ଭୁବନେଶ୍ୱର: ଗତ ୩୬ ଘଣ୍ଟାରେ ଯେଭଳି ବର୍ଷା ହୋଇଛି, ତାହା ଅଧା ରାଜ୍ୟବାସୀଙ୍କ ଜନଜୀବନକୁ ହନ୍ତସନ୍ତ କରିଦେଇଛି। ତଥାପି କମୁନି ବର୍ଷାର ପ୍ରକୋପ।ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେଥିପାଇଁ ପାଞ୍ଚ ଜିଲ୍ଲାକୁ ଆଜି ପାଇଁ ପାଣିପାଗ କେନ୍ଦ୍ର ରେଡ୍ ୱାର୍ଣ୍ଣିଂ ଜାରି କରିଛି। ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବରଗଡ଼କୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ପାଇଁ ଆଉ ୧୦ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢ଼େଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କଟକ। ସେହିପରି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୁରଭଞ୍ଜ।
ସେ ଆହୁରି କହିଛନ୍ତି ଯେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ନିଅଣ୍ଟିଆ ବର୍ଷା ପୂରଣ ହେଲେ ବି ନୂଆ ବିପଦ ଆଣିପାରେ। ଉପରମୁଣ୍ଡରେ ବର୍ଷା ହେଲେ ବନ୍ୟା ସୃଷ୍ଟି ହୋଇଥାଏ। କମ୍ ସମୟରେ ଅଧିକ ବର୍ଷା ହେଲେ ଅକସ୍ମାତ ବନ୍ୟା ହୋଇଥାଏ। ଉପକୂଳରେ ଆଜି ସନ୍ଧ୍ୟା ପରେ ପାଗରେ ଟିକେ ପରିବର୍ତ୍ତନ ହେବ। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ କିନ୍ତୁ ବର୍ଷା ଲାଗି ରହିବ।
ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳ ସ୍ତର ବଢ଼ୁଛି। ମହାନଦୀର କେତେକ ଶାଖା ନଦୀର ଜଳ ସ୍ତର ବଢ଼ୁଛି। ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗ, ବଂଶଧରା, ରୁଷିକୁଲ୍ୟାରେ ଜଳସ୍ତର ବଢୁଛି। ଜଳ ସ୍ତର ବଢ଼ୁଥିଲେ ବି ବିପଦ ସଂକେତ ତଳେ ପ୍ରବାହିତ ହେଉଛି।