Advertisment

Video: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ମହାତୟାରି

ସମୟ କମ୍, ଆୟୋଜନ ବେଶୀ । ଅତିଥି ସତ୍କାରରେ କେମିତି ବିଶ୍ବରେ ଉଦାହରଣ ସାଜିବ ଓଡିଶା । ସେଥିପାଇଁ ଏ ବିଶାଳ ତୟାରି, ପ୍ରଥମ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ବର ଜନତା ମଇଦାନରେ ରାତି ଦିନ ଚାଲିଛି ଟେଣ୍ଟ ବନ୍ଧା ଓ ମଣ୍ଡପ ସଜ୍ଜା କାମ ।

author-image
Santosh Kumar Sahoo

ଭୁବନେଶ୍ବରରେ ଜମିବ ୭ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଭିଡ଼ । ଓଡ଼ିଆ କଳା ଓ ସଂସ୍କୃତିର ଝଲକ ଦେଖି କେମିତି ହେବେ ବିମୋହିତ, ଜନତା ମଇଦାନରେ ୮ରୁ ୧୦ ଯାଏଁ ଚାଲିବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ଚାଲିଛି ମହା ଆୟୋଜନ । ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ଓ ରାଷ୍ଟ୍ରପତି ଉଦଯାପନୀ ଉତ୍ସବରେ ଯୋଗଦେବେ । ଆତିଥେୟତାରେ ଓଡ଼ିଶା କିପରି ବିଶ୍ବରେ ନାଁ କରିବ ସେଥିପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ରାଜ୍ୟ ସରକାର ମିଶି କରୁଛନ୍ତି ବଡ଼ ତୟାରି । ଏଥର ସମ୍ମିଳନୀର ଥିମ୍ ରହିଛି- ବିକଶିତ ଭାରତ ପାଇଁ ପ୍ରବାସୀ ଭାରତୀୟଙ୍କ ଅବଦାନ।

Advertisment
Bhubaneswar
Advertisment
Advertisment