ମେ' ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ । ତାରିଖ ଘୋଷଣା ହେଉ ହେଉ ଶାସକ ଦଳଠାରୁ ଆରମ୍ଭ କରି ବିରୋଧୀ ଏବେ ପୁରା ସକ୍ରିୟ।
ମେଡ଼ିକାଲ ଖୋଲିଛି, ଡାକ୍ତର ନାହାନ୍ତି । ଅଧ ରାତିରେ ପ୍ରସୂତୀ ଆସିଲେ ଦୁଆରୁ ଯାଉଛନ୍ତି କଟକ । ଥିବା କଥା ୧୨..ଅଛନ୍ତି ୪ ଷ୍ଟାପ୍ । ବାଃ ବାଃରେ ସ୍ୱାସ୍ଥ୍ୟ ସେବା
ଆଲୋ ଆଲୋ...ୟାଙ୍କର କେତେ ଜ୍ଞାନ? ବନ୍ଦେ ଉତ୍କଳ ଜନନୀ କିଏ ଲେଖିଥିଲେ କିରେ ନାରଣ?
ମାଆ କାମବାଲି, ବାପା ଶ୍ରମିକ । ଝିଅକୁ ଦିଶୁନି...ହେଲେ କଣ୍ଠରେ ବିଜେ କରିଛନ୍ତି ସରସ୍ୱତୀ । ତାଙ୍କ ଗୀତ ଶୁଣିଲେ ବାରମ୍ବାର ଶୁଣିବାକୁ ହେବ ଇଚ୍ଛା ।
ଆୟକରଦାତା ଯଦି କୌଣସି ଟିକସ ବିକଳ୍ପ ଚୟନ ନ କରନ୍ତି, ସେ ନୂଆ ଟିକସ ଢାଞ୍ଚା ବାଛିଛନ୍ତି ବୋଲି ବିବେଚନା କରାଯିବ । ଏହାବ୍ୟତୀତ ବଜେଟ୍ ଘୋଷଣା ଅନୁସାରେ, ସିଗାରେଟ୍, ପାନ ମସଲା ଓ ଅନ୍ୟ ତମାଖୁ ଉତ୍ପାଦ ଉପରେ ଲାଗୁ ହୋଇଛି ବର୍ଦ୍ଧିତ ଆମଦାନୀ ଶୁଳ୍କ ।
କନ୍ଧମାଳର ଫୁଲବାଣୀ ହେଉ କି କୋରାପୁଟର ଜୟପୁର ସବୁଠି ଆମ ମାତୃଭାଷା ଓଡ଼ିଆ ଅବହେଳିତ। ୨୦୧୮ରେ ରାଜ୍ୟ ସରକାର କଡ଼ା ନିୟମ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ପ୍ରତି ଦୋକାନର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ଏଠି ସବୁ ସତେ ଯେମିତି ଧୁଆଁବାଣରେ ପରିଣତ ହୋଇଯାଇଛି।
ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପର ଅନୁମୋଦନ ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ, ଫାଇଭ୍ ଟି ସଚିବ, ବାଣିଜ୍ୟ ଓ ପରିବହନ ଏବଂ ନଗର ଉନ୍ନୟନ ବିଭାଗର ସଚିବ ମାନେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ଥିତିର ଅନୁଧ୍ୟାନ କରିଥିଲେ ।
ଫଳରେ ଆପାର୍ଟମେଣ୍ଟ ପଂଜୀକରଣ ଲାଗି ବାଟ ଫିଟିବ ବୋଲି ଯାହା କୁହାଯାଉଥିଲା, ତାହା ପୁଣି ଅଟକି ଯାଇଛି । ସେପଟେ ୬ଦିନ ପୂର୍ବରୁ ବିଧାନସଭା ବନ୍ଦ ହେବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।
ଆଜି ଯାଏଁ ୨୨୫ଟି ମାମଲାର ତଦନ୍ତ ନେଇ ମାତ୍ର ୪୫ଟିର ଚାର୍ଜସିଟ୍ କରିପାରିଛି କ୍ରାଇମବ୍ରାଞ୍ଚ । ସରକାରୀ ଦଳର ଏଜେଣ୍ଟ ସାଜିଥିବା କ୍ରାଇମବ୍ରାଞ୍ଚ ଅନ୍ୟ ଘଟଣା ଭଳି ଏ ଘଟଣାକୁ ବି ଚପାଇଦେବ ।
ଆନ୍ଧ୍ର ଗୋ' ବ୍ୟାକ୍... ଉତ୍କଳ ଦିବସ ଅବସରରେ କୋଟିଆ ଗସ୍ତ କରି ଏହି ନାରା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋରାପୁଟ ଜିଲ୍ଲାର ବହୁ ବିବାଦୀୟ ସୀମାବର୍ତ୍ତି ଗ୍ରାମପୁଞ୍ଜ 'କୋଟିଆ' ଉପରେ, ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଲୋଲୁପ ଦୃଷ୍ଟି ପକାଇଥିବା ବେଳେ; ଆଜି ସେଠାରେ ଆଡ଼ମ୍ବର ସହକାରେ ଉତ୍କଳ ଦିବସ ପାଳିଛନ୍ତି ଧର୍ମେନ୍ଦ୍ର ।
ଗାଁର ଘରେ ଘରେ ପାଣି ଟ୍ୟାପ ଲାଗିଛି। ଟାଙ୍କି ବି ବସିଛି । ପଞ୍ଚାୟତକୁ ହଜାର ହଜାର ଟଙ୍କାର ଇଲେକ୍ଟ୍ରି ବିଲର ରସିଦ ବି ଆସୁଛି । ହେଲେ ଟ୍ୟାପ ଲାଗିବା ଦିନରୁ ମୁନ୍ଦାଏ ପାଣିର ଦେଖାନାହିଁ ।
ଝିଅକୁ ପୋଡ଼ି ମାରିଲେ, କେସ୍ କରିବାରୁ ମାଆକୁ ଦୁଷ୍କର୍ମ କଲେ...ଦେହରେ ନିଆଁ ଲଗାଇ ଦେଲେ । ମାଆ-ଭଉଣୀଙ୍କୁ ନ୍ୟାୟ ଦେବା ଲାଗି କାନ୍ଦି କାନ୍ଦି ଏସପି ଅଫିସରେ ପହଞ୍ଚିଲା ବଡ଼ ଝିଅ
କଳା ପୋଷାକରେ କଂଗ୍ରେସ ନେତା। ସମସ୍ତେ ଦେଖାଯାଉଛନ୍ତି ସତେ ଯେମିତି ‘ବ୍ଲାକ୍ କ୍ୟାଟ୍ କମାଣ୍ଡୋ’ ।
ଯେତିକି ଲୋକ ତଳେ ସେତିକି ଉପରେ । ଚେୟାର ଶୁଣୁଛନ୍ତି ଭାଷଣ । ନଦେଖିଲା ଲୋକେ ବି କହିବେ କି ଅବସ୍ଥା ହେଲାରେ
ଖରାଦିନେ ତରଭୁଜ ଖାଇବା ମଜା ଯିଏ ଖାଇଛି ସିଏ ଜାଣିଛି.. ସାଧାରଣ ଲାଲ୍ ତରଭୁଜ ଟିକେ ପାଣିଚିଆ ଲାଗେ ବୋଲି ବିଟ ଲୁଣ ଲଗାଇ ଖାଇବାକୁ ପସନ୍ଦ କରିଥାନ୍ତି ଲୋକେ.. ହେଲେ ଆପଣ କଣ କେବେ ହଳଦିଆ ତରଭୁଜ ଖାଇଛନ୍ତି ?
ପୁରୀରେ ଆରମ୍ଭ ପାରମ୍ପରିକ ସାହି ଯାତ । ରାମ ନବମୀ ଠାରୁ ଆରମ୍ଭ ଏହି ପାରମ୍ପରିକ ଯାତ୍ରା...
ପିଲାଙ୍କ ପାଇଁ ଏ ସ୍କୁଲ । ଏଠି ଦୁଇ ଦୁଇଟି କ୍ଲାସ । ପ୍ରବଳ ପିଲା ହେଲେ ଗୋଟିଏ ସାର୍ । ପାଠ ଏଠି କେମିତି କଣ ପଢା ହେଉଥିବ ତାହା ଦେଖିଲେ ଜାଣି ପାରିବେ ?
