Advertisment

୫୫ କିମି ବେଗରେ ବହିବ ପବନ ! ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ଯେହେତୁ ଅବପାତର ସମ୍ଭାବନା ରହିଛି, ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୫୫ ଓ ଝଟ୍‌କା ପବନ ୬୫ କିମି ରହିବ। ଆସନ୍ତାକାଲି ୫ ଆଭ୍ୟନ୍ତରୀଣ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

author-image
Chandan Shishu
LC 3 at all ports of odisha

LC 3 at all ports of odisha

ଭୁବନେଶ୍ୱର: ରାତି ୧୦ଟା ପର୍ଯ୍ୟନ୍ତ ସତର୍କ ରୁହ। ଭୁବନେଶ୍ୱର ଓ କଟକ ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର। ଟ୍ୱିନ ସିଟିରେ ଘଣ୍ଟାକୁ ୩ରୁ ୫ ସେମି ପର୍ଯ୍ୟନ୍ତ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ। ଏହାଦ୍ୱାରା ରାସ୍ତାରେ ପାଣି ଜମିବା, ଟ୍ରାଫିକ ଜାମ୍ ସହ ଦୃଶ୍ୟମାନ ସ୍ଥିତି କମିପାରେ। ରାତି ୧୦ଟା ପର୍ଯ୍ୟନ୍ତ ସତର୍କ ରହିବା ସହ ଯଥା ସମ୍ଭବ ଘରୁ ନ ବାହାରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ସେପଟେ ୧୨ ଘଣ୍ଟା ଭିତରେ ଅବପାତ ରୂପ ନେବ ଲଘୁଚାପ। ୫୫ କିମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।   

Advertisment

ପାଣିପାଗ ବିଭାଗର ଡ୍ୟୁଟି ଅଫିସର୍‌ ଉମାଶଙ୍କର ଦାସ କହିଛନ୍ତି ଯେ ଲଘୁଚାପ ଅଧିକ କେନ୍ଦ୍ରୀଭୂତ ହୋଇ ଉତ୍ତର ପଶ୍ଚିମ, ତତସଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଉତ୍ତରରେ ଏକ ସୁଦୃଶ୍ୟ ଲଘୁଚାପ ତଥା ୱେଲମାର୍କଡ୍‌ ଲୋ ପ୍ରେସର୍‌ରେ ପରିଣତ ହୋଇଛି। ଏହାକୁ ଆଖି ଆଗରେ ରଖି ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରିକରାଯାଇଛି, ଏଠାରେ ୧୨ରୁ ୨୦ ସେମି ଅର୍ଥାତ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଗୋଟିଏ ଦୁଇଟି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହେବ। ପୁରୀ, କଟକ, ଜଗତସିଂହପୁର ଖୋର୍ଦ୍ଧା, କେନ୍ଦ୍ରାପଡା, ନୟାଗଡ ଓ ଢେଙ୍କାନାଲ ଏହି ଅଞ୍ଛଳରେ ଅକସ୍ମାତ ବନ୍ୟା ସହ ପାଣି ଜମିବାର ସମ୍ଭାବନା ରହିଛି। ଏହାସହ କଚ୍ଚା ରାସ୍ତା ଓ କଚ୍ଚାଘର ନଷ୍ଟ ହୋଇପାରେ। ସେହିପରି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ଏନେଇ ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କତ ଜାରି କରାଯାଇଛି। ଯେହେତୁ ଅବପାତର ସମ୍ଭାବନା ରହିଛି, ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୫୫ ଓ ଝଟ୍‌କା ପବନ ୬୫ କିମି ରହିବ। ଆସନ୍ତାକାଲି ୫ ଆଭ୍ୟନ୍ତରୀଣ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୩ ଦିନ ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଦେଇ ଅତିକ୍ରମ କରିବ। ଆଗାମୀ ୧୪ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

Advertisment

ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେଉଛି ା ଆଜି ସକାଳୁ ଘଡ଼ଘଡ଼ି ସହ ବର୍ଷା ଏହି ସବୁ ସହର ଗୁଡ଼ିକରେ ଲାଗି ରହିଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଜଗତସିଂହପୁର, ପୁରୀ, କୋଣାର୍କ, କେନ୍ଦ୍ରାପଡ଼ା ଭଳି ବିଭିନ୍ନ ସ୍ଥାନରେ ପାଣି ଜମିଛି। ଜଗତସିଂହପୁର କୁଜଙ୍ଗ ଅଞ୍ଚଳରେ ପାଣି ଜମିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛି। ସ୍ଥାନୀୟ ପୋଲିସ୍ କ୍ୱାଟରରେ ଲୋକଙ୍କ ଘରେ ପାଣି ପଶିଯାଇଛି। 

Odisha Weather Heavy Rainfall
Advertisment
Advertisment