• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

s
ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଆଜି ଶପଥ ନେଇଛନ୍ତି। ହାଇକୋର୍ଟ ପରିସରରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ଶପଥ ପାଠ କରାଇଛନ୍ତି। ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥ ଗ୍ରହଣ କରିଛନ୍ତି।

  • Tuesday, 08 August 2023
5T secretary
5ଟି ସଚିବଙ୍କୁ ବିରୋଧ, ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ୍

5ଟି ସଚିବ ଭି କେ ପାଣ୍ଡିଆନଙ୍କ ଆଠଗଡ ଗସ୍ତକୁ ବିରୋଧ କରିଛି ବିଜେପି ଯୁବମୋର୍ଚ୍ଚା

  • Tuesday, 08 August 2023
YojnaraNaaHariloot
MCL ଅଧିଗ୍ରହଣ କରିଥିବା ଗାଁରେ ବ୍ଲକ୍‌ ପ୍ରଶାସନ କରୁଛି ପ୍ରକଳ୍ପ

ଇଏ କେମିତି କଥା? ଯେଉଁ ଗାଁକୁ MCL ଅଧିଗ୍ରହଣ କରିଛି, ସେହି ଗାଁରେ ବ୍ଲକ୍‌ ପ୍ରଶାସନ କରୁଛି ପ୍ରକଳ୍ପ ! ନିମ୍ନମାନର କାମ ନେଇ ଗାଁ ଲୋକ ଆଣିଲେ ସଙ୍ଗୀନ ଅଭିଯୋଗ

  • Tuesday, 08 August 2023
s
‘ମୁଁ ଦିବ୍ୟାଙ୍ଗ ହୋଇଥିବାରୁ କେହି ଝିଅ ଦେଉ ନାହାନ୍ତି, ଜୀବନ ସାଥୀଟିଏ ଖୋଜି ଦିଅନ୍ତୁ’

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଜବ ଆବେଦନ। ନିଜ ପାଇଁ ଏକ ଜୀବନସାଥୀ ଖୋଜିଦେବା ପାଇଁ ଦରଖାସ୍ତ ଲେଖି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଜଣେ ଦିବ୍ୟାଙ୍ଗ।ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏହି ଘଟଣା ଦେଖିବାକୁ ମିଳିଛି। ଦିବ୍ୟାଙ୍କ ଯୁବକ ହେଲେ ଛେଣ୍ଡିପଦା ବ୍ଲକ୍‌ ଅନ୍ତର୍ଗତ ନୂଆପଡା ଗାଁର ମୁରଲୀଧର ମହାପାତ୍ରଙ୍କ ସାନପୁଅ ସଞ୍ଜିବ ମହାପାତ୍ର।

  • Tuesday, 08 August 2023
signboards-in-odia-language
ଏଣିକି ଆଉ ଛାଡ଼ ନାହିଁ ! ଓଡ଼ିଆରେ ନାମଫଳକ ନଲେଖିଲେ ୨୫ ହଜାର ଟଙ୍କା ଯାଏ ଗଣିବେ ଫାଇନ୍‌

ଏଣିକି ଆଉ ଛାଡ଼ ନାହିଁ । ଓଡ଼ିଆରେ ନାମଫଳକ ନଲେଖିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଗଣିବାକୁ ପଡ଼ିବ। ଖାଲି ଏତିକି ନୁହେଁ କୋର୍ଟ ବି ଦୌଡ଼ିବାକୁ ପଡ଼ିବ। ଏଭଳି ଶୂନ୍ୟ ସହନଶୀଳତା ନୀତି ଆପଣାଇଛି ଓଡ଼ିଆ ଭାଷା ପ୍ରତିଷ୍ଠାନ। ଏପରିକି ରାଜ୍ୟର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଉପରେ ଶ୍ରମ ବିଭାଗ ଓ ଓଡିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଚଢ଼ାଉ ବି ଆରମ୍ଭ ହୋଇସାରିଛି। ଏହାସହ ଓଡ଼ିଆରେ ନାମଫଳକ ଲେଖିନଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ୍‌ ମଧ୍ୟ ପଠାଯାଉଛି। ଏନେଇ ଗତ ମେ’ ମାସରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇସାରିଛି।

  • Tuesday, 08 August 2023
Sans motorable road
ବିଲରେ କମ୍‌ ରାସ୍ତାରେ ଅଧିକ କାଦୁଅ

ରାସ୍ତା ନୁହେଁ ବିଲ । ୪ କିମି ପର୍ଯ୍ୟନ୍ତ ଅବସ୍ଥା ପୂରା ଖରାପ । ଆମ୍ବୁଲାନ୍ସ ପଶିପାରୁନି କି ଗାଡି ବାହାରିପାରୁନି । ଭାରରେ ବୁହା ହେଉଛନ୍ତି ରୋଗୀ...ଅଭିଯୋଗ ହେଉଛି ହେଲେ ରାସ୍ତା ହେଉନି

  • Tuesday, 08 August 2023
100-year-old school building
ବତୁରା କାନ୍ଥ...କଳା ଧୂଆଁ..ଏମିତି ପରିବେଶରେ ପିଲା ପଢୁଛନ୍ତି ପାଠ

୧୦୦ ବର୍ଷ ହେଲା...ସ୍କୁଲର ଉନ୍ନତି ହେଲାନି । ଅସରେ ବର୍ଷାରେ କାନ୍ଥ ବତୁରିଯାଉଛି...ଟିଣରୁ ପାଣି ପଡୁଛି । କଳା ଧୂଆଁରେ ଆକ୍ତାମାକ୍ତ ପିଲା । ପୁଣି ଗୋଟିଏ ଶ୍ରେଣୀରେ ଦୁଇଟି କ୍ଲାସ୍‌ର ପିଲା । ଏମିତି ସ୍ଥିତିରେ ପାଠ ପଢା ହେବ କେମିତି ?

  • Tuesday, 08 August 2023
Girl’s body found
ଝିଅ ନୁହେଁ ତୁ ଉର୍ବସୀ... ଗୀତର ରିଲ୍‌ ଅଛି, କିନ୍ତୁ ଶୁଭଲକ୍ଷ୍ମୀ ନାହାନ୍ତି

ଟ୍ରେନ୍‌ରେ ବସି ଝିଅ ନୁହେଁ ତୁ ଉର୍ବସୀ ଗୀତରେ ରିଲ୍‌ କଲେ...ପୁଣି ତୁ ହେବୁ କିଲୋ ମୋର ବିବି, ତତେ ଯାତରା ଦେଖାଇ ନେବି । ଏମିତି ଅନେକ ଗୀତରେ ରିଲ୍‌ କରୁଥିଲେ । ହେଲେ ଅଧ ରାତିରେ ହୋଟେଲ ଭିତରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ...ହତ୍ୟା ନା ଆତ୍ମହତ୍ୟା ବଢିଲା ସନ୍ଦେହ

  • Tuesday, 08 August 2023
Divyang youth in Dhenkanal
ଦିବ୍ୟାଙ୍ଗ ପୁଅ ବୋଲି ଚିନ୍ତାରେ ଥିଲେ ବାପା-ମାଆ, ଏବେ ସିଏ ଡାକ୍ତରୀ ପଢିଲେ

ପିଲାଟି ଦିନରୁ ସେ ଦିବ୍ୟାଙ୍ଗ । କିନ୍ତୁ ସେ ହାର ମାନିନଥିଲେ । ପାଠ ପଢା ନିଶା ଏମିତି ଥିଲା ଯେ ଘରେ ଅନଲାଇନ୍‌ରେ ପାଠ ପଢି ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଏବେ ବ୍ରହ୍ମପୁରରେ ପଢୁଛନ୍ତି ଡାକ୍ତରୀ...ଭବିଷ୍ୟତରେ ଦୃଦରୋଗ ବିଭାଗର ଡାକ୍ତର ହେବାକୁ ଦେଖୁଛନ୍ତି ସ୍ୱପ୍ନ

  • Tuesday, 08 August 2023
Handloom weavers
‘ବଜାର ବ୍ୟବସ୍ଥା ସୁଧୁରିଲେ ଭଲ ଲାଭ ହେବ’

ବଜାର ସୁବିଧା ଭଲରେ ନାହିଁ । ଯଦି ବ୍ୟବସାୟ ପାଇଁ ସବୁ ସୁବିଧା କରାଯିବ ତାହାଲେ ଲାଭ ପାଇବେ ବୁଣାକାର ପରିବାର

  • Tuesday, 08 August 2023
IndiGo flight
ବିମାନରେ ଚାଲିଲାନି: ଝାଳ ପୋଛିବାକୁ ମିଳିଲା ଟିସୁ ପେପର

ଇଏ କଣ ? ଏସି ଚାଲିଲାନି, ବିମାନ ଉଡ଼ିଲା ? ଗରମରେ ହନ୍ତସନ୍ତ ହେଲେ ଯାତ୍ରୀ...ଶେଷରେ ଝାଳ ପୋଛିବାକୁ ଟିସୁ ଦେଲେ ବିମାନ କର୍ତ୍ତୃପକ୍ଷ

  • Tuesday, 08 August 2023
Ratna Bhandar
ରକ୍ଷଣାବେକ୍ଷଣ ଦୃଷ୍ଟିରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ନିହାତି ଆବଶ୍ୟକ

ଏଭଳି ସତ୍ୟପାଠ ଦାଖଲ କରି ମରାମତି କାର୍ଯ୍ୟରେ ବହୁ ବିଳମ୍ବ ହୋଇଥିବା ଦର୍ଶାଇଛି ASI ।

  • Monday, 07 August 2023
Ganja Smuggling
ଫିରିଙ୍ଗିଆ ଥାନା ପୋଡ଼ି ମାମଲା ପଛର ମୁଖ୍ୟ ଖଳନାୟକ କିଏ ?

୩ ଦିନ ଧରି ଲାଗିରହିଥିବା ରହସ୍ୟ ଭିତରେ ସାମ୍ନାକୁ ଆସୁଛି ନୂଆ ନୂଆ ଚର୍ଚ୍ଚା ।

  • Monday, 07 August 2023
College Admission & Voter I Card Form
କଲେଜରେ ନାମ ଲେଖା ଫର୍ମ ସହିତ ମିଳିବ ଭୋଟର ଲିଷ୍ଟରେ ସାମିଲ ଲାଗି ଫର୍ମ

ପ୍ରଥମ ଥର ଲାଗି ଏପରି ଅଭିନବ ଢଙ୍ଗରେ ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବଢ଼ାଇବାକୁ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ ।

  • Monday, 07 August 2023
Coastal Highway Project In Odisha
କଣ ହେବ ପ୍ରତିକ୍ଷୀତ କୋଷ୍ଟାଲ ହାଇ ୱେ'ର ଭାଗ୍ୟ

ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ, ତେଜିଛି ରାଜନୀତି ।

  • Monday, 07 August 2023
Mo Ghara
ଏକ ପ୍ରକାର ଫେଲ୍ ମାରିଛି ରାଜ୍ୟ ସରକାରଙ୍କ ମୋ ଘର ଯୋଜନା

ହଜାର ହଜାର ହିତାଧିକାରୀ ନିଜ ଘର ମରାମତି ପାଇଁ ଏହି ଯୋଜନାରେ ଆବେଦନ କରୁଛନ୍ତି, ହେଲେ ମିଳୁଛି ହାତ ଗଣତିଙ୍କୁ ।

  • Monday, 07 August 2023
Weavers In Odisha
ଆଜି ଜାତୀୟ ହସ୍ତତନ୍ତ ଦିବସ

ତେବେ ହସ୍ତତନ୍ତକୁ ପେଶା କରି ଚଳୁଥିବା ଆମ ରାଜ୍ୟର ବୁଣାକାର ପରିବାର ଆଜିର ଦିନରେ କିଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଆସନ୍ତୁ ଜାଣିବା ।

  • Monday, 07 August 2023
Rahul Gandhi
ସଂସଦକୁ ଫେରିଲେ ରାହୁଲ ଗାନ୍ଧି

ମୋଦି ସରନେମ୍ ସଂପର୍କିତ ମାନହାନୀ ମାମଲାରେ ସୁରତ କୋର୍ଟ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ପରେ, ଗତ ମାର୍ଚ୍ଚ ମାସରେ ରାହୁଲଙ୍କ ସଦସ୍ୟତା ରଦ୍ଦ ହୋଇଥିଲା ।

  • Monday, 07 August 2023
Mafia
୯ mm ଅଟୋମେଟିକ୍ କାର୍ବାଇନ୍ ସମେତ ୨ଟି ପିସ୍ତଲ ଜବତ

ଖୋର୍ଦ୍ଧାରେ ସକ୍ରିୟ ଥିବା ଏହି ଗ୍ୟାଙ୍ଗ ଭୁବନେଶ୍ବରରେ ବଡ଼ ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିବା ବେଳେ ପୋଲିସ ସମସ୍ତଙ୍କୁ ଗିରଫ କରିଛି।

  • Monday, 07 August 2023
Handloom
ପ୍ରୋତ୍ସାହନ ଅପେକ୍ଷାରେ ପ୍ରକୃତ ବୁଣାକାର, ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ

କେବେ ଦୂର ହେବ ବୁଣାକାରଙ୍କ ଦୁଃଖ ? ନିଜେ ବୁଣଥିବା ଜିନିଷ ବଡ଼ ସହରରେ ବିକ୍ରି ହେଉଛି । ଅଥଚ ଦଦରା ଘରେ ଦୟନୀୟ ଭାବେ ବଞ୍ଚୁଛି ବୁଣାକାର ।

  • Monday, 07 August 2023
Friendship day
ମଣିଷ ସହ ମିତ ବସିଛି ବାଛୁରୀ କପିଳା

ମଣିଷ ସହ ମିତ ବସିଛି ବାଛୁରୀ । କପିଳା ଡାକିଲେ ବନ୍ଧୁଙ୍କ ପାଖକୁ ଦୌଡ଼ି ଆସୁଛି । ସାଙ୍ଗରେ ଯିବାରୁ ଜିଦ୍ ଧରୁଛି...

  • Monday, 07 August 2023
Unique friendship
ଇଏ ହିଁ ପ୍ରକୃତ ସାଙ୍ଗ ! ଜଣଙ୍କୁ କାନ୍ଧରେ ବସାଇ ସ୍କୁଲ ନେଉଛି ଅନ୍ୟ ଜଣେ ସାଙ୍ଗ

ସାଙ୍ଗ ହେବ ତ ଏମିତି ! ଜଣେ ଦିବ୍ୟାଙ୍ଗ ହେବାରୁ ଅନ୍ୟ ଜଣେ କାନ୍ଧରେ ବସାଇ ନିଇତି ନେଉଛି ସ୍କୁଲ । ଖାଇବାଠୁ ପିଇବା...ବସିବାଠୁ ବୁଲିବା ସବୁ ଏକାଠି କରୁଛନ୍ତି ଏମାନେ । ଲୋକେ କହୁଛନ୍ତି, ଏସେ ଦୋସ୍ତି ନେହଁ ଦେଖେଥେ

  • Monday, 07 August 2023
Road Problem
ପାଦେ ପାଦେ ବିପଦ, ଶୋଚନୀୟ ରାସ୍ତା, ହେଲେ ୟିବାକୁ ବାଧ୍ୟ...

ସ୍ୱପ୍ନ ପାଲଟିଛି ପିଚୁ ରାସ୍ତା । କାଦୁଅ ରାସ୍ତାରେ ବର୍ଷ ବର୍ଷ ଧରି ଚାଲିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଆସୁନି ଆମ୍ବୁଲାନ୍ସ କି ଗଡ଼ୁନି ଗାଡ଼ି । ଭାରରେ ବୁହାହୋଇ ମେଡିକାଲ ଯାଉଛନ୍ତି ଗର୍ଭବତୀ ମହିଳା ।

  • Monday, 07 August 2023
ଛାତ୍ରୀଙ୍କୁ_ମାରିଲା_କିଏ?
ଛାତ୍ରୀଙ୍କୁ ମାରିଲା କିଏ?

ଭୁବନେଶ୍ୱର ଦୀପାଳି ବାରରେ ରମାଦେବୀ ଛାତ୍ରୀ ମୃତ୍ୟୁକୁ ନେଇ ସସପେନ୍ସ । କାହିଁକି ରାତି ଅଧରେ ଯାଇଥିଲେ, ଅଡୁଆ ପ୍ରଶ୍ନ ଭିତରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଛାତ୍ରୀଙ୍କ ମୋବାଇଲ ସିଜ୍ କରି କ୍ଲୁ ଖୋଜୁଛି ପୋଲିସ୍

  • Sunday, 06 August 2023
friendship day
ଏମିତି ଏକ ସଂପର୍କ, ଯାହା ଜନ୍ମଗତ ନୁହେଁ... ହେଲେ ତା ଠୁ ବି ବଳି

ବନ୍ଧୁତା... ଏମିତି ଏକ ସଂପର୍କ, ଯାହା ଜନ୍ମଗତ ନୁହେଁ । ହେଲେ ତା ଠୁ ବି ବଳି। ସାଥିରେ ମନଲାଖି ମିତଟିଏ ଥିଲେ, ବେଶ୍ ସହଜ ଓ ସୁଗମ ହୋଇଯାଏ ଜୀବନର ରାସ୍ତା। ଆଜି ବନ୍ଧୁତା ଦିବସରେ ଆସନ୍ତୁ ଜାଣିବା ଏମିତି କିଛି ବିରଳ ବନ୍ଧୁତାର କାହାଣୀ, ଯାହା ମିଠା ଯେତିକି, ମନଛୁଆଁ ବି ସେତିକି।

  • Sunday, 06 August 2023