• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

BJD Revokes Suspension of Several Leaders
ଜନବିରୋଧୀ ନେତା ଏବେ ଜନପ୍ରିୟ

ଦଳର ରଣନୀତି ନା ମଜବୁରୀ । ଦୁର୍ନୀତି ନାଁରେ ବିଦା ହୋଇଥିବା ନେତା ଏବେ ଭାରି ଭଲ । ଦଳର ଦୋ ମୁହାଁ ନୀତି ଧରା ପଡିଗଲା । ଜନବିରୋଧୀ ନେତା ଏବେ ଜନପ୍ରିୟ । ପୂର୍ବତନ ରେମୁଣା ବିଧାୟକଙ୍କ ଉପରୁ ବହିଷ୍କାର ଆଦେଶ ବିଜେଡି ଉଠାଇବା ପରେ ରାଜ୍ୟ ରାଜନୀତିରେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି ।

  • Tuesday, 21 January 2025
Naba Das Murder Case
ନବ ଦାସ ହତ୍ୟାକାଣ୍ଡ: କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀ ଉପରେ ପ୍ରଶ୍ନ

ନବଦାସ ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀ ଉପରେ ପ୍ରଶ୍ନ। ସନ୍ଦେହ ଘେରରେ ରମେଶଚନ୍ଦ୍ର ଦୋରା। ବିବାଦରେ ଥିବା ସତ୍ତ୍ୱେ ତାଙ୍କୁ କାହିଁକି ଦିଆଯାଇଥିଲା ତଦନ୍ତ ଭାର ? ନବ ହତ୍ୟା ତଦନ୍ତକୁ ବାଟବଣା କରି ନାହାନ୍ତି ତ ସେ ?

  • Tuesday, 21 January 2025
Naveen
ପୂର୍ବତନ ବିଧାୟକଙ୍କ ଉପରୁ ବାସନ୍ଦାଦେଶ ହଟାଇଲା ବିଜେ

ଦୁର୍ନୀତି ଅଭିଯୋଗ ଆଣି ବହିଷ୍କାର କଲେ। ଆଉ ବର୍ଷେ ପରେ ପୁଣି ଥରେ ଆପଣାଇଲେ। ଦୁର୍ନୀତି ପାଇଁ ରେମୁଣାର ତତ୍କାଳୀନ ବିଜେଡି ବିଧାୟକ ସୁଧାଂଶୁ ପରିଡାଙ୍କୁ ନବୀନ ଦଳରୁ ବହିଷ୍କାର କରିଥିଲେ। ମାତ୍ର ଏବେ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇଛି।

  • Monday, 20 January 2025
Ration Card
ମାଗଣା ରାସନ ବୋହୁଛନ୍ତି ଥିଲା ବାଲା, ବଡ଼ ବଡ଼ିଆ

ଏଚଆରଏମଏସ୍ ତଥ୍ୟ ଅନୁସାରେ ବାଲେଶ୍ବର ଜିଲ୍ଲାର ଭୋଗରାଇରେ ୩୦୨ ଓ ଜଳେଶ୍ବରରେ ୧୮୦ ଜଣ ସରକାରୀ ଚାକିରିଆ ବର୍ଷ ବର୍ଷ ଧରି ରାସନ ସାମଗ୍ରୀ ହାତୋଉଥିବା ଇକେୱାଇସିରୁ ଧରା ପଡ଼ିଛି। ତେଣୁ ସେମାନଙ୍କୁ ଚିହ୍ନଟ କରି କାର୍ଡ ପ୍ରତ୍ୟାହାର ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ପ୍ରମୁଖ ସଚିବ।

  • Monday, 20 January 2025
ପୋଡ଼ି ଦେଇଥିଲେ ନବଙ୍କ ସାର୍ଟ
ଯୋଜନାବଦ୍ଧ ଥିଲା କି ନବ ଦାସଙ୍କ ହତ୍ୟା ?

ପୂରା ଯୋଜନାବଦ୍ଧ ଥିଲା କି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ? ପ୍ରମାଣ ନଷ୍ଟ ପାଇଁ ପାଦେ ପାଦେ ହୋଇଥିଲା କି ଷଡ଼ଯନ୍ତ୍ର ? କାରଣ ହତ୍ୟା ଘଟଣାଠୁ ଶବ ବ୍ୟବଚ୍ଛେଦ ପର୍ଯ୍ୟନ୍ତ ସବୁଥିରେ ପ୍ରମାଣ ନଷ୍ଟ ପାଇଁ ଭରା ଉଦ୍ୟମର ମିଳିବାରେ ଲାଗୁଛି ପୁଳା ପୁଳା ତଥ୍ୟ ।

  • Monday, 20 January 2025
ଭିନ୍ନେ ପୁଅକୁ ବି ମିଳିବ ଆବାସ
ଭିନ୍ନେ ହୋଇଥିବା ପୁଅ ବି ପାଇବେ PM ଆବାସ

୨୪ରୁ ଆବାସ ସର୍ଭେ । ଉଭୟ ଅଫଲାଇନ୍ ଏବଂ ଅନଲାଇନରେ ଆବେଦନ । କୋହଳ ହେଲା ମାନଦଣ୍ଡ । ମୋଟର ସାଇକେଲ ଏବଂ ଫ୍ରିଜ୍ ଥିଲେ ବି ହୋଇପାରିବେ ସାମିଲ ।

  • Monday, 20 January 2025
Ineligible Ration Card Holders
ଆୟକର ଦାତା ବି ହାତେଇଛନ୍ତି ରାସନ କାର୍ଡ।

ରାସନ କାର୍ଡକୁ ନେଇ ଆସିଲା ଆଖି ଖୋସିଲା ଭଳି ତଥ୍ୟ। ଆୟକର ଦାତା ବି ହାତେଇଛନ୍ତି ରାସନ କାର୍ଡ। ପୂର୍ବ ସରକାରର ଫନ୍ଦିକୁ ଟାର୍ଗେଟ୍ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ।

  • Saturday, 18 January 2025
Naba Das Murder Investigation
ନବ ଦାସ ହତ୍ୟା ମାମଲାକୁ ନେଇ ରାଜନୈତିକ ହଟଚମଟ।

ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ବଡ଼ ରାଜନୈତିକ ହଟଚମଟ। ଫୋରେନସିକ୍ ଟୁଇଷ୍ଟ ପରେ ତେଜିଲା ରାଜନୀତି। ବିଜେପି ଆଣିଲା ସାଂଘାତିକ ଅଭିଯୋଗ ।

  • Saturday, 18 January 2025
Tata Power
ଉପଭୋକ୍ତାଙ୍କୁ ଶୋଷୁଛି କି ଟାଟା ପାୱାର ?

ସ୍ମାର୍ଟ ମିଟର ଆଳରେ ଉପଭୋକ୍ତାଙ୍କୁ ଶୋଷୁଛି କି ଟାଟା ପାୱାର ? ଲାଗିଲା କ୍ଷଣି ହୁ ହୁ ବିଲ୍ ବଢୁଥିବା ଅଭିଯୋଗ, ତେଜୁଛି ଅସନ୍ତୋଷ ।

  • Saturday, 18 January 2025
Who Will Be Next Odisha BJP President?
ସଭାପତି ବଦଳିବେ ନା ମନମୋହନ ରିପିଟ୍ ହେବେ

ବିଳମ୍ବ ସତ୍ତ୍ବେ ବି ଛିଣ୍ଡୁନି ବିଜେପି ରାଜ୍ୟ ସଭାପତି ଚୟନ ଅଙ୍କ। ସଭାପତି ବଦଳିବେ ନା ମନମୋହନ ରିପିଟ୍ ହେବେ- ଥମୁନି ସସପେନସ୍ ।

  • Saturday, 18 January 2025
Who Shot Minister Naba Das
ନବ ଦାସ ହତ୍ୟା ଘଟଣାରେ ନୂଆ ସସ୍‌ପେନ୍ସ

ନବ ଦାସ ହତ୍ୟା ଘଟଣାରେ ନୂଆ ସସ୍‌ପେନ୍ସ । ପୁଣି ଚର୍ଚ୍ଚାରେ ସେଇ ବହୁଚର୍ଚ୍ଚିତ ମନ୍ତ୍ରୀ ହତ୍ୟା ମାମଲା । କେବଳ କଣ ସେଦିନ ଗୁଳି ଫୁଟାଇଥିଲା ଗୋପାଳ ଦାସ ? ନା ଆଉ କାହା ବନ୍ଧୁକରୁ ବି ଫୁଟିଥିଲା ରହସ୍ୟମୟ ଗୁଳି ?

  • Saturday, 18 January 2025
iit Baba
କୁମ୍ଭମେଳାରେ IIT ବାବା

IIT ବମ୍ୱେରେ ପଢୁଥିଲେ ଏରୋସ୍ପେସ୍ ଇଞ୍ଜିନିୟରିଂ। ମାସକୁ ୩ ଲକ୍ଷ ଦରମାବି ପାଉଥିଲେ। ହେଲେ ସବୁ ଛି କରି ପାଲଟିଗଲେ ବାବା। ହେଲେ କାହିଁକି ?

  • Saturday, 18 January 2025
Dance Performance
ମଞ୍ଚ ଦୁଲୁକାଇଲେ ପ୍ରଶାସିକା ମ୍ୟାଡମ

ମଞ୍ଚ ଦୁଲୁକାଇଲେ ପ୍ରଶାସିକା ମ୍ୟାଡମ। ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ। ଜଣେ ଚମତ୍କାର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ, ଅନ୍ୟଜଣେ ଢେମସା ନୃତ୍ୟରେ ସଭିଙ୍କ ହୋସ ଉଡାଇ ଦେଇଥିଲେ ।

  • Saturday, 18 January 2025
IT Dept Raid
ନବ ଦାସଙ୍କ ଭାଇଙ୍କ କାର ସଉକ

ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ କାର ସଉକ। ଘର ପାର୍କିଂ ଥୁଆ ହୋଇଛି ଥୁଆ ଭଳିକି ଭଳି ଦାମୀ କାର। ସବୁ କାରର ନମ୍ବର ୫୯୯୫ ।

  • Saturday, 18 January 2025
Saif Ali Khan Stabbed
୪୦ ଘଣ୍ଟା ପରେ ବି ଖୋଲୁନି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ର ରହସ୍ୟ

୪୦ ଘଣ୍ଟା ପରେ ବି ଖୋଲୁନି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ର ରହସ୍ୟ । ସ୍ପାଇନ ସର୍ଜରୀ ପରେ ସେ ବିପଦମୁକ୍ତ ଥିଲେ ବି, ସପ୍ତାହେ ଯାଏଁ ତାଙ୍କୁ ଚଲାବୁଲା ମନା । ତେବେ ଡାକ୍ତରଙ୍କ କହିବା କଥା, ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସୈଫ୍। ଛୁରି ଆଉ ମାତ୍ରେ ସୂତାଏ ଭିତରକୁ ପଶିଥିଲେ ସ୍ପାଇନାଲ୍ କର୍ଡରେ ବାଜିଥାନ୍ତା ।

  • Friday, 17 January 2025
ଭାଙ୍ଗିଲା ‘ବୈକୁଣ୍ଠ ଆଶ୍ରମ’
ଖଣ୍ଡଗିରିର ବୈକୁଣ୍ଠ ଆଶ୍ରମ ମିଶିଲା ମାଟିରେ

ବିଶ୍ବାସ ଆଉ ଗୁରୁଶିଷ୍ୟ ପରମ୍ପରା ନାଁରେ ସରକାରୀ ଜମି ଉପରେ ଛିଡ଼ା ହୋଇଥିବା ଖଣ୍ଡଗିରିର ବୈକୁଣ୍ଠ ଆଶ୍ରମ ମିଶିଲା ମାଟିରେ । ତଥାକଥିତ କୁନି କଲ୍କୀର ବେଆଇନ ସାମ୍ରାଜ୍ୟକୁ ଭାଙ୍ଗି ଗୁଣ୍ଡ କରିଦେଇଛି ବିଡିଏ । ଏବେ ନା ଭକ୍ତ-ଭକ୍ତି ଆଉ ଭଗବାନ ନାଁରେ ଚାଲିବ ଭାଣ୍ଡାମୀ, ନା ହେବ ଅବତାର ନାଁରେ ଅନ୍ଧବିଶ୍ବାସର ଖେଳ। ଜବରଦଖଲ ଉଚ୍ଛେଦ ଅଙ୍କୁଶକୁ ହାଇକୋର୍ଟଙ୍କ ପ୍ରତ୍ୟାହାର ପରେ ଧରାଶାୟୀ ହୋଇଛି ଆଶ୍ରମ । 

  • Friday, 17 January 2025
କୁମ୍ଭମେଳାକୁ ଗାଡ଼ି ନାହିଁ !
ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଯିବାକୁ ଓଡିଶାରୁ ସବୁ ବାଟ ବନ୍ଦ

ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଯିବାକୁ ଓଡିଶାରୁ ସବୁ ବାଟ ବନ୍ଦ । ୭ଟି ସ୍ବତନ୍ତ୍ର ଟ୍ରେନ୍ ଚାଲୁଥିବା ସତ୍ତ୍ବେ କେଉଁଥିରେ ଟିକେଟ୍ ମିଳୁନି । ତେଣେ ଓଏସଆରସିଟି ବସରେ ଯିବାକୁ ଲୋକ ହାଉଜାଉ ତ ଭୁବନେଶ୍ବରରୁ ବିମାନ ସଂଖ୍ୟା ବି ସମୁଦ୍ରକୁ ଶଙ୍ଖେ। ଫ୍ଲାଇଟ୍ ଫେୟାର ବି ହାଇଚାର୍ଜ। ଏଭଳି ସ୍ଥିତିରେ ଶ୍ରଦ୍ଧାଳୁ ସବୁଆଡୁ ନିରାଶ ହେବା ପରେ ପ୍ରୟାଗରାଜକୁ ପରିବହନ ସୁବିଧା ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର ବିଚାର କରୁଛନ୍ତି।... 

  • Friday, 17 January 2025
Subhadra Yojana Scheme
ଏଇ ମାସ ଶେଷ ସପ୍ତାହରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଏଇ ମାସ ଶେଷ ସପ୍ତାହରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । କିନ୍ତୁ ବିଡମ୍ବନା,ଏବେ ବି ୨ ଲକ୍ଷରୁ ଅଧିକ ମହିଳା ନିଜର କେୱାଇସି ଅପଡେଟ କରିନାହାନ୍ତି। ଆଉ ଅଜାଣତରେ ଅପ୍ଟ୍ ଆଉଟ ହୋଇଥିବା ୩୧ ହଜାର ମହିଳାଙ୍କ ମଧ୍ୟରୁ ଅପ୍ଟ୍ ଇନ୍ କରିଛନ୍ତି ୧୭ ହଜାର। ତେଣୁ ସରକାର ମାସ ଶେଷ ଆଡକୁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ପ୍ରସ୍ତୁତ ହେଉଥିବାରୁ ଯଥାଶୀଘ୍ର କେୱାଇସି ଅପଡେଟ ପାଇଁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। 

  • Friday, 17 January 2025
Utkarsh Odisha 2025
ଓଡ଼ିଶାରେ ଗଢ଼ି ଉଠିବ ନୂଆ ସହର

ସିଙ୍ଗାପୁରର ବୈଷୟିକ ସହାୟତାରେ ଓଡ଼ିଶାରେ ଗଢ଼ି ଉଠିବ ନୂଆ ସହର । ଏଥିପାଇଁ ଆଜି ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଏମ୍ଓୟୁ ସ୍ବାକ୍ଷର କରିଛନ୍ତି ଓଡ଼ିଶା ସରକାର। ଏଥିସହ ସେମିକଣ୍ଡକ୍ଟର, ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ସିପିଂ କରିଡର ଆଦି ସମେତ ମୋଟି ୮ଟି ପ୍ରକଳ୍ପ ପାଇଁ ସିଙ୍ଗାପୁର ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। 

  • Friday, 17 January 2025
Bollywood Actor Saif Ali Khan
ସୈଫ୍ ଅଲ୍ଲୀଖାନଙ୍କୁ କାହିଁକି ହେଲା ମରଣାନ୍ତକ ହମଲା ?