ରାୟଗଡାରେ ମାତିଛନ୍ତି ଆନ୍ଧ୍ରା ଚୋର । ଛକ ଛକରେ ଲାଗିଲା ସିସି କ୍ୟାମେରା
ଆଇଏଏସ, ଓଏଏସ୍ , ରେଲୱେ ଓ ବ୍ୟାକିଂ ଭଳି ଚାକିରି ପାଇଁ କୋଚିଂ ଦେଉଥିବା ବଣିକ୍ କୋଚିଂ ସେଣ୍ଟର ନାଁରେ କୋଟି କୋଟିର ଟିକସ ଫାଙ୍କି ଅଭିଯୋଗ। ସେଣ୍ଟ୍ରାଲ୍ ଜିଏସ୍ଟି ବିଭାଗର ଅତର୍କିତ ରେଡ୍ ପରେ ସୃଷ୍ଟି ହୋଇଛି ହଇଚଇ ।
ପୁଣି ଚର୍ଚ୍ଚାରେ ସୁନ୍ଦରଗଡ଼ କୋଇଡ଼ା ବିଡିଓ । ଏଥର ଜନତା କି ନେତା ନୁହଁନ୍ତି, ଆକ୍ରମଣର ଶିକାର ହୋଇଛନ୍ତି ନିଜ ବାପା ଓ ଭାଇଙ୍କ ଦ୍ୱାରା । ଟଙ୍କା ନେଣଦେଣକୁ ନେଇ ସରକାରୀ ବାସଭବନରେ ପଶି ଠିକାଦାର ଭାଇ ଓ ବାପା ଆକ୍ରମଣ କରିଥିବା ବିଡିଓ ପଲ୍ଲବୀ ରାଣୀ ରାଜ୍ ଅଭିଯୋଗ କରିଛନ୍ତି ।
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଭୁଲିପାରୁନଥିବା ଝାରସୁଗୁଡ଼ାବାସୀଙ୍କ ପାଇଁ ଆଉ ଏକ ଲୋମଟାଙ୍କୁରା ଏବଂ ଦୁଃଖଦ ଖବର । ୫୦ ଲକ୍ଷ ଟଙ୍କା ପାଇଁ ଜଣେ ୧୫ ବର୍ଷର ପିଲାକୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଜଣେ ବ୍ୟବସାୟୀଙ୍କ ପୁଅକୁ ୩ ଦିନ ତଳେ ପ୍ରଥମେ ଝାରସୁଗୁଡାରୁ ଅପହରଣ ଓ ପରେ ହତ୍ୟା କରି ବରଗଡରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ ।
ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଘୋଷଣା ହେଲା ଭୋଟ ଗ୍ରହଣର ତାରିଖ । ମେ ୧୦ ଭୋଟ ଓ ୧୩ ତାରିଖରେ ହେବ ଗଣତି । ନବ ଦାସଙ୍କ ହତ୍ୟା ପରେ ଏହି ଆସନ ଖାଲି ପଡିଥିଲା ।
ପେନ୍ ବଢ଼ାଇଦେବ ପେନ୍ କିଲର । ବିପି ବଢ଼େଇବ ବ୍ଲଡ୍ ପ୍ରେସର ମେଡିସିନ୍ । କାରଣ ଏପ୍ରିଲ ପହିଲାରୁ ମହଙ୍ଗା ହେବ ଔଷଧ । ନିଇତି ଦରକାର ପଡ଼ୁଥିବା ଅତ୍ୟାବଶ୍ୟକ ଔଷଧ ଦାମ୍ ୧୨ ପ୍ରତିଶତ ବଢ଼ିଯିବ ।
ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ରାକେଟ୍ ପଛରେ ବି ସରକାରୀ ଦଳର ହାତ । ବିଜେଡିର ପ୍ରଭାବଶାଳୀ ନେତାଙ୍କ ପ୍ରୋତ୍ସାହନରେ ଚାଲିଥିଲା ଏ କଳା କାରବାର । ଆଜି ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ ।
ରାସ୍ତା ଉପରେ ସୁର ଭାଇ ଚକା ପାରିଦେଲେ । ପୋଲିସ୍ ବି ସେଇଠି କର୍ମୀ ବି ସେଇଠି । କି ପାଲା ଇଏ । ଜମା ବୁଝୁ ନାହାନ୍ତି ସୁର ଭାଇ I