Advertisment

Video: ଚାଷୀଙ୍କୁ ଘାରିଛି ଉତ୍ପାତିଆ ଦନ୍ତା ଚିନ୍ତା

ବିଲରେ କଟା ହୋଇ ପଡିଛି ପାଚିଲା ଧାନ। ଅମଳ ଫସଲ ଖଳାକୁ ନେବାକୁ ଚାଷୀ ତରତର। ହେଲେ ନିଦ ହଜାଇଛନ୍ତି ହାତୀ ପଲ। ଜମିରେ ପଶି ଉଜାଡି ଦେଉଛନ୍ତି ଚାଷୀର ବର୍ଷକର ପରିଶ୍ରମ।

author-image
Santosh Kumar Sahoo

ଚାଷୀଙ୍କୁ ଘାରିଛି ଅମଳ ଧାନ ଚିନ୍ତା । ହେଲେ, ଲଘୁଚାପ ବର୍ଷା ପାଇଁ ନୁହେଁ, ଭୟ ହାତୀ ପଲକୁ । ଉପକୂଳରୁ ପଶ୍ଚିମ, ବିଲରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ହାତୀ ପଲ। ଅନେକ ସ୍ଥାନରେ ଗାଁ ମୁହାଁ ବି ହେଲେଣି। ହାତୀଙ୍କୁ ଘଉଡାଇବାକୁ ନାକେଦମ୍ ହେଉଛି ବନ ବିଭାଗ। ସେପଟେ ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ଜଙ୍ଗଲ ସୃଷ୍ଟି ଉଦ୍ଦେଶ୍ୟରେ ବନୀକରଣ କରାଯାଉଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

Advertisment
Odisha Elephant Crops Damage
Advertisment
Advertisment