ଭାରି ରସିକିଆ ହେଡ୍ ସାର୍। ୧୨ ବର୍ଷର ଝିଅ ଥାଉଥାଉ ପୁଣି ଆଉ ଜଣଙ୍କୁ କଲେ ବିବାହ। ସ୍କୁଲରେ ହେଲା ଭୋଜିଭାତର ଆସର। ବରଣମାଳର ଫଟୋ ଏବେ ଭାଇରାଲ
ରାସ୍ତାରେ ଛକିଥିଲା ଯମ। ପିଲାଟି ଦିନରୁ ଗୋଟିଏ ସ୍କୁଲରେ ପଢିଛନ୍ତି, ଗୋଟିଏ ଥାଳିରେ ଭାତ ବି ଖାଇଛନ୍ତି। ଏକା ସାଙ୍ଗରେ ସରକାରୀ ଚାକିରି ବି କଲେ। ବାହାଘରକୁ ଯାଉଯାଉ ଅଧା ରାସ୍ତାରେ ଚାପି ଦେଲା ବସ୍। ଏବେ ସାଙ୍ଗ ହୋଇ ଚାଲିଗଲେ ଏଇ ଦୁଇ ସାଙ୍ଗ
ଇଏ ପୂରା ଡିଫରେଂଟ୍...ଶ୍ରାଦ୍ଧ । ଦିବସରେ ଛାତିଥରା ନୃତ୍ୟ। ପୁଣି ଗୀତ ବାଜୁଛି ବାହା ହେବି ହେବି ସେହି ଝିଅକୁ ଭାଇନା ରାଜି କରିଦିଅ ମୋ ବୋଉକୁ। ନାରଣ ତୁ ଆଖି ବୁଜି ଦେ’
ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ଏହି ଗୋଟିଏ ପ୍ରଶ୍ନରେ କେନ୍ଦ୍ରୀଭୂତ ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ଅଭିଯୁକ୍ତ ଗୋପାଳର ନୂଆ ତଥ୍ୟ। ଗତବର୍ଷ ଦୁଇ ଦୁଇ ଥର ପଦୋନ୍ନତି ଅଫର ପାଇଥିଲେ ବି ଗୋପାଳ ରହସ୍ୟଜନକ ଭାବେ ପ୍ରତ୍ୟାଖାନ କରିଦେଇଛି।
ବିଜେଡି ସରକାରରେ ବଢୁଛି ମିଶନ୍ ଶକ୍ତିର ଦବ୍ ଦବା । ସ୍ୱୟଂ ସହାୟକ ଗୋଷ୍ଠୀ ବା, ଏସଏଚଜିକୁ ମଜଭୂତ କରୁଛନ୍ତି ସରକାର। ଗୋଟିଏ କି ଦୁଇଟି ବିଭାଗ ନୁହେଁ ଏବେ ୧୫ଟି ବିଭାଗରେ ଏସଏଚଜି ନିୟୋଜିତ ହୋଇଥିବା ବେଳେ ଆଗକୁ ସବୁ ବିଭାଗରେ ନିୟୋଜିତ ହେବେ ।
ଭାଲେଣ୍ଟାଇନ ୱିକରେ ଭିଲେନ୍ ସାଜିଲା ପ୍ରେମିକ । ଦିଲ୍ଲୀରେ ଚର୍ଚ୍ଚିତ ଶ୍ରଦ୍ଧା ୱାକର୍ ହତ୍ୟା ମାମଲାର ହେଲା ପୁନରାବୃତ୍ତି । ସେଠି ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା ଅଭିଯୁକ୍ତ ଅଫତାବ ପୁନାୱାଲା । ଆଉ ଏବେ ସାମ୍ନାକୁ ଆସିଥିବା ନିକ୍କି ଯାଦବ ହତ୍ୟାକାଣ୍ଡରେ ପ୍ରେମିକା ଅର୍ଥାତ୍ ନିକ୍କିକୁ ମାରି ଫ୍ରିଜରେ ଭର୍ତ୍ତି କରିଛି ସୈତାନ ପ୍ରେମିକ ସାହିଲ ଗେହଲ
ସମ୍ବଲପୁରରେ ବିଜେପିର ବିକ୍ଷୋଭ ବେଳେ ମହିଳା ଆଇଆଇସି ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ଓ ଠେଲାପେଲା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନ ତାଙ୍କୁ ପ୍ରଥମେ ଧକ୍କା ମାରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ଗୋଟିଏ ପଟେ କେନ୍ଦ୍ର ସରକାର ଗରିବଙ୍କ ୫ କେଜି ଚାଉଳ କାଟିଦେବା ନେଇ ବିଜେଡି ଚଳାଇଛି ବିକ୍ଷୋଭ । ଅନ୍ୟପଟେ ପଦାକୁ ଆସିଛି ବଣ୍ଟନ ବ୍ୟବସ୍ଥାର ସାଙ୍ଘାତିକ ଅବ୍ୟବସ୍ଥା । ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ଲକ୍ଷରୁ ଅଧିକ ଜାଲ୍ ହିତାଧିକାରୀ । ଯାହାକୁ ନେଇ ଅଡୁଆରେ ରାଜ୍ୟ ସରକାର । ବେଆଇନ୍ ଭାବେ ଏସବୁ ନାଁ କିଏ ଯୋଡ଼ିଲା, ଚାଉଳ କିଏ ନେଉଛି ତାକୁ ନେଇ ଉଠିଛି ପ୍ରଶ୍ନ । ଜାଲ୍ କାର୍ଡ ମାଧ୍ୟମରେ ବ୍ୟାପକ ଘୋଟାଲା କରାଯାଉଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ।
ବାପା-ମାଆ ଚାଲିଯିବା ପରେ ଅନାଥ ପିଲାଙ୍କ ମୁହଁରେ ଆହାର ଦେଉଛି ଲକ୍ଷ୍ମୀ। ନିଜ ଆଖିରେ ଅନେକ ସ୍ୱପ୍ନ ଥିଲେ ବି...ଭାଇଭଉଣୀଙ୍କୁ ମାଆ ପରି ପାଳୁଛି। ସରକାର ସାହାଯ୍ୟ କଲେ ନିଜେ ପାଠ ପଢିବାକୁ ଦେଖୁଛି ସୁନେଲୀ ସ୍ୱପ୍ନ
ଖେଳ ଆରମ୍ଭ ହେଉ କି ନହେଉ...ରୋଲ୍ ଆରମ୍ଭ କରିଦେଲେ ଅରୁଣ ଭାଇ। ମୋ ବୋଉଲୋ...ଏମାନେ ପୂରା ଫର୍ମ୍ରେ। ହେଲେ ଏମ୍ପିଙ୍କୁ ଏମଏଲଏଙ୍କ ଟି-ସାର୍ଟ କିଏ ପିନ୍ଧାଇଦେଲା?
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମାଗିଲା ବିଜେପି, କେନ୍ଦ୍ର ବିରୋଧୀ ନାରାବାଜି କରି ଧାରଣା ଦେଲା ବିଜେଡି
ଅଢ଼େଇ ଅକ୍ଷର ‘ପ୍ରେମ’ ବାନ୍ଧି ରଖିଛି ସମ୍ପର୍କ
କାନ୍ଥରୁ ଲିଭିନି ବାହାଘର ଚିତା, ଲିଭିଗଲା ଜୁଇ
ଅଭାବ ଅସୁବିଧାକୁ ନେଇ ଅସନ୍ତୋଷ ଝାଡିଛନ୍ତି ଖୋଦ୍ କଲେଜର ଛାତ୍ରଛାତ୍ରୀ
ଏଠି ଷଣ୍ଢ ଡାଲି କାଇ ଗଲାଣି ସେପଟେ ମଞ୍ଚ ଉପରେ ପ୍ରବଳ ନେତା । ଦୀପ ବି ଜଳୁନି ଭଲରେ । ନେତାଙ୍କ ସଭା ପାଇଁ ପିଲାଙ୍କ ପରୀକ୍ଷାବି ଗଲା
ପ୍ରେମ ଦିବସରେ ଗୋଲାପ ନୁହେଁ ରକ୍ତରେ ଲାଲ ହୋଇଥିଲା ଭାରତ। ଘଟଣାକୁ ୪ ବର୍ଷ ପୂରିଲାଣି..ସେଦିନ ଭୟଙ୍କର ଦୃଶ୍ୟ କଥା ମନେ ପଡିଲେ ଆଜି ବି ଥରିଯାଏ ଛାତି
ପ୍ରେମ ଦିବସରେ ଗୋଲାପ ନୁହେଁ ରକ୍ତରେ ଲାଲ ହୋଇଥିଲା ଭାରତ। ଘଟଣାକୁ ୪ ବର୍ଷ ପୂରିଲାଣି..ସେଦିନ ଭୟଙ୍କର ଦୃଶ୍ୟ କଥା ମନେ ପଡିଲେ ଆଜି ବି ଥରିଯାଏ ଛାତି
ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ନୂଆଗାଁ ଶାସନରେ ଘଣ୍ଟ, ହୁଳହୁଳି ସାଙ୍ଗକୁ ବାଜୁଛି ଝାଞ୍ଜ ମୃଦଙ୍ଗ । କମ୍ପୁଛି ପୂରା ପରିବେଶ । ଭକ୍ତି ରସରେ ମତୁଆଲା ଭକ୍ତ । ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଆତ୍ମଘୋଷିତ ବାବା ସାରଥୀଙ୍କ ପ୍ରବଚନ କାର୍ଯ୍ୟକ୍ରମରେ । ଏହା ସ୍ପଷ୍ଟ କରୁଛି ଯେ ପୁଣି ମାତିଲେଣି ସାରଥୀଙ୍କ ଅନୁଗାମୀ । ଖାଲି ସେତିକି ନୁହେଁ, ଅନୁଗାମୀମାନେ ସାରଥୀଙ୍କୁ କଳିଯୁଗର ଚଳନ୍ତି ଠାକୁର କହି ପୂଜୁଛନ୍ତି । ଜୟଜୟକାର ଗାନ କରୁଛନ୍ତି । ସିଂହାସନରେ ସାରଥୀଙ୍କ ଫଟୋ ରଖି ଧୂପ ଦେଇ ପୂଜାର୍ଚ୍ଚନା କରୁଛନ୍ତି ।
