Advertisment

Video: ରାଜ୍ୟରେ ସୁଧୁରିନି ଦାରିଦ୍ର୍ୟ ସ୍ଥିତି

ଗାଁ ଗହଳିରେ ପାରିବାରିକ ବ୍ୟୟରେ ଓଡ଼ିଶା ଦେଶରେ ତଳଆଡ଼ୁ ତୃତୀୟ ଗ୍ରାମୀଣ ପରିବାରର ମାସିକ ହାରାହାରି ଖର୍ଚ୍ଚ ମାତ୍ର ୩ ହଜାର ୩୫୭ ଟଙ୍କା ଅର୍ଥାତ୍ ଗାଁର କୌଣସି ୪ରୁ ୫ ଜଣିଆ ପରିବାର ଦିନକୁ ଖର୍ଚ୍ଚ ମାତ୍ର ୧୧୨ ଟଙ୍କା ତାମାନେ ଜଣେ ଦିନକୁ ୨୦ରୁ ୨୫ ଟଙ୍କାରେ ଜୀବନ ଜୀଉଁଛନ୍ତି। ସଦ୍ୟ ପ୍ରକାଶିତ ହାଉସ୍ହୋଲ୍ଡ କଞ୍ଜମ୍ପସନ୍ ଏକ୍ସପେଣ୍ଡିଚର ସର୍ଭେ ୨୦୨୩-୨୪ରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ।

author-image
Santosh Kumar Sahoo

୨୪ ବର୍ଷ ଧରି ରାଜ୍ୟରେ ଏକ ସ୍ଥିର ସରକାର ଥିଲା, ତଥାପି ସୁଧୁରିଲାନି ଓଡ଼ିଆ ପରିବାରର ସର୍ବନିମ୍ନ ବ୍ୟୟ କରିବାର କ୍ଷମତା। ମାସିକ ହାରାହାରି ଖର୍ଚ୍ଚରେ ଗ୍ରାମୀଣ ପରିବାରଙ୍କ ବ୍ୟୟ ରିପୋର୍ଟରେ ଓଡ଼ିଶା ଦେଶରେ ତଳଆଡ଼ୁ ତୃତୀୟ। ଗାଁରେ ରହୁଥିବା କୌଣସି ୪ରୁ ୫ ଜଣିଆ ସଦସ୍ୟ ପରିବାରର ଦିନକୁ ଖର୍ଚ୍ଚ ମାତ୍ର ୧୧୨ ଟଙ୍କାରେ ସୀମିତ। ସହରାଞ୍ଚଳରେ ବି ସମାନ ସ୍ଥିତି। ଯାହାକୁ ନେଇ ଅର୍ଥନୀତି ବିଷାରଦ ଚିନ୍ତା ପ୍ରକଟ କରିଥିବାବେଳେ, ବିଜେପିର ଡବଲ ଇଞ୍ଜିନ ସରକାର ଥିବାରୁ ଆଗକୁ ସ୍ଥିତି ସୁଧୁରିବା ଆଶା ରଖିଛନ୍ତି।

Advertisment
Odisha
Advertisment
Advertisment