ବିମାନ ଯାତ୍ରା ଆଗରୁ ନିଜ ବ୍ୟାଗ୍ ଓଜନ ଚେକ୍ କରନ୍ତୁ । ସାଙ୍ଗରେ ନେଉଥିବା ବ୍ୟାଗରେ କେତେ କିଲୋ ସାମାନ ଅଛି । ୭ କିଲୋରୁ ଅଧିକ ହେଲେ, ଲାଗିବ ଡବଲ ଚାର୍ଜ ।
କେତେବେଳେ ସଫଳତା... ପୁଣି କେତେ ସମାଲୋଚନା; ବୋଧ ହୁଏ ଜୀବନର ଆଉ ଏକ ନାଁ ଥିଲେ ମନମୋହନ । ବର୍ତ୍ତମାନର ନିର୍ଦ୍ଦୟତାକୁ ମୁରୁକି ହସରେ ଲିଭାଇ ଦେଇ, ଯିଏ ସଦୟ ଇତିହାସର ଆଶା ରଖିଥିଲେ...ସେମିତି ଜଣେ ଆଶାବାଦୀ ଥିଲେ ମନମୋହନ...।
ଭୁଶୁଡୁଛି ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଶଙ୍ଖ ଗଡ଼ । ମାଳ ମାଳ ବିଜେଡି ନେତା ବିଜେପି କ୍ୟାମ୍ପକୁ ଡେଇଁଲେଣି । ଅନେକ ସରପଞ୍ଚ ଓ ସମିତି ସଭ୍ୟ ବି ଶାସକ ଦଳ ମୁହାଁ ।
ଉଜାଡ଼ିଥିଲା ଅଦିନିଆ ବର୍ଷା...ଜୀବିକାକୁ ନେଇ ବିକଳ ହେଉଥିଲେ ଚାଷୀ....ଶେଷରେ ସହାୟତାରେ ହାତ ବଢ଼ାଇଲେ ମୋହନ ସରକାର। ଚାଷୀଙ୍କୁ କ୍ଷତିପୂରଣ ପାଇଁ ଅଣ୍ଟା ଭିଡ଼ିଥିବା ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଦୋହରା ବର୍ଷା ମାଡ଼ରେ ଦୋହଲିଗଲାଣି ଚାଷବାସର ସ୍ଥିତି। ଧାନବିଲରୁ ଧାନମଣ୍ଡି, ପରିବା କ୍ଷେତରୁ ପରିବା ହାଟ, ସ୍ଥିତି ବେହାଲ। ରାଜ୍ୟବ୍ୟାପି ଲଗାଣ ବର୍ଷାରେ ପୁଣି ବର୍ବାଦ ହେଲାଣି ବର୍ଷକର ଆହାର ।
ରାଜ୍ୟପାଳ ରଘୁବର ଦାସଙ୍କ ଅଚାନକ ଇସ୍ତଫାକୁ ନେଇ ଜୋରଦାର ଚର୍ଚ୍ଚା। ପୁଣିଥରେ ପ୍ରତ୍ୟକ୍ଷ ରାଜନୀତିକୁ ଫେରିବେ କି ରଘୁବର ?
ସରକାରୀ ଯୋଜନାରୁ ବାଦ ପଡିବେ ଅଣଚାଷୀ। ଜାନୁଆରୀରୁ ପଞ୍ଜିକରଣ ଆରମ୍ଭ। ଚାଷୀଙ୍କୁ ମିଳିବ ୧୪ଟିକିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି ନମ୍ବର। ଡିଜିଟାଲ କୃଷକ କାର୍ଡ ବି ଯୋଗାଇ ଦେବେ ସରକାର।
ମାଫିଆଙ୍କ କବଜାରେ ସରକାରୀ ଜମ। ମନଇଛା ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କାରେ ବିକୁଛନ୍ତି ଦଲାଲ। ଗଛ ମୂଳେ ଚାଲୁଛି କାରବାର, ଟଙ୍କା ନେଣଦେଣ । ୫ କି ୧୦ ହଜାର ନୁହେଁ ପ୍ଲଟ ପିଛା ୫୦ରୁ ୫ଲକ୍ଷ ଯାଏଁ ବି ହେଉଛି ମୂଲଚାଲ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ହୋଇଛନ୍ତି ଚିଟଫଣ୍ଡ୍ ଠକେଇର ଶିକାର। ଏମିତି କି କଂଜ୍ୟୁମର କୋର୍ଟରେ ଅପିଲ୍ ପରେ ବି ମିଳିନଥିଲା ପଇସା। ଜାତୀୟ ଉପଭୋକ୍ତା ଦିବସ ଅବସରରେ କିଛି ଏମିତି କହି ଠକେଇରୁ ବଞ୍ଚିବାକୁ ସଚେତନ କରିଛନ୍ତି ମୋହନ। କିନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଚିଟ୍ଫଣ୍ଡ ଠକେଇ କାହାଣୀ ଆସିବା ପରେ ପୁଣି ଚର୍ଚ୍ଚାକୁ ଫେରିଛି ଚିଟଫଣ୍ଡ ପ୍ରସଙ୍ଗ।
ବିନା ମୁଖିଆରେ ୫ ମାସ ବିତିଲାଣି, ଏବେ ନୂଆ ବର୍ଷକୁ ଅପେକ୍ଷା। ବର୍ଷ ୨୦୨୫ ଆରମ୍ଭରେ ରାଜ୍ୟ କଂଗ୍ରେସକୁ ନୂଆ ମଙ୍ଗୁଆଳ ମିଳିଯିବ ବୋଲି ଆଜି ବରିଷ୍ଠ ନେତା ମହମ୍ମଦ ମୋକିମ୍ ଦମ୍ଭୋକ୍ତି କରିଥିବାବେଳେ ସାଂସଦ ସପ୍ତଗିରି ଉଲାକା ବି ଖୁବଶୀଘ୍ର ଜଣେ ଦକ୍ଷ ଲୋକଙ୍କୁ ଏ ପଦରେ ଏଆଇସିସି ବସାଇବ ବୋଲି ସଙ୍କେତ ଦେଲେଣି। ତେବେ ବରିଷ୍ଠ ନା ଯୁବ ଚେହେରା, କିଏ ପିନ୍ଧିବେ ରାଜ୍ୟ କଂଗ୍ରେସର ମୁଖିଆ ପଗଡ଼ି ?
ବକ୍ସ ଅଫିସରେ ରାଜ୍ କରୁଛି ପୁଷ୍ପା-ଟୁ। କିନ୍ତୁ ରିଲିଜ୍ ଦିନଠୁ ବଢିଛି ପୁଷ୍ପା ଫେମ୍ ଅଲ୍ଲୁ ଅର୍ଜୁନଙ୍କ ଅଡୁଆ। ସନ୍ଧ୍ୟା ଥିଏଟର୍ ଦଳାଚକଟା ମାମଲାରେ ତାଙ୍କୁ ଆଜି ଜେରା କରିଛି ହାଇଦ୍ରାବାଦ ପୋଲିସ। ପ୍ରାୟ ୪ ଘଣ୍ଟା ପଚରାଉଚରା ପରେ ଥାନାରୁ ବାହାରିଥିଲେ ଅଲ୍ଲୁ।
ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ । ଓଡ଼ିଶାର ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି।
ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଆଶ୍ବସ୍ତିର ଖବର। ଫୋନରେ କେବଳ କଲ୍ କିମ୍ବା SMS କରୁଥିଲେ, ଆଉ ନିରୁପାୟ ଭାବେ ଡାଟା ପ୍ୟାକ୍ ଯୋଡ଼ାଥିବା କମ୍ବୋ ପ୍ୟାକ୍ ରିଚାର୍ଜ କରିବାକୁ ପଡ଼ିବନି। ଡୁଆଲ୍ ସିମ୍ ଫୋନରେ ଦ୍ବିତୀୟ ସିମ୍ ଆକ୍ଟିଭ୍ ରଖିବାକୁ ବି ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି। ଉପଭୋକ୍ତାଙ୍କୁ ନିଜର ଆବଶ୍ୟକତା ଅନୁସାରେ ଟାରିଫ୍ ଭାଉଚର୍ ଆଣିବାକୁ ନୂଆ ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାରଙ୍କ ଟେଲିକମ୍ ନିୟାମକ ସଂସ୍ଥା ଟ୍ରାଇ।
ଆସନ୍ତା ୨୬ରେ ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ । ୫ ପାଳିର ଶାସନ । ୨୪ ବର୍ଷର କ୍ଷମତା । ଏବେ ଆଉ କିଛି ନାହିଁ । ସେଥିରେ ପୁଣି ନିର୍ବାଚନୀ ବିପର୍ଯ୍ୟୟ ପରଠୁ ଗୋଷ୍ଠୀ କନ୍ଦଳରୁ ଦଳର ଫାଳ ଫାଳ ସ୍ଥିତି ।
ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ବିଜେଡି । ନବୀନଙ୍କ ଉପରେ ରୁବେନଙ୍କ ବହିରେ ପାଣ୍ଡିଆନ ପଜଲ୍କୁ ନେଇ ଚିହିଁକିଲା ଦଳ । କହିଲା- ରୁବେନଙ୍କ ବହିକୁ ଆମେ ପ୍ରତ୍ୟାଖାନ କରୁଛୁ ।
ଲୁଚକାଳି ଖେଳୁଛି ଜିନ୍ନତ୍। ଓଡ଼ିଶା ବନ ବିଭାଗକୁ ବଡ଼ ଝଟକା । ପଶ୍ଚିମବଙ୍ଗରେ ବି ଛନକା । ପ୍ରଥମେ ଝାଡ଼ଖଣ୍ଡ, ଆଉ ଏବେ ପଶ୍ଚିମବଙ୍ଗରେ ଘୁରି ବୁଲୁଛି ମରାଠା ବାଘୁଣୀ ଜିନତ୍।
ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଛି ଅଣ୍ଡା ଦର ବୃଦ୍ଧି ପ୍ରଭାବ । ପିଲାଙ୍କୁ ଆଉ ମିଳୁନି ଆବଶ୍ୟକ ପରିମାଣ ଅଣ୍ଡା ।
ଲଘୁଚାପ ବର୍ଷାରେ ଉଜୁଡ଼ିଯାଇଛି ଅଧା ଓଡ଼ିଶାର ଫସଲ । ଯେଉଁଠି ଦେଖିବେ ଅମଳ ବେଳକୁ ପାଣିରେ ବୁଡ଼ିଛି ହେକ୍ଟର ହେକ୍ଟର ଧାନ କ୍ଷେତ ।
ଜାନୁଆରୀ ପହିଲାରୁ ଲାଗୁ ହୋଇଯିବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା । ମୁଖ୍ୟ ପ୍ରଶାସକଙ୍କ ପରେ ଆଜି ଆଇନ ମନ୍ତ୍ରୀ ଏକଥା ସ୍ପଷ୍ଟ କରିଛନ୍ତି । ତେଣେ ପରିଚାଳନା କମିଟିରେ ବିନା ବିଚାରବିମର୍ଶ ଓ ଛତିଶାନିଯୋଗର ମତାମତ ନିଆନଯାଇ ନୂଆ ବ୍ୟବସ୍ଥା ଲାଗୁ କରାଯାଉଥିବାରୁ ଆପତ୍ତି ଉଠାଇଛନ୍ତି ସେବାୟତ ।
ରୁବେନ୍ ବାନାର୍ଜୀଙ୍କ 'ନବୀନ ପଟ୍ଟନାୟକ' ପୁସ୍ତକକୁ ନେଇ ସବୁଠି ହଲଚଲ୍ । କିପରି ପାଣ୍ଡିଆନ୍ ନବୀନଙ୍କୁ କବଜା କରି ରଖିଥିଲେ ଓ ବିଜେଡିରେ କେତେ ଶକ୍ତିଶାଳୀ ଥିଲେ ତାହା ବହିରେ ଉଲ୍ଲେଖ ଅଛି । କୋଟେରୀ ଗ୍ରୁପରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ଓ ରାଜନେତାଙ୍କୁ ଅଣଦେଖା ଯାଏ ସବୁକିଛିକୁ ଏହି ବହିରେ ଲେଖିଛନ୍ତି ରୁବେନ୍ ।
ରାଜ୍ୟ ଦେଖିବ କି ପ୍ରଶାସନିକ କଳର ନୂଆ ମୁଖିଆ? ନା ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜାଙ୍କୁ ଏକ୍ସଟନସନ ଦେବେ ସରକାର? ତେବେ ଗଲା ୬ମାସରେ ମନୋଜଙ୍କ କାର୍ଯ୍ୟଦକ୍ଷତା ଦେଖି ରାଜ୍ୟ ସରକାର ତାଙ୍କୁ ପୁରସ୍କୃତ କରିପାରନ୍ତି ବୋଲି ଚର୍ଚ୍ଚା । ଆଉ ଯଦି ନୂଆ ବାଛନ୍ତି, କିଏ କିଏ ତାଲିକାରେ ଅଛନ୍ତି ଆସନ୍ତୁ ଦେଖିବା ଏହି ରିପୋର୍ଟ।
ଏବେ ଦୋଛକିରେ ବିଜେଡି । ଅସ୍ପଷ୍ଟ ଆଭିମୁଖ୍ୟରୁ ଆହୁରି ଅଡୁଆ ଭିତରକୁ ଠେଲି ହେଇଯାଉଛି ଦଳ । ୱାନ୍ ନେସନ ୱାନ୍ ଇଲେକସନ୍ ବିଲକୁ ନେଇ ନବୀନ ଚୁପ୍, କିନ୍ତୁ ବିଧାନସଭାରେ ରାଜା ସ୍ୱାଇଁଙ୍କ ତୀବ୍ର ବିରୋଧ । ଏଭିତରେ ଜେପିସିରେ ସ୍ଥାନ ପାଇ ଗର୍ବିତ ବୋଲି ସାଂସଦ ମାନସ ମଙ୍ଗରାଜଙ୍କ ସୋସିଆଲ ମିଡିଆ ପୋଷ୍ଟ, ଦ୍ୱନ୍ଦ୍ୱକୁ ଅଧିକ ବଢ଼ାଇ ଦେଇଛି ।
ଦେବୋତ୍ତର ବିଭାଗରେ କର୍ମଚାରୀ ମରୁଡ଼ି । ୧୮୯ଜଣଙ୍କ ସ୍ଥାନରେ ଅଛନ୍ତି ମାତ୍ର ୫୩ । ଯାହାର ସିଧାସଳଖ ପ୍ରଭାବ ପଡ଼ିଲାଣି ରାଜ୍ୟର ବିଭିନ୍ନ ପୁରାତନ ମଠ ଓ ମନ୍ଦିରର ପରିଚାଳନା କ୍ଷେତ୍ରରେ । କେଉଁଠି ସେବକଙ୍କୁ ପାଉଣା ମିଳୁନି ତ କେଉଁଠି ମନ୍ଦିରକୁ ଆସୁନି ରାଜସ୍ୱ । ଏ ସ୍ଥିତି ପାଇଁ ଆଇନମନ୍ତ୍ରୀ ସିଧାସଳଖ ପୂର୍ବ ସରକାରଙ୍କୁ ଦୋଷ ଦେଇଥିବାବେଳେ ଶୀଘ୍ର ପଦବୀ ପୂରଣର ମଧ୍ୟ ଦେଇଛନ୍ତି ପ୍ରତିଶ୍ରୁତି।
ଅମଳ ବେଳେ ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀର ବର୍ଷକର ଦାନାପାଣି । କଟା ହୋଇଥିବା ଧାନ, ନା ମଣ୍ଡିକୁ ଯାଇପାରିଛି ନା ଖଳାକୁ। କ୍ଷେତ ମଝିରେ ପଡ଼ି ସୁନାର ଫସଲ ବରବାଦ୍ ହୋଇଛି ।
ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦୟନୀୟ ସ୍ଥିତିରେ ଲକ୍ଷ୍ମୀବସ୍ । ବସ୍ ମାଲିକ ସଂଘର ବିରୋଧରୁ ବ୍ଲକରୁ ଜିଲ୍ଲା ମହକୁମା ଯାଏଁ ଚଳାଚଳ ପାଇଁ ଆସିଥିବା ବସ୍ ସବୁ ଦୀର୍ଘମାସ ଧରି ପଡ଼ି ପଡ଼ି ଖତ ଖାଉଛି । କିଛି ବସ୍ ତ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଗଲାଣି । ଯାହାକୁ ନେଇ ଅସନ୍ତୋଷ ତେଜିଥିବା ବେଳେ ମନ୍ତ୍ରୀ କିନ୍ତୁ କହିଛନ୍ତି ସବୁ ରୁଟରେ ବସ୍ ଚଳାଇବା ପାଇଁ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ।