ବଗି ଛାଡ଼ି ପଳାଇଲା ଟ୍ରେନ୍ । ଭୁବନେଶ୍ବରରେ ବଗି ଛାଡ଼ି ମାଲବାହୀ ଟ୍ରେନର ଇଞ୍ଜିନ୍ ଆଗକୁ ପଳାଇଥିବା ସୂଚନା ମିଳିଛି
ଯମୁନା ୪୫ ବର୍ଷର ରେକର୍ଡ ଭାଙ୍ଗି ଏବେବି ବିପଦ ସଂକେତ ଠାରୁ ୨ ମିଟର ଉପରେ ପ୍ରବାହିତ ହେଉଥିବା ବେଳେ, ରାଜଧାନୀ ଦିଲ୍ଲୀର ବନ୍ୟା ସ୍ଥିତିରେ ସେଭଳି ବିଶେଷ ସୁଧାର ଆସିନି। ତଳିଆ ଅଞ୍ଚଳରୁ ଭିଆଇପି ଏରିଆ ଯାଏଁ, ସବୁଆଡ଼େ ଜଳବନ୍ଦୀ ସ୍ଥିତି। ଆଗକୁ ବି କିଛି ଦିନ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। NDRF ସହିତ ସ୍ଥଳସେନା ଓ ନୌସେନାଙ୍କୁ ନିୟୋଜିତ କରାଯାଇଛି ଦିଲ୍ଲୀ ଜଳଦୁର୍ଦ୍ଦଶାର ପ୍ରଶମନ ପାଇଁ। ଏଭିତରେ ୨୫ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ୩ଟି ଜୀବନ ଯାଇଥିବା ସୂଚନା ମିଳିଛି।
ବର୍ଷର ପ୍ରଥମ ଲଗାଣ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର। କେଉଁଠି ରାସ୍ତା ନଦୀର ଭ୍ରମ ସୃଷ୍ଟି କରୁଛି ତ’ ଆଉ କେଉଁଠି ଡ୍ରେନ୍ ପାଣି ରାସ୍ତାକୁ ଉଛୁଳୁଛି । ଅନ୍ୟ କେଉଁଠି ଘରେ ପାଣି ପଶି ଲୋକଙ୍କ ରହିବା ମୁସ୍କିଲ କଲାଣି। ବର୍ଷା ଯୋଗୁଁ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ଭୁବନେଶ୍ୱର ମେୟର ସ୍ୱୀକାର କରିବା ସହ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି। ଏପଟେ ପାଣିପାଗ ବିଭାଗ କହିଛି, ଆସନ୍ତା ଦୁଇ ଦିନ ବି ଭୁବନେଶ୍ୱରରେ କାଚିବ ବର୍ଷା। ତଳିଆ ଅଞ୍ଚଳରେ ଉପୁଜିପାରେ ଜଳବନ୍ଦୀ ସ୍ଥିତି।
ବିଜେଡିରେ ଥାଇ ଜାନକୀଙ୍କ ସରକାରଙ୍କୁ ସୌମ୍ୟଙ୍କ ପ୍ରଂଶସା । କହିଲେ ସେତେବେଳେ ଅଫିସରଙ୍କୁ ଉଠବସ୍ କରାଉଥିଲେ ମନ୍ତ୍ରୀ, ହେଲେ ଏବେ ଚାକିରି ବଞ୍ଚାଇବାକୁ ଅଧିଆ ପଡୁଛନ୍ତି । ରାଜନୀତି ସମୀକ୍ଷକଙ୍କ ମତ ଉଭୟ ସରକାରଙ୍କୁ ଅତି ପାଖରୁ ଦେଖିଛନ୍ତି ସୌମ୍ୟ
ରାଜ୍ୟର ଅଧିକାଂଶ ଜିଲ୍ଲାରେ ମାତ୍ର ଗୋଟିଏ ଦିନର ଲଗାଣ ବର୍ଷା, ଚାଷବାସରେ ଜୀବନ ଭରିଛି । ହେଲେ ଡ୍ରେନେଜ୍ ସମସ୍ୟାରୁ ସହର ସହର ନର୍ଦ୍ଦମା ପାଣିରେ ଭାସୁଛି । କଟକ ସହରରେ ତ ସାଂଘାତିକ ସ୍ଥିତି । ସେପଟେ ଏବେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରହିବାକୁ ଥିବା ବେଳେ ୧୯ରେ ଆଉ ଏକ ଘୂର୍ଣ୍ଣିବଳୟର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାକୁ ନେଇ ବଢ଼ିଛି ସହରବାସୀଙ୍କ ଚିନ୍ତା
ନବ ଦାସ ହତ୍ୟା ଘଟଣାରେ ଚାର୍ଜସିଟ୍ ଆସିବା ପରେ ବଢିଲା ବିବାଦ। ଖାସ୍ କରି ନବଙ୍କ ପତ୍ନୀ ଓ ପୁଅ, ଏହା ଏକ ପ୍ରିପ୍ଳାନ ବା ଯୋଜନାବଦ୍ଧ ମର୍ଡର ବୋଲି ଷ୍ଟେଟମେଣ୍ଟରେ କହିଥିବାରୁ ହୁଲସ୍ତୁଲ ସାରା ରାଜ୍ୟ। ଏହାପରେ କ୍ରାଇମବ୍ରାଂଚର ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ। ହତ୍ୟା ପାଇଁ ଷଡ଼ଯନ୍ତ୍ର କିଏ କରିଥିଲା, ଏହା ପଛରେ କେବଳ ଗୋପାଳ ନା ଆଉ କିଏ ରହିଛି ତାକୁ ନେଇ ପୁଣି ଥରେ ସୃଷ୍ଟି ହୋଇଛି ଚର୍ଚ୍ଚା। ଆଉ ସେଦିଗରେ ତଦନ୍ତ ହୋଇନଥିବାରୁ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ।
କଂଗ୍ରେସ ଦଳରୁ ନିଲମ୍ବିତ ହେଲେ କଟକ ବାରବାଟୀ ବିଧାୟକ । ବିଧାୟକ ମହମ୍ମଦ ମୋକିମ୍ଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ସସ୍ପେଣ୍ଡ କରିଥିବା ସୂଚନା ଦିଆଯାଇଛି । ସେହିପରି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଦଳରୁ ସସ୍ପେଣ୍ଡ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଉଭୟଙ୍କୁ ସସ୍ପେଣ୍ଡ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟେ ସସ୍ପେଣ୍ଡ ହୋଇଛନ୍ତି ବୋଲି ଜଣାପଡ଼ିଛି ।
ନିଜେ ଦିବ୍ୟାଙ୍ଗ...ତଥାପି ପିଲାଙ୍କୁ ସ୍କୁଲରେ ପାଠ ପଢାଇବା ସହ ପରିବେଶ ସୁରକ୍ଷା ଦେବା ଲାଗି ଦେଉଛନ୍ତି ତାଲିମ୍ । ନିଜ ସ୍କୁଲଠାରୁ ପଡୋଶୀ ସ୍କୁଲ ଯାଏ..ବୁଲିବୁଲି ଲଗାଉଛନ୍ତି ଗଛ
ଦୁଃଖ ୟାଙ୍କ ଭାଗ୍ୟରେ ଲେଖା ! ସ୍ୱାମୀ ଛାଡି ପଳେଲେ..ପାଖରେ କିଛି ନାହିଁ...ଭଡ଼ାଘରେ ରୋଗୀଣା ଆଈ ସହ ରହୁଛନ୍ତି ଅସହାୟ ମହିଳା । ଡାକ୍ତର ତ ଦେଖାଇଲେ, ହେଲେ ଔଷଧ ଦେବାକୁ ପାଖରେ ଟଙ୍କା ନାହିଁ
ସ୍ୱାମୀଙ୍କ ସହ ସମ୍ପର୍କ ରଖିବାକୁ ଦେଲେନି...ଏବେ ବିବାହିତ ନାରୀଙ୍କ ସହ ସ୍ୱାମୀ ରଖିଛନ୍ତି ସଂପର୍କ । ପାଦରେ ଅଳତା ଲିଭିନଥିବା ବେଳଠୁ ମତେ ଦିଆଯାଉଛି ନିର୍ଯାତନା । କାନ୍ଦି କାନ୍ଦି ଶାଶୂଘର ସାମ୍ନାରେ ବସିଛି ବୋହୂ, ସେପଟେ ଶାଶୂ କହୁଛନ୍ତି, ମୋ ପୁଅ ୫ଟା ରଖିଛି....
୪-୪ଟି ପୁଅ ଜନ୍ମ କରିଥିଲା । ୬ ଦିନ ହେଲାଣି ବୁଢୀ ମାଆ କହୁଛି ମତେ କିଛି ଖାଇବାକୁ ମିଳୁନି...ରାତି ହେଉ କି ଦିନ ଏମିତି ରାସ୍ତାରେ ଘୋଷାଡ଼ି ହୋଇ ବଞ୍ଚିଛନ୍ତି ଜୀବନ । ସେପଟେ ପୁଅ କହୁଛନ୍ତି, ଆମେ ଖାଇବାକୁ ଦେଉଛୁ କି ନାହିଁ ଗାଁ ଲୋକଙ୍କୁ ପଚାର...
ମୋ ବୋଉଲୋ...ବିଲାତିରେ ମାରିହେଉନି ହାତ...ଘର ଭିତରେ ମେଞ୍ଚାଏ ବିଲାତି ଅଛି ହେଲେ ତାକୁ ନାଗ ସାପ ଜଗିଛି...
ରାଉରକେଲାକୁ ବନ୍ଦ ହୋଇଯିବ କି ଯାତ୍ରୀବାହୀ ବିମାନ ସେବା ? ହକି ବିଶ୍ୱକପ୍ ବେଳେ ୬ ମାସ ତଳର ବହୁ ଆଡମ୍ବର ଲଘୁକ୍ରିୟାରେ ପରିଣତ ହେବନି ତ ? ଏବେ ସ୍ଥାନୀୟ ଲୋକେ ଏମିତି ଆଶଙ୍କା କଲେଣି ।
ଡେଙ୍ଗୁ ଆଁରେ ୩ ମହାନଗର ନିଗମ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ହଟସ୍ପଟ୍ ପାଲଟିଛି ରାଜଧାନୀ ।
ଖସିଛି ଯମୁନା ନଦୀର ଜଳସ୍ତର... ହେଲେ ଥମୁନି ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା । ଏବେ ବି ଅଣ୍ଟାଏ ଉଚ୍ଚରେ ପାଣି, ଥଳକୂଳ ପାଇ ହେଉନି ରାସ୍ତାର... ଚାରିଆଡ଼େ ଜଳବନ୍ଦୀ ଜୀବନ... ଶାନ୍ତିପଥରୁ ଆଇଟିଓକୁ ସଂଯୋଗ କରୁଥିବା ରାସ୍ତା ତ ଏକ ନଦୀର ଭ୍ରମ ସୃଷ୍ଟି କରୁଛି ।
ଗ୍ରାମରୁ ବାସନ୍ଦ ପରିବାର ଉପରେ ରାଗ ସୁଝାଇବାକୁ ଗ୍ରାମବାସୀ ମିଟିଂ କରି ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଛାଡୁନ ଥିବା ଅଭିଯୋଗ ହେଉଥିଲାବେଳେ କମିଟି ସଭାପତି କିନ୍ତୁ ବାସନ୍ଦ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।
ପ୍ରଥମେ ବିସ୍ତାରକଙ୍କ ସହ ଆଲୋଚନା ପରେ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ । ସବୁଠୁ ଅଧିକ ଫୋକସରେ ବିଜେପି ହାରିଥିବା ୧୩ ଲୋକସଭା ସିଟ୍।
ପ୍ରଥମ ଅଭିଯାନରେ ଚନ୍ଦ୍ରର ମେରୁ ଅଂଚଳରେ ଜଳର ସନ୍ଧାନ ମିଳିଥିଲା । ଶେଷ ମୂହୁର୍ତ୍ତରେ ଦ୍ୱିତୀୟ ଅଭିଯାନ ବିଫଳ ହୋଇଥିଲେ ବି ଚନ୍ଦ୍ରକୁ ତୃତୀୟ ଯାତ୍ରା ପାଇଁ ବୈଜ୍ଞାନିକଙ୍କୁ ମିଳିଥିଲା ଗୁରୁତ୍ବପୂର୍ଣ୍ଣ ଶିକ୍ଷା ।
ସଫଳ ହେଲା ଚନ୍ଦ୍ରୟାନ-୩ର ପ୍ରଥମ ପର୍ଯ୍ୟାୟ। ତୃତୀୟ ଚନ୍ଦ୍ରୟାନକୁ ପୃଥିବୀ ପୃଷ୍ଠରୁ ନେଇ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କଲା ଇସ୍ରୋର ଭରସାଯୋଗ୍ୟ ସର୍ବବୃହତ ରକେଟ୍ LVM3-M4।
ରାତି ପାହିଲେ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି ଲକ୍ଷଲକ୍ଷ ଭକ୍ତ । ହେଲେ ୫୦ ଫୁ ଟର ଅଳିଆ ଗଦାକୁ ଦେଖି ସମସ୍ତେ ଟେକୁଛନ୍ତି ନାକ । ବାରମ୍ବାର ଗୁହାରି ପରେ ବି କିଛି ଶୁଣୁନି ପ୍ରଶାସନ...ଆଜିକାଲି କହି ଦିନ ଗଡାଉଛି କିନ୍ତୁ ଅଳିଆ ଉଠୁନି
କାହାରି କଥା ଶୁଣିଲେନି...ଭୁଲ ଅପରେସନ୍ କଲେ । ଦିବ୍ୟାଙ୍ଗ ହୋଇଗଲା ଭେଣ୍ଡିଆ ପୁଅ...ଏବେ ମାମଲା ରୁଜୁ ପରେ ୮୦ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ
କୋର୍ଟରେ ଦାଖଲ କ୍ରାଇମବ୍ରାଞ୍ଚ ଚାର୍ଜସିଟରୁ ମିଳିଲା ତଥ୍ୟ । ଗାଡ଼ିଂ ଚେକିଂ ବିବାଦରୁ ବଢ଼ିଥିଲା ଶତ୍ରୁତା । ଷଡ଼ଯନ୍ତ୍ର ଦିଗର କାହିଁକି ହେଲାନି ତଦନ୍ତ: ବିରୋଧୀ ।
ଏବେ ମଦୁଆଙ୍କ ଆଡ୍ଡାସ୍ଥଳ ହେବା ସହିତ ଗାଈଗୋରୁଙ୍କ ଗୋଚର ଭୂମିର ପାଇଲାଣି ପରିଚୟ ।
ଗୋଟିଏ ହାତରେ ଟାଣୁଛନ୍ତି କାଠ ଗାଡ଼ି.. ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ।
ଏକା ଏକା ଦିବ୍ୟାଙ୍ଗ ଝିଅକୁ ନେଇ ବଡ଼ କଷ୍ଟରେ ବଞ୍ଚୁଛନ୍ତି ମମତା ।