପରାମର୍ଶ ଦେଇଥିବା ବେଳେ ଏହା ରାଜ୍ୟ ସରକାରଙ୍କ ଅଳସୁଆମୀ ନା ଉଦାସୀନତା ବୋଲି ସାଂସଦ ପ୍ରଶ୍ନ କରିଛନ୍ତି।  

Bhubaneswar Aparajita Sarangi Smart City
Advertisment
Advertisment