ରାଜ୍ୟରେ ଥମୁନି ଚାଉଳ ରାଜନୀତି । ମାଗଣାରେ ଚାଉଳ ବଣ୍ଟନ ପକ୍ରିୟା ଜାରି ଥିବାବେଳେ ମୁହାଁମୁହିଁ ବିଜେଡି-ବିଜେପି । କେନ୍ଦ୍ର ସରକାର ମାଗଣାରେ ଚାଉଳ ଦେବା ଆରମ୍ଭ କରିଥିବାରୁ କାଳେ ବିଜେପି ମାଇଲେଜ୍ ନେଇଯିବ ତାକୁ କାଉଣ୍ଟର କରିବାକୁ ବାଟ କାଢିଛି ବିଜେଡି । ଆଉ ପଞ୍ଚାୟତରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦେଇଛି ୩ ଦିନିଆ ଆନ୍ଦୋଳନର ଡାକରା
ଯାହା କେବେ ହୋଇ ନଥିଲା ତାହା ହେଲା । ବାଣୀବିହାରରେ ସେମିନାର ଚାଲିଥିବା ବେଳେ ଗଣ୍ଡଗୋଳ, ହୋହଲ୍ଲା, ଆକ୍ରମଣ । ଉତ୍କଳ ବିଶ୍ୱବିଦ୍ୟାଳୟ ଭିତରେ ଗତକାଲିର ଏ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ସିଟିଜେନ୍ ଫୋରମ୍ ବ୍ୟାନରରେ- ସମ୍ବିଧାନ ଓ ଶିକ୍ଷା ନାଁରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ ଜେଏନୟୁର ପ୍ରଫେସର ସୁରଜିତ ମଜୁମଦାର
ଉଁ ବିଜେଡି ସରକାରରେ ଦିନେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ । ସେହି ବିଜୟ ପଟ୍ଟନାୟକ ଏବେ ସରକାରଙ୍କ ବିରୋଧରେ ଶାଣିତ କରିଛନ୍ତି ସ୍ୱର । କଂଗ୍ରେସରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ବିଜୟ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ପ୍ରଥମେ ଥାର୍ଡ ଫ୍ଲୋର୍ ଉପରେ ବର୍ଷିଥିଲେ ବିଜୟ । ରାଜ୍ୟରେ ଚାଲିଥିବା ଅମଲା ଶାସନର ଗୁମର ଖୋଲି ସେ କହିଛନ୍ତି, ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ଅଛି । ମୁଖ୍ୟମନ୍ତ୍ରୀ ପୂର୍ବଭଳି କାମ କରୁନଥିବା କଥାକୁ ପୁଣି ଦୋହରାଇଥିଲେ ।
ଗତରାତିରେ ଗୋପାଳକୁ ଧରି ଗୁଜରାଟରୁ ଝାରସୁଗୁଡ଼ାକୁ ଫେରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଏହାପରେ ଆଜି ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ୧୬୪ ବୟାନ ରେକର୍ଡ କରିବା ସହ ଝାରସୁଗୁଡ଼ା ସବ୍-ଜେଲକୁ ପଠାଇ ଦିଆଯାଇଥିଲା । ହେଲେ ଜେଲ୍ ଭିତରେ ଗୋପାଳର ସୁରକ୍ଷାକୁ ନେଇ ଚିନ୍ତିତ ଜେଲ ବିଭାଗ । ତେଣୁ ଝାରସୁଗୁଡାରୁ ଚୌଦ୍ୱାର ଜେଲକୁ ପଠାଇବାକୁ ଝାରସୁଗୁଡା ଜେଲ ଅଧୀକ୍ଷକଙ୍କ ଜରିଆରେ କୋର୍ଟକୁ ଅବଗତ କରିଛି ଜେଲ୍ ବିଭାଗ । ପୂର୍ବରୁ ଝାରସୁଗୁଡା ଜେଲ ପକ୍ଷରୁ ଜେଲ ବିଭାଗକୁ ଚିଠି ବି ଲେଖାଯାଇଛି ।
ଅଖ୍ୟାତ ପଲ୍ଲୀରୁ ଜାତୀୟ ସ୍ତରର ବଡି ବିଲ୍ଡର। ନିଶା ପାଇଁ ପେଶା ମଧ୍ୟ ଛାଡି ଦେଲେ। ଆଉ ଶେଷରେ ସେଇ ନିଶା ଆଜି ତାଙ୍କୁ ଦେଇଛି ଅନନ୍ୟ ପରିଚୟ...
ଏଇଠି ପ୍ରତି ପରିବାରରୁ ଯାଇଛି ମୁଣ୍ଡ.. ମାଆ ପୁଅକୁ, ସ୍ତ୍ରୀ ସ୍ୱାମୀକୁ, ଝିଅ ବାପାକୁ ହରାଇଛି.. ପୁରୁଷଶୂନ୍ୟ ହୋଇପଡ଼ିଛି ପୁରା ଗାଁ..