• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Uttarakhand bus accident
ଗଭୀର ଖାଇକୁ ଖସିଲା ବସ୍; ୮ ମୃତ, ୨୭ ଆହତ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଛି । ୨୭ଜଣ ଆହତ ହୋଇଛନ୍ତି । ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନିଠାରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

  • Sunday, 20 August 2023
Ink Attack on VK Pandian
ଥମୁନି 5T ସଚିବଙ୍କୁ କାଳିମାଡ଼ ଚର୍ଚ୍ଚା; ମୁହଁ ଖୋଲିଲେ କାଳି ଫିଙ୍ଗିଥିବା ଯୁବକ ଭାସ୍କର ସାହୁ

5T ସଚିବଙ୍କୁ ଗତକାଲି ଭରା ସଭାରେ କାଳିମାଡ଼ ପରେ ଘଟଣାକୁ ନେଇ ଚର୍ଚ୍ଚା ଥମୁନାହିଁ । କାଳି ଫିଙ୍ଗିଥିବା ଯୁବକ ଭାସ୍କର ସାହୁ 5T ସଚିବ ଭି.କେ.ପାଣ୍ଡିଆନ୍ ଶାସନ ବ୍ୟବସ୍ଥାର ଅପବ୍ୟବହାର କରୁଥିବା ଅଭିଯୋଗ ଆଣି ଏହାର ପ୍ରତିବାଦ ସ୍ୱରୂପ ସେ ଏଭଳି କରିଥିବା କହିଛନ୍ତି । ଏହା ବି କହିଛନ୍ତି, ସେ କୌଣସି ରାଜନୈତିକ ଦଳ ସହ ସଂପୃକ୍ତ ନୁହଁନ୍ତି । ଅନ୍ୟପକ୍ଷରେ ଘଟଣାକୁ ନେଇ ରାଜନୀତି ତେଜିଛି । ଏହା ପଛରେ ବିଜେଡି ଷଡ଼ଯନ୍ତ୍ରର ଗନ୍ଧ ବାରୁଥିବା ବେଳେ ବିରୋଧୀ କହିଛନ୍ତି 5T ସଚିବ ଲକ୍ଷ୍ମଣ ରେଖା ଅତିକ୍ରମ ନକରନ୍ତୁ ।

  • Sunday, 20 August 2023
onion price touches Rs 35/kg
ଖାଉଟି ଛାନିଆ ! ଟମାଟୋ ତାଉ ନଯାଉଣୁ, ବଢ଼ିଲାଣି ପିଆଜ ଦର

କନ୍ଦାଉଛି ପିଆଜ । ୨ ସପ୍ତାହରେ ବଢିଲାଣି ୧୦ ଟଙ୍କା । ସେପ୍ଟେମ୍ୱରରେ ୭୦ ଛୁଇଁବା ଆଶଙ୍କା । ରାଜଧାନୀରେ ପିଆଜ ଏବେ କିଲୋ ପିଛା ୩୫ରୁ ୪୦ ଟଙ୍କା ରହିଛି । କଟକରେ ବିକ୍ରି ହେଉଛି ୩୦ରୁ ୩୫ ଟଙ୍କାରେ ।

  • Sunday, 20 August 2023
Koraput girl’s Independence Day speech
ଦୋହଲାଇ ଦେଲା କୁନିଝିଅର ଦୁଇ ପଦ କଥା; ପଙ୍କ କାଦୁଅରେ ଘାଣ୍ଟି ହେଲେ ସରକାରୀ ବାବୁ

କେବେ ବାବୁ ଭାୟାଙ୍କ ନଜର ପଡ଼ିନଥିବା ପଦୁଗୁଡ଼ାରେ ଗାଁରେ ଆଜି ପାଦ ପଡ଼ିଛି କୋରାପୁଟ ଜିଲ୍ଲା ପ୍ରଶାସନର । ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତର ପାହାଡି ଗାଁକୁ ଯାଇଛନ୍ତି ଏଭଳି ପାହାଡ଼ ଚଢ଼ି । କାଦୁଅ ଭିତରେ ପଶିବାକୁ ବାଧ୍ୟ ହୋଇଛନ୍ତି ବିଡିଓ ଏବଂ କର୍ମଚାରୀ ।

  • Sunday, 20 August 2023
Chandrayaan-3
କାଉଣ୍ଟଡାଉନ୍ ଆରମ୍ଭ; ଆସନ୍ତା ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଚନ୍ଦ୍ରୟାନ

ଅଗଷ୍ଟ ୨୩, ସନ୍ଧ୍ୟା ୬ଟା ୪ ମିନିଟ୍ । ଚନ୍ଦ୍ରୟାନ-ଥ୍ରୀ ମିଶନ୍ ପାଇଁ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ । ବୁଧବାର ସନ୍ଧ୍ୟା ଠିକ୍ ୬ଟା ୪ରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ ଚନ୍ଦ୍ରୟାନ । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ପାଦ ଥାପି, ଇତିହାସ ରଚିବ ଭାରତ ।

  • Sunday, 20 August 2023
Woman tortured for dowry in Jagatsinghpur, husband and mother-in-law arrested
ଯୌତୁକ କରିଦେଲା ଅନ୍ଧ; ବୋହୂକୁ ତତଲା ତାୱା ଚେଙ୍କ ଦେଲେ ଅଧ୍ୟାପିକା ଶାଶୂ !

ଯୌତୁକ ପାଇଁ ବୋହୂକୁ ଅକଥନୀୟ ନିର୍ଯାତନା ! ଗରମ ତାୱାରେ ଚେଙ୍କ, ବେକରେ ଶିଳପୁଆ ଥୋଇ ହତ୍ୟା ଉଦ୍ୟମ ଅଭିଯୋଗ । ଅଧ୍ୟାପିକା ଶାଶୁ ଓ ସ୍ୱାମୀଙ୍କ ବିରୋଧରେ ଥାନାରେ ଏତାଲା । ବନ୍ଧା ହେଲେ ଶାଶୁ ଓ ସ୍ୱାମୀ । ଏଭଳି ଏକ ସଙ୍ଗୀନ ଅଭିଯୋଗ ମାମଲାରେ ଗତକାଲି ଜଗତସିଂହପୁର ଉଗ୍ରତାରା କଲୋନୀରୁ ।

  • Sunday, 20 August 2023
Impersonation and cheating case:
ଚାକିରି ଦେବା ନାଁରେ ମାଳମାଳ ଠକ; ମାଷ୍ଟରମାଇଣ୍ଡ ସହ ୨ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF

ରକାରୀ ଚାକିରି ଖଣ୍ଡେ ପାଇବା ପାଇଁ ବାଛୁଛନ୍ତି କି ସର୍ଟକଟ୍ ଉପାୟ ? ସରକାରୀ ଚାକିରି ଦେବାକୁ କେହି ଆପଣଙ୍କୁ ଦେଖାଇଛି କି ଲୋଭ ? କାହା ପାଲରେ ପଡ଼ି ଆପଣ ଟଙ୍କା କାରବାର କରିନାହାଁନ୍ତି ତ ? ଯଦି ହଁ, ତେବେ ସାବଧାନ୍ !

  • Sunday, 20 August 2023
Fire safety
ବାରିପଦା ମେଡିକାଲ କଲେଜ କୋଠାରେ କେମିତି ଲାଗିଲା ନିଆଁ ?

ବାରିପଦା ମେଡିକାଲ କଲେଜ ବିଲଡିଂରେ କେମିତି ଲାଗିଲା ନିଆଁ ? ସର୍ଟସର୍କିଟ୍ ନା ମେଣ୍ଟେନାନ୍ସ ବିଭାଗର ବେପରୁଆ ପଣ ? ନା ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ? ଶୁକ୍ରବାର ଅପରାହ୍ନରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଲାଗିଥିବା ନିଆଁକୁ ପ୍ରାୟ ୩ ଘଣ୍ଟାର କସରତ ପରେ ଲିଭାଯିବା ପରଠୁ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି ଏଭଳି କିଛି ପ୍ରଶ୍ନ ।

  • Sunday, 20 August 2023
Rise in dengue cases in Odisha raises concern
ଡେଙ୍ଗୁ ସଂକ୍ରମଣରେ ନୋ ବ୍ରେକ୍; ଟେଷ୍ଟିଂ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ସ୍ଥିତି

କ୍ୟାପିଟାଲ ହସ୍ପିଟାଲରେ ନିଜ ୩ ବର୍ଷର ଛୁଆର ଡେଙ୍ଗୁ ଟେଷ୍ଟ କରାଇବାକୁ ଦୁଇ ଘଣ୍ଟା ଛିଡ଼ା ହେଲେଣି ମହିଳା । ତଥାପି ପାଳି ପଡ଼ିନି। କେବଳ ସେ ନୁହନ୍ତି, ଭୁବନେଶ୍ୱର ସମେତ ଖୋର୍ଦ୍ଧା, ପୁରୀରୁ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଟେଷ୍ଟ କରାଇବାକୁ ଆସୁଥିବା ବହୁ ଲୋକ ପ୍ରତିଦିନ ଏମିତି ହଇରାଣ ହେଉଛନ୍ତି ।

  • Sunday, 20 August 2023
Manmohan Samal
ପ୍ରସନ୍ନ ବାବୁ ସହଯୋଗ କଲେ, ସେମାନେ କହିବେ କାହିଁକି ସମର୍ଥନ କରୁଛନ୍ତି

ଜଣେ ସମର୍ଥନ ଦେବ ଯଦି... ଆମେ ତ କାହାକୁ ସମର୍ଥନ ଦେଇନୁ । ଆମ ଉପରେ ପ୍ରେସର ନାହିଁ, ପୂରା ଫ୍ରୀରେ କାମ କରୁଛି । ଜନତା ଅଛନ୍ତି...ବିଜେପି ଏଥର ସରକାର କରିବ: ମନମୋହନ ସାମଲ, ବିଜେପି ରାଜ୍ୟ ସଭାପତି

  • Sunday, 20 August 2023
Special Story
ପୁଅ ପାଇଁ ଭିକ ମାଗୁଛି ବାପା..କହୁଛନ୍ତି, ସାହାଯ୍ୟ କଲେ ପୁଅ ବଞ୍ଚିବ

କାନ୍ଦିକାନ୍ଦି ପାଗଳୀ ହୋଇଗଲାଣି ମାଆ । ତୁନି କରିବା ମଣିଷ ବି ତାଙ୍କ ଲୁହ ପୋଛିବାକୁ ସାହସ କରିପାରୁନି । ଏପଟେ ମାଆ କାନ୍ଦୁଛି, ସେପଟେ ମାଆର କାନ୍ଦ ଶୁଣି ପୁଅର ଆଖିରୁ ବି ଝରି ଯାଉଛି ଲୁହ । କିନ୍ତୁ କାହା ପାଖରେ କିଛି କରିବାର ଉପାୟ ନାହିଁ

  • Sunday, 20 August 2023
News Fuse
ସ୍ୱାଧୀନତା ଦିବସରେ ନାଥୁରାମ ଜିନ୍ଦାବାଦ୍‌ କିଏ ପକାଇଲା?

ମଲା ସେମାନେ କାହୁଁ ଜାଣିବେ ସହିଦ୍‌ କିଏ? ନା ଶୁଣିବା ମାତ୍ରେ ଜିନ୍ଦାବାଦ ପକାଇବାର କଥା..ସିଏ ଯିଏ ହେଉ । ହେଲେ ନାରଣ ଏଇଠି କାହା ନାଁରେ ଜିନ୍ଦାବାଦ ପଡୁଛି ଟିକେ କାନପାରି ଶୁଣିଲୁ

  • Sunday, 20 August 2023
Viral Video
ମିଟିଂ ପୂର୍ବରୁ ବାପା-ମାଆଙ୍କୁ ଟ୍ୟୁସନ୍‌ କଲା ପୁଅ, ଭାଇରାଲ ହେଲା ଭିଡିଓ

ସ୍କୁଲରେ ଥିଲା ପ୍ୟାରେଣ୍ଟ୍ସ-ଟିଚର ମିଟିଂ । ପୂର୍ବ ରାତିରେ ବାପା-ମାଆଙ୍କୁ ଟ୍ୟୁସନ୍‌ କଲା କୁନି ପୁଅ । କହିଲା, କହିବନି ମୁଁ କୁକିଜ୍‌ ଖାଏ...କହିବ ସ୍କୁଲରୁ ଆସି ଖେଚୁଡ଼ି ଖାଏ, ପରେ ଶୋଇ ପଡ଼େ ।

  • Sunday, 20 August 2023
Crocodile
ପୁଣି ନଈରେ କୁମ୍ଭୀର ଆତଙ୍କ..ଲୋକ ଦେଖି ଲୁଚୁଛି, ଶିକାର କରିବା ପୂର୍ବରୁ..

ନଈରେ କୁମ୍ଭୀର ଆତଙ୍କ । ଲୋକ ଦେଖିବା ମାତ୍ରେ ଲୁଚିଯାଉଛି...ଛପି ଛପି ଶିକାର କରୁଛି । ଜାଲୁଆ ମାଛ ଧରିବା ବେଳେ କୁମ୍ଭୀର ଦେଖିବା ପରେ ଏବେ ଭୟରେ ଲୋକେ ।

  • Sunday, 20 August 2023
Indian Army
ଗଭୀର ଖାଲରେ ଗଳିପଡ଼ିଲା ସେନାର ଗାଡ଼ି, ୯ ଯବାନ ସହିଦ

ସେନାର ଗାଡ଼ି ଗଭୀର ଖାଲରେ ଗଳିପଡ଼ି ୯ ଯବାନ ସହିଦ। ୯ ଯବାନଙ୍କ ମଧ୍ୟରେ ୨ ଜଣ JCO ଅଛନ୍ତି। ଲେହର କ୍ୟାରୁ ସହର ନିକଟରେ ଗଳି ପଡ଼ିଲା ଗାଡ଼ି। ସେନାର ଗାଡ଼ିଟି କାରୁ ଗ୍ୟାରିସନରୁ କ୍ୟାରୁ ଯାଉଥିଲା। ଦୁର୍ଘଟଣାରେ ୯ ଜଣ ଯବାନ ସହିଦ୍ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।

  • Saturday, 19 August 2023
ଆଜି ବିଶ୍ୱ ଫଟୋଗ୍ରାଫି ଦିବସ
ଆଜି ବିଶ୍ୱ ଫଟୋଗ୍ରାଫି ଦିବସ

ଆଜି ବିଶ୍ୱ ଫଟୋଗ୍ରାଫି ଦିବସ । ଫଟୋଗ୍ରାଫରଙ୍କୁ ଉତ୍ସାହିତ କରିବା ଓ ତାଙ୍କ ଦ୍ୱାରା ଉତ୍ତୋଳନ ହୋଇଥିବା ଫଟୋକୁ ଲୋକାଦୃତ କରିବା ଆଜି ଦିନର ମୂଳ ଉଦ୍ଦେଶ୍ୟ । ଫଟୋଗ୍ରାଫ ଦିବସ ଅବସରରେ ଆଜି ଏମିତି ଜଣେ ଫଟୋଗ୍ରାଫରଙ୍କୁ ଭେଟିବା ଯିଏ ସ୍ୱାଧୀନ ଭାରତର ପୂର୍ବ ଓ ପରବର୍ତ୍ତୀ ସମୟର ୩୫ ହଜାରରୁ ଅଧିକ ବିରଳ ଫଟୋ ସଂଗ୍ରହ କରିଛନ୍ତି । ୫୦ ବର୍ଷ ଧରି ଜାରି ରହିଛି ତାଙ୍କର ଏହି ନିଶା

  • Saturday, 19 August 2023
Delhi NCR
ଉତ୍ତର ଭାରତ ଉପରେ ଥମୁନି ପ୍ରକୃତିର କୋପ

ଉତ୍ତର ଭାରତ ଉପରେ ଥମୁନି ପ୍ରକୃତିର କୋପ। କେତେବେଳେ ବର୍ଷା ତ ଆଉ କେତେବେଳେ ଭୂସ୍ଖଳନରେ ବେହାଲ ଉତ୍ତର ରାଜ୍ୟର ସ୍ଥିତି। ଆଜି ଜାତୀୟ ରାଜଧାନୀ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ସକାଳୁ ଅବିଶ୍ରାନ୍ତ ବର୍ଷା ପରେ ଗୁରୁତର ପ୍ରଭାବିତ ହୋଇଛି ଜୀବନଯାତ୍ରା । ସେପଟେ ହିମାଚଳପ୍ରଦେଶ ଭୂସ୍ଖଳନର ୬ଦିନ ପରେ ବି ଧ୍ୱସଂସ୍ତୁପ ତଳୁ ସରିନି ଜୀବନ ଖୋଜା ପ୍ରକ୍ରିୟା

  • Saturday, 19 August 2023
Intrusion Detection System
ପୂର୍ବତଟ ରେଲୱେର ନୂଆ ରଣନୀତି; ହାତୀ ମୃତ୍ୟୁକୁ ରୋକିବ IDS

ଟ୍ରେନ୍ ଦୁର୍ଘଟଣାରେ ହାତୀ ମୃତ୍ୟୁ ରୋକିବାକୁ ପୂର୍ବତଟ ରେଲୱେର ନୂଆ ରଣନୀତି । ଇନ୍‌ଷ୍ଟଲ କରିବ ଇଣ୍ଟ୍ରୁଜନ୍ ଡିଟେକ୍ସନ ସିଷ୍ଟମ- IDS । ୬୦ କିଲୋମିଟର ଦୂରରୁ ରେଳ ଲାଇନ୍‌ରେ ହାତୀ ଚଳପ୍ରଚଳ କରୁଥିଲେ ଜାଣିହେବ ଆଉ ରୋକି ହେବ ଟ୍ରେନ୍ । ପ୍ରାରମ୍ଭିକ ଭାବେ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଡିଭିଜନ ମଧ୍ୟରେ ୨୦୦ କିଲୋମିଟର ଟ୍ରାକ୍ ରେ ଲାଗିବ ଏ ବ୍ୟବସ୍ଥା । କିଭଳି ହାତୀ ମୃତ୍ୟୁକୁ ରୋକିବ IDS ଜାଣନ୍ତୁ..

  • Saturday, 19 August 2023
New guidelines for Odisha officer’s private vehicle
ମନ ଇଚ୍ଛା ଗାଡ଼ି ଚଢି ବୁଲି ପାରିବେନି ସରକାରୀ ବାବୁ

ମନ ଇଚ୍ଛା ଗାଡ଼ି ଚଢି ବୁଲି ପାରିବେନି ସରକାରୀ ବାବୁ। ଭଡ଼ା ଗାଡ଼ି ବାବଦ ଲଗାମକୁ ଆଉ ଟିକେ କଡ଼ା କରିଛି ଅର୍ଥ ବିଭାଗ। ପୁନଃ ନିର୍ଦ୍ଧାରଣ ହୋଇଛି ସରକାରୀ ଭଡ଼ା ଗାଡି ବାବଦକୁ ଖର୍ଚ୍ଚ। କେଉଁ ସ୍ତରର ଅଧିକାରୀଙ୍କୁ ଭଡ଼ା ଗାଡି ବାବଦକୁ ସର୍ବାଧିକ କେତେ ଟଙ୍କା ଦିଆଯିବ ସ୍ଥିର କରିଛନ୍ତି ସରକାର। ପୁନଃ ନିର୍ଦ୍ଧାରିତ ଭଡ଼ା ପର୍ଯ୍ୟାପ୍ତ, ଆଉ ଆବଶ୍ୟକ ହେଲେ ସରକାରଙ୍କ ଠାରୁ ଅନୁମତି ଆଣି ବି ଖର୍ଚ୍ଚ କରିହେବ ବୋଲି କହିଛନ୍ତି ସରକାରୀ ଅଧିକାରୀ।

  • Saturday, 19 August 2023
Dutee Chand
ଦୋଛକିରେ ଦୂତୀଙ୍କ ଆଥଲେଟିକ୍ ଜୀବନ; ବାସନ୍ଦ ପଛରେ କ୍ୟାନସର କାରଣ !

କାହିଁକି ଡୋପ୍ ଟେଷ୍ଟରେ ବିଫଳ ହେଲେ ଆନ୍ତର୍ଜାତିକ ଆଥଲେଟ୍ ଦୂତି ଚାନ୍ଦ । ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଦ୍ୱାରା ୪ ବର୍ଷ ପାଇଁ ବ୍ୟାନ ହେବା ନିଜ ପକ୍ଷ ରଖିଛନ୍ତି ଦୂତି । ହେଲେ ସେ ଯେଉଁ କାରଣ ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା । କ୍ୟାନସର ଆକ୍ରାନ୍ତ ଥିବା ସମୟରେ ଖାଇଥିବା ମେଡିସିନ୍ ପାଇଁ ହୁଏତ ଏଭଳି ହୋଇଥାଇ ପାରେ ବୋଲି କହିବା ସହ ଦଣ୍ଡାଦେଶର ପୁନଃ ବିଚାର ପାଇଁ ନାଡାକୁ ଅନୁରୋଧ କରିବେ ବୋଲି କହିଛନ୍ତି ଦୂତି ।

  • Saturday, 19 August 2023
VK Pandian
5T ସଚିବଙ୍କୁ କାଳିମାଡ଼ ପ୍ରାୟୋଜିତ ନା ବିଜେଡି ଆଭ୍ୟନ୍ତରୀଣ ବିବାଦର ପ୍ରତିଫଳନ ?

5T ସଚିବ ଭି.କେ.ପାଣ୍ଡିଆନଙ୍କୁ କାଳିମାଡ଼ । କେବଳ ପାଣ୍ଡିଆନ୍ ନୁହଁନ୍ତି, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ବି ପଡ଼ିଛି କାଳିଛିଟା । ପୁରୀ ସତ୍ୟବାଦୀରେ ଭାସ୍କର ସାହୁ ନାମକ ଜଣେ ଯୁବକ କାଳିମାଡ଼ କରିଥିବା କୁହାଯାଉଛି । ତେବେ ଅସମ୍ଭବ ସୁରକ୍ଷା ବ୍ୟବସ୍ଥା ଭିତରେ ସେ କେମିତି କାଳିମାଡ଼ କଲେ ? ଏହି କାଳିମାଡ଼ ପ୍ରୟୋଜିତ ନା ବିଜେଡ଼ିରେ ଦଳୀୟ ଆଭ୍ୟନ୍ତରୀଣ ବିବାଦ ? ତାକୁ ନେଇ ଉଠିଛି ପ୍ରଶ୍ନ ।

  • Saturday, 19 August 2023
Sarpanch
ଟଙ୍କା ଦେଲେ ଘର ମିଳିବ, ସରପଂଚଙ୍କ ସ୍ୱାମୀଙ୍କ ଗୁଣ୍ଡାରାଜ୍‌

ହିତାଧିକାରୀ ତାଲିକାରେ ନା ଥିବା ପରେ ବି ରାଗ ରଖି କାଟି ଦେଉଛନ୍ତି ନା । ପଚାରିବାରୁ କହୁଛନ୍ତି, ତୁମେ ମତେ ଭୋଟ୍‌ ଦେଇନ, ଘର ମିଳିବନି । କ୍ୟାମେରା ଦେଖି ଧାଉଁଛନ୍ତି ବିଡିଓ

  • Saturday, 19 August 2023
Sarpanch spends own money to build new houses for villagers in Mayurbhanj’s Udala
ଅସହାୟ ଲୋକଙ୍କ ସାଥୀ...ସାବାସ୍‌ ସରପଞ୍ଚ ମ୍ୟାଡମ୍

ଲୋକଙ୍କ ଅସୁବିଧାର ସାଥୀ । ସରପଂଚ ହେବା ପରେ ସାହାଯ୍ୟ କରିବାକୁ କରିଛନ୍ତି ଶପଥ...ଗାଁ ଗାଁ ବୁଲୁଛନ୍ତି ଲୋକଙ୍କୁ ଦେଉଛନ୍ତି ନୂଆ ନୂଆ ଘର

  • Saturday, 19 August 2023
Love marriage
କେଡ଼େ ନିଷ୍ଟୁର ସେ ସ୍ୱାମୀ!ଯାହାଙ୍କୁ ଭଲପାଇ ବାହା ହୋଇଥିଲେ ସିଏ ପର କରିଦେଲା

କୋଳରେ କୁନି ଝିଅ, ଦେହରେ ପୁଣି ରୋଗ । ଏମିତି ପରିସ୍ଥିତିରେ କେମିତି ବଞ୍ଚିବେ ସେନେଇ ଚିନ୍ତାରେ କାଟୁଛନ୍ତି ଦିନ...ଯଦି ଆପଣ ସାହାଯ୍ୟ କରନ୍ତେ ତେବେ...

  • Saturday, 19 August 2023
No industries in industrial hub
ଶିଳ୍ପଶୂନ୍ୟ ସ୍ଥିତିକୁ ଆସିଯିବନି ତ ଦାଦନ ବହୁଳ ଗଞ୍ଜାମ ?

ରେଶମ ସହର ବ୍ରହ୍ମପୁର ଦିନେ ଥିଲା ଇଣ୍ଡଷ୍ଟ୍ରୀ ହବ୍। ୬୦ ବର୍ଷ ତଳେ ଗଢି ଉଠିଥିବା ଶିଳ୍ପାଂଚଳ ବେଶ୍ ନାଁ କରିଥିଲା। ୫୦ରୁ ଅଧିକ କମ୍ପାନୀ, କାରଖାନା ଏବଂ ଫ୍ୟାକ୍ଟ୍ରିରେ ଶହ ଶହ କର୍ମଚାରୀ ଚାକିରି କରି ପରିବାର ପୋଷୁଥିଲେ। ହେଲେ ଏବେ ସେ ଶିଳ୍ପାଞ୍ଚଳ ଶ୍ରୀହୀନ। ବଞ୍ଚିଥିବା ମାତ୍ର ୪ରୁ ୫ଟି ଛୋଟ ଫ୍ୟାକ୍ଟ୍ରି ସେମାନଙ୍କ ଅସ୍ଥିତ୍ବ ବଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି। ଅଂଚଳବାସୀଙ୍କ କ୍ଷୋଭ, ତୁରନ୍ତ ସରକାର ଏ ଦିଗରେ କୁମ୍ଭକର୍ଣ୍ଣ ନିଦ୍ରା ନଭାଙ୍ଗିଲେ, ଦାଦନ ବହୁଳ ଜିଲ୍ଲା ଶିଳ୍ପ ଶୂନ୍ୟ ଜିଲ୍ଲାରେ ବି ଗଣାହେବ।

  • Friday, 18 August 2023