ମଦ୍ୟପଙ୍କ ଦୁର୍ବ୍ୟବହାରରର ଶିକାର ପରେ ନୟାପଲ୍ଲୀ ଥାନାରେ କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଦାସ ।
ଜୟନାରାୟଣ ଖାଲି ବିଜେଡି ଛିନଛତ୍ର ହେବା କହି ନାହାନ୍ତି, ତା ’ହିତ ବିଜେଡିର ବହୁ ନେତା ବିଜେପି ଯୋଗାଯୋଗରେ ଥିବା କଥା ଦୋହରାଇ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛନ୍ତି।
ଗାଜାରେ ସେନାର ଏହି ଅପରେସନ୍ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ଆଇଡିଏଫ ପକ୍ଷରୁ ଜାରି ହୋଇଛି ଏହାର ଡ୍ରୋନ୍ ଭିଡିଓ।
ଖୋଲାକଥାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ...ଖୋଲିଲେ ବିଜେଡି ଗୁମର
ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ କାନୁନ୍। ଆଖିରୁ କଳାପଟି ଖୋଲିଲେ ନ୍ୟାୟଦେବୀ। ସାମ୍ନାକୁ ଆସିଲା ନୂଆ ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତିର ଚିତ୍ର। ଯାହା ମୂର୍ତ୍ତି ଠାରୁ ସମ୍ପୁର୍ଣ୍ଣ ଭିନ୍ନ ରହିଛି ।
କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। ଯାହା ବାସ୍ତବରେ ପରିଣତ ହୋଇଛି। ଚାଷକାମ କରି ରୋଜାଗାର କରିବା ସହ ନିଜ ପାଇଁ ଭଲ ଘରଟିଏ ତେଳାଇଛନ୍ତି ଦମ୍ପତ୍ତି ।
ସବୁ ବଦଳିଲା... ହେଲେ ବଦଳିଲାନି ଶିକ୍ଷା ବ୍ୟବସ୍ଥା । ସ୍କୁଲ ଅଛି ହେଲେ ଏଠାରେ ନାହାନ୍ତି ପିଲା । ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକରେ ଥିବା ମରମା ପଂଚାୟତର । ଏଠାରେ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟକୁ ମିଶାଇ ମୋଟ୍୯ଟି ସ୍କୁଲ ରହିଛି ।
ଦୃଷ୍ଟିବାଧିତ ହୋଇ ବି ଆକାଶରେ ଉଡୁଛନ୍ତି... ପାହାଡ଼ରେ ଚଢୁଛନ୍ତି l ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ଆଜି ସେ ସବୁ ସମ୍ଭବ କରିପାରିଛନ୍ତି ।
ଭକ୍ତ ଯେମିତି କହୁଛି, ତୋର ପାଦ ନାହିଁ... ମୋର ବି ପାଦ ନାହିଁ । ତୁ ବରଷକରେ ଥରେ ଏମିତି ଗୁରୁଣ୍ଡି ଗୁରୁଣ୍ଡି ଝୁଲି ଝୁଲି ବଡ଼ ଦାଣ୍ଡକୁ ଆସୁ... ଭକ୍ତଙ୍କ ଗହଣରେ ଟାହିଆ ହଲାଇ ନାଚି ସବୁ ଦୁଃଖକୁ ଭୁଲେଇ ଦେଉ । ମୁଁ ବି ଠିକ୍ ସେମିତି ଆଜି ତତେ ଆଉ ତୋ ଭାଇ ଭୋଉଣୀଙ୍କୁ ଦେଖିବାକୁ ଗୁରୁଣ୍ଡି ଗୁରୁଣ୍ଡି ଆସିଛି । ତୋ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯିବି ଆଉ ତେତେ ଆଖି ପୂରାଇ ଦେଖିବି ।
କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ୧୮ ତାରିଖ ଠାରୁ କେବଳ ୨ଟି ଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ ଅନୁମତି ରହିବ।
ସିମବକ୍ସ ପରେ ଫେକ୍ କଲସେଣ୍ଟର। ରାଜଧାନୀ ଭୁବନେଶ୍ବର ଏୟାରଫିଲ୍ଡ ଥାନାଞ୍ଚଳରୁ ଆଜି ଏକ ଫେକ୍ କଲ ସେଣ୍ଟର ଠାବ ହେବା ପରେ ହଜିଯାଇଛି କମିଶନରେଟ୍ ପୋଲିସର ନିଦ। ସବୁଠୁ ବଡ଼ କଥା ହେଉଛି ସିମବକ୍ସ ପରି ଏହାର ବି ରହିଛି ପଶ୍ଚିମବଙ୍ଗ ଲିଙ୍କ୍।
ନିର୍ବାଚନ ବିପର୍ଯ୍ୟୟ ପରେ ବଢୁଛି ବିଜେଡି କନ୍ଦଳ। ନେତା ଖୋଲୁଛନ୍ତି ନିର୍ବାଚନ ପରାଜୟର ଗୁମର। ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ କିପରି ବିଜେଡିକୁ ହରାଇବା ପାଇଁ ଆସ୍କା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ ଯୋଜନା କରିଥିଲେ ତାର ପୋଲ୍ ଖୋଲିଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ।
ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତର ଇଚ୍ଛା ଜଗା ଦର୍ଶନ, ମହାପ୍ରସାଦ ସେବନ। ହେଲେ ଶଙ୍ଖୁଡ଼ି ହେଉ କି ଶୁଖିଲି, ଯେକୌଣସି ଭୋଗ କିଣିଲା ବେଳକୁ ରେଟ୍ ଶୁଣି ଭକ୍ତର ମୁଣ୍ଡ-କାନ ଝାଇଁ ମାରିଯାଉଛି।
ଭଲପାଇବାକୁ ସ୍ୱୀକୃତି ଦେଲାନି ସମାଜ । ଗ୍ରହଣ ବି କଲାନି । କେମିତି ରହିବେ ଏମାନେ ?
କାନ୍ଦୁଛନ୍ତି ପୂଜକ... ରାହା ଛାଡ଼ି ମା’ଙ୍କ ପାଦତଳେ ମୁଣ୍ଡ ବାଡାଇ ପକାଇଛନ୍ତି । ଏ କୌଣସି ଦୁଃଖର ଲୁହ ନୁହେଁ, ଏ ଲୁହ ହେଉଛି ମା’ଙ୍କୁ ବିଦାୟୀ ଦେବାର ଲୁହ । ସେଇଥି ପାଇଁ ତ କୋରି ହୋଇଯାଉଛି ଏ ପୂଜକଙ୍କ ଛାତି । ମା’ଙ୍କୁ ଏ ବର୍ଷ ପାଇଁ ଶେଷଥର ପୂଜା କରିବା ପରେ କାନ୍ଦି କାନ୍ଦି ଲୋଟିପଡ଼ୁଛନ୍ତି ।
“କୁଆଁର ପୁନେଇ ଜହ୍ନଲୋ ଫୁଲ ବଉଳ ବେଣୀ । କୁଆଁରୀ ଝିଅଙ୍କ ଅପୂର୍ବ ଆନନ୍ଦ ପୁଚି ଖେଳିବାକୁ ମନଗୋ ଫୁଲ ବଉଳବେଣୀ”। ଶୁଣନ୍ତୁ କୁମାର ପୂର୍ଣ୍ଣିମାକୁ ନେଇ କ'ଣ କହୁଛନ୍ତି କୁମାରୀ ମାନେ...
ପାଣ୍ଡିଆନଙ୍କ ପାଇଁ ବିଜେଡି ପରାଜିତ ହେଲା। ଆଉ ତାଙ୍କରି ପାଇଁ ମୁଁ ଦଳ ଛାଡ଼ିଲି।ଆଜି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେଡିକିନ୍ତୁ ଏହାକୁ ଟିକେଟ ନମିଳିବାର ହତାଶାଭାବ କହିଛି। ଅନ୍ୟପଟେ ଆଜି ପୁଣି ବିଜେଡି ଉପରେବର୍ଷି ଅମର ଶତପଥୀ କହିଛନ୍ତି ଆଗକୁ ଓଡ଼ିଶା ରାଜନୀତିରେ ଅନେକ ଘଟଣା ଘଟିବାକୁ ଯାଉଛି।ଯାହାକୁ ନେଇ ଚର୍ଚ୍ଚା ବଢିଛି।
ଉଭୟ ରାଜ୍ୟର ବିଧାନସଭା ଭୋଟ୍ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଏବଂ ଝାଡ଼ଖଣ୍ଡରେ ୨ଟି ଫେଜରେ ଭୋଟ୍ ଗ୍ରହଣ ହେବ।
ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣମୀ ନୀତି ପରଦିନ ଅର୍ଥାତ୍ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ପାଇଁ ଜ୍ୟୋତିର୍ବିଦ୍ ମତ ରଖିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ବି ୧୮ରୁ ହବିଷ୍ୟାଳି ଯୋଜନା ଆରମ୍ଭ ହେଉଥିବା କହିଛି।
ଧାନ କିଣା ହେବ ସ୍ୱଚ୍ଛ, ଚାଷୀ ହେବେନି ଅସନ୍ତୁଷ୍ଟ। ଏଥିପାଇଁ ଧାନକିଣାରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର।
ଚର୍ଚ୍ଚାରେ ଏହି ଯୁବତୀଙ୍କ କଳାକୃତୀ.. ଧାନରେ ଆଙ୍କୁଛନ୍ତି ମା'ଙ୍କ ଅବିକଳ ଚିତ୍ର । ୩ ହଜାର ରୁ ଉର୍ଦ୍ଧ ଧାନରେ ମା ଦୁର୍ଗାଙ୍କ ଫଟୋ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି ଜଗତସିଂହପୁର ଜିଲ୍ଲା ଯଶୋବନ୍ତପୁର ଗାଁର ଶିକ୍ଷୟତ୍ରୀ ସ୍ନିଗ୍ଧା ସ୍ୱୟଂପ୍ରଭା ଦାଶ ।
ଜୀବନ କି ମୃତ୍ୟୁ କେବେ ହେଲେ ଖେଳଘର କଥା ନୁହେଁ । କିନ୍ତୁ ଖେଳରେ ଖେଳରେ ମରଣ ଯେ ଏମିତି ଆସିବ, କିଏ ଜାଣିଥିଲା କହିଲେ ।
ଠାକୁର ଘରେ ରହିଛି କୌଣସି ସମସ୍ୟା ? ବାରମ୍ବାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି କି ? ଜାଣନ୍ତୁ କ’ଣ କହୁଛି ବାସ୍ତୁ ଦୋଷ ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ କାଂପା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟାପକ ଅନିୟମିତତା ଅଭିଯୋଗ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଳା ପାଟଣାଗଡର ଜଂଗଲ ବିଭାଗରେ। ପାଟଣାଗଡ ରେଂଜରେ କାମ୍ପା ଯୋଜନାରେ କେଲେଙ୍କାରୀକୁ ନେଇ ଦିନକ ତଳେ ଖୋଲତାଡ଼ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ।