• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ମୋହନା ନିକଟରେ ଥିବା ହରଭଙ୍ଗି ନଦୀର ଜଳ ସ୍ତର ବୃଦ୍ଧି ପାଇଛି । ଫଳରେ ଧନୁପଙ୍କ, ବାଢ଼େଇପୁର, ଗୁଡୁରିଗୁଡା ଓ ନୂଆସାହିକୁ ଯୋଗାଯୋଗ ବିଛିନ୍ନ ହୋଇଛି । ନଦୀରେ ପାଣି ଆସିଥିବାରୁ ସ୍କୁଲ ଆସିଥିବା ପିଲାମାନେ ଘରକୁ ଫେରି ପାରିନାହାନ୍ତି । ଫଳରେ ଦ୍ୱିତୀୟ ଦିନର ପାଠପଢ଼ାରେ ସମସ୍ୟା ଭୋଗୁଛନ୍ତି । ବଳକା ବହି ଘରେ ଥିବାରୁ ସ୍କୁଲରେ ହଇରାଣ ହେବାକୁ ପଡୁଛି ବୋଲି ଛାତ୍ର କହିଛନ୍ତି ।

ସେହିପରି ଲଗାଣ ବର୍ଷା ଯୋଗୁଁ ଅଙ୍ଗନବାଡି ଦିଦି ଦୁଇ ଦିନ ହେଲାଣି ନିଜ ସେଣ୍ଟରକୁ ଯାଇପାରିନାହାନ୍ତି । ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଖାଦ୍ୟ ଯୋଗାଇବା ଠପ ହୋଇଯାଇଛି । ସେପେଟ ଲଗାଣ ବର୍ଷାରେ ଗୋବିନ୍ଦପୁରରେ ଏକ ଗଛ ଉପୁଡିଛି । ଯାହାକି ଏକ ସେଲୁନ ଉପରେ ପଡିଛି । ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ।

ସେହିଭଳି ଏହି ପ୍ରବଳ ବର୍ଷାରେ ଆନ୍ଧ୍ର ସୀମାନ୍ତ ସମ୍ବାଇ ନିକଟ ବାଇଲଗୁଡ଼ର ପାହାଡ଼ି ନଦୀରେ ଥିବା ଅସ୍ଥାୟୀ ବ୍ରିଜ ସହ ର୍ନିମାଣଧିନ ନୂତନ ବ୍ରିଜର କିଛି ଅଂଶ ବର୍ଷାରେ ଧୋଇ ଯାଇଛି । ପଟାଙ୍ଗିରୁ ସମ୍ବାଇ ଦେଇ ଆରୁକୁ ରାସ୍ତାରେ ଗାଡି ଚଳା ଚଳ ଠପ ହୋଇଯାଇଛି । ଗତ ଚାରି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ପାହାଡ଼ି ନଦୀରେ ବନ୍ୟାପାଣି ଆସି ପୋଲ ଧୋଇଯାଇଛି । ଏହି ଅଂଚଳରେ ରହୁଥିବା ଓଡିଶା ଓ ଆନ୍ଧ୍ର ଲୋକଙ୍କ ପାଇଁ ଜୀବନ ରେଖା ପାଲଟି ଥିବା ଏହି ରାସ୍ତାରେ ଗାଡି ଚଳା ଚଳ ବନ୍ଦ ରହିଛି ।

ସେପଟେ ଲଘୁଚାପ ପ୍ରଭାବରେ ଆଜିଠୁ ବଢ଼ିବ ବର୍ଷା । ଆଜି ପାଇଁ ୧୧ଟି ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ଅରେଂଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା, ନୟାଗଡ଼, କଟକ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ । ସେହିପରି ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଥିବା ୧୦ ଜିଲ୍ଲା ହେଉଛି ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ । ଏସବୁ ଜିଲ୍ଲା ଗୁଡିକର ଜିଲ୍ଲାପାଳ ମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।