Advertisment

୮୭ ବର୍ଷର ରେକର୍ଡ ଭାଙ୍ଗିଲା ପୁରୀ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେଇସାରିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଅବପାତରେ ପରିଣତ ହେବା ପରେ ଏହା ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶ ଆଡ଼କୁ ଯିବା ସମ୍ଭାବନା ରହିଛି।

author-image
Chandan Shishu
ଅଦ୍ୟତନ ହୋଇଛି
ଆଜି ୧୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

heavy rainfall alert

ଭୁବନେଶ୍ୱର: ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ ହୋଇଛି। ଗୋଟିଏ ଦିନର ବର୍ଷାରେ ୮୭ ବର୍ଷର ପୁରୁଣା ରେକର୍ଡ ପୁରୀ ଭାଙ୍ଗିଛି। ପାରାଦୀପରେ ୨୧୯ ମିମି ଓ ଭୁବନେଶ୍ୱରରେ ୧୯୫ ମିମି ବର୍ଷା ରେକର୍ଡ ହୋଇଛି। ୧୨ ସକାଳ ୮ଟା ୩୦ରୁ ୧୩ ତାରିଖ ସକାଳ ୮ଟା ୩୦ ମଧ୍ୟରେ ବର୍ଷା ରେକର୍ଡ କରାଯାଇଛି। ସେହିପରି ୬୩ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ଭୁବନେଶ୍ୱର।

Advertisment

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେଇସାରିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଅବପାତରେ ପରିଣତ ହେବା ପରେ ଏହା ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶ ଆଡ଼କୁ ଯିବା ସମ୍ଭାବନା ରହିଛି।

ପଢନ୍ତୁ: ଲଗାଣ ବର୍ଷା ଯୋଗୁଁ ୨ ଦିନ ସ୍କୁଲ ଛୁଟି 

ଓଡ଼ିଶାର ୫ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ୫ ଜିଲ୍ଲାକୁ ଜାରି ହୋଇଛି ରେଡ୍ ଓ୍ୱାର୍ଣ୍ଣିଂ। ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୭ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଓ୍ୱାର୍ଣ୍ଣିଂ। ବଲାଙ୍ଗିର, ବୌଦ୍ଧ, ଢେଙ୍କାନାଳ, କଟକ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ଅରେଂଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

Advertisment

ଏହା ବାଦ୍ ୧୧ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ। ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଂଜ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। 

Weather Update Rain In Odisha Weather In Odisha
Advertisment
Advertisment