ସେଲିବ୍ରିଟିଙ୍କୁ ସଫ୍ଟ ଟାର୍ଗେଟ୍ ! ପଟ୍ଟୌଦୀ ନବାବଙ୍କୁ ମରଣାନ୍ତକ ଆକ୍ରମଣ । ଘରେ ପଶି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ । ୬ ଥର ଭୁଶିଲା ଦୁର୍ବୃତ୍ତ । ଆରାମରେ ଆପାର୍ଟମେଣ୍ଟରୁ ଚମ୍ପଟ ମାରିଲା। CCTVରୁ ସାମନାକୁ ଆସିଲା ଅଭିଯୁକ୍ତର ଫଟୋ।

  • Thursday, 16 January 2025
High-Profile Lady Hansita
ହାଇପ୍ରୋଫାଇଲ୍ ଲେଡି ଠକ ହଂସିତାଙ୍କ ଅସଲ ସ୍ବାମୀ କିଏ ?

ହାଇପ୍ରୋଫାଇଲ୍ ଲେଡି ହଂସିତା ଅଭିଲିପ୍ସାଙ୍କ ଠକେଇକୁ ନେଇ ଯେତିକି ଚର୍ଚ୍ଚା, ସେତିକି ରହସ୍ୟ ବଢ଼ାଉଛି ତାଙ୍କର ଅସଲ ସ୍ବାମୀ କିଏ ? କ୍ରାଇମ୍ ପାର୍ଟନର ଅନୀଲ୍ ମହାନ୍ତି, କନ୍ଧମାଳର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ନା ଗଞ୍ଜାମର ବ୍ୟବସାୟୀ ସରୋଜ ସାହୁ ? ଯିଏ ଶୁଣୁଛନ୍ତି ଦ୍ବନ୍ଦ୍ବରେ ପଡ଼ୁଛନ୍ତି...

  • Thursday, 16 January 2025
ବଢ଼ି ଚାଲିଛି ସୁନା ଦର
ସୁନା ଦାମ୍‌ ଶୁଣି ଗ୍ରାହକ ଛାନିଆ

ବିବାହ ସିଜିନ ପୂର୍ବରୁ ଉପରମୁହାଁ ସୁନା ଦର। ସପ୍ତାହେ ଭିତରେ ପ୍ରାୟ ୪ ହଜାର ଟଙ୍କା ମହଙ୍ଗା। ୫ ଦିନ ତଳେ ୨୨ କ୍ୟାରେଟ୍ ସୁନା ଦାମ୍ ଥିଲା ୭୧ ହଜାର ଟଙ୍କା। ଏବେ ୭୪ ହଜାର ପାଖାପାଖି ପହଞ୍ଚିଗଲାଣି।

  • Thursday, 16 January 2025
‘କହିଲେ ହେବନି, ଲେଖିକି ଦିଅ’
ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି

ଚାଲେଞ୍ଜ, କାଉଣ୍ଟର ଚାଲେଞ୍ଜ । ପୁଣି ରାଜନୀତିରେ ନବ ଦାସ ହତ୍ୟା ପ୍ରସଙ୍ଗ। ମୁହାଁମୁହିଁ ଦୀପାଳି ଏବଂ ପୃଥ୍ୱୀରାଜ ହରିଚନ୍ଦନ। ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି।

  • Thursday, 16 January 2025
୩ ଗୁଣା ବଢ଼ିବ ବେତନ !
କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷ ଦରମାରେ ହୋଇପାରେ ବମ୍ପର୍ ବୃଦ୍ଧି ! ପ୍ରାୟ ୩ ଗୁଣ ବଢ଼ିପାରେ ଦରମା ଓ ପେନସନ୍ ! ଅଷ୍ଟମ ବେତନ କମିଶନଙ୍କୁ କ୍ୟାବିନେଟ୍ ମଞ୍ଜୁରୀ ।

  • Thursday, 16 January 2025
ବଦଳିଯିବ ପାଠପଢ଼ା ଢାଞ୍ଚା
NEP ଲାଗୁ ପରେ ବଦଳିଯିବ ସ୍କୁଲ୍ ପାଠପଢ଼ା ଢାଞ୍ଚା

ଲାଗୁ ହେବ 5+3+3+4 ଫର୍ମୁଲା । ସସପେନ୍ସରେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । ଜାତୀୟ ଶିକ୍ଷା ନୀତି ବା NEP 2020 ଲାଗୁ ହେବା ପରେ ଶିଶୁକୁ ୩ ବର୍ଷ ବୟସରୁ ଶିକ୍ଷା ପରିଧିକୁ ଅଣାଯିବ।

  • Thursday, 16 January 